You are currently viewing ଧରାକୋଟ ରେ ମିଶନ ଶକ୍ତି ର ସୁଧ ଫେରସ୍ତ ମେଳା
ଧରାକୋଟ ରେ ମିଶନ ଶକ୍ତି ର ସୁଧ ଫେରସ୍ତ ମେଳା

ଧରାକୋଟ,27/2/24
ଧରାକୋଟ ବ୍ଲକ ମିଶନ ଶକ୍ତି ତରଫରୁ ବ୍ଲକ ପରିସରରେ ସ୍ୱୟଂ ସହାୟକ ଗୋଷ୍ଠୀ ର ସୁଧ ଫେରସ୍ତ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ,ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବି ଡି ଓ ଡେନିସ ବେହେରା, ଏ ବି ଡି ଓ ସୁଶିଲ ପଟନାୟକ, ସି ଡି ପି ଓ ସୁନିଲ ପ୍ରଭା ରଥ,ସରପଞ୍ଚ ମାଧୁରୀ ସ୍ୱାଇଁ, ବି ପି ଏମ ପ୍ରତାପ ସ୍ବାଇଁ, ବି ପି ଏ ବିଷ୍ଣୁ ପ୍ରସାଦ ବେହେରା ଏବଂ ବ୍ଲକ ସ୍ତରର ସମସ୍ତ ବ୍ୟାଙ୍କ ଶାଖା ପରିଚାଳକ ମାନେ ଉପସ୍ଥିତ ରହିଥିଲେ। ସର୍ବ ପ୍ରଥମେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ସୁଧରେ ଦଶଲକ୍ଷ ଟଙ୍କା ପର୍ଯ୍ୟନ୍ତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ଯୋଜନାର ଶୁଭାରମ୍ଭ କରିଥିବା ଯୋଗୁଁ ବ୍ଲକ ମିଶନ ଶକ୍ତି ତରଫରୁ ତାଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୁଧ ରାଶି ଫେରସ୍ତ ପାଇଁ 145 କୋଟି ,ୟୁନିଫର୍ମ ଓ ବ୍ଲେଜର ପାଇଁ 730 କୋଟି ଅନୁଦାନ ପ୍ରଦାନ କରିଥିବାରୁ ତାଙ୍କୁ ସାଧୁବାଦ ଜ୍ଞାପନ କରାଯାଇଥିଲା ।

ସଂପ୍ରତି ଏହି ଘୋଷଣା ପରେ ଧରାକୋଟ ବ୍ଲକର 1600 ସ୍ଵୟଂ ସହାୟକ ଗୋଷ୍ଠୀ ମଧ୍ୟରୁ ଯେଉଁ ମାନେ ଋଣ ନେଇ ସୁଧ ପରିଶୋଧ କରିଛନ୍ତି ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ଆଜି 609 ସ୍ଵୟଂ ସହାୟକ ଗୋଷ୍ଠୀକୁ ଏକ ତିରିଶି ଲକ୍ଷ ଅସି ହଜାର ଟଙ୍କାର ସୁଧ ଫେରସ୍ତ ଅର୍ଥ ଚେକ ଆକାରରେ ପ୍ରଦାନ କରାଯାଇଥିଲା। ବ୍ଲକର ସମସ୍ତ ଏସ ହେଚ ଜି ଗ୍ରୁପ ସଦସ୍ୟ ଙ୍କ ବ୍ୟାଙ୍କ ଖାତାରେ ଏକ ହଜାର ଟଙ୍କା ଲେଖାଏଁ ୟୁନିଫର୍ମ ପାଇଁ ଏବଂ ପ୍ରାୟ 500 ଜଣ ଙ୍କ ଖାତାରେ ଦୁଇ ହଜାର ଟଙ୍କାର ବ୍ଲେଜର ପାଇଁ ସହାୟତା ରାଶି ପ୍ରଦାନ କରାଯିବ। ଆଜିର ମେଳା କୁ ସୁପର ଭାଇଯର ଭାଗ୍ୟ ମଣ୍ଡଳ ପରିଚାଳନା କରିଥିବା ବେଳେ ବି ପି ଏ ବିଷ୍ଣୁ ପ୍ରସାଦ ବେହେରା ସଂଯୋଜନା କରିଥିଲେ। ଏଥିରେ ବି ଏଲ ଏଫ, ସି ଆର ପି, ଏମ ବି କେ, ଗୋଷ୍ଠୀ ସହାୟକ ସଦସ୍ୟା ଓ ସ୍ୱୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଯୋଗଦେଇଥିଲେ।