You are currently viewing ନିଖିଳ ଉକ୍ତଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ନୂଆଁଗଡ ମଣ୍ଡଳରବୈଠକ ଅନୁଷ୍ଠିତ
ନିଖିଳ ଉକ୍ତଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ନୂଆଁଗଡ ମଣ୍ଡଳରବୈଠକ ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ତାଳସର ଗ୍ରାମ ସ୍ଥିତ ମା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ନୂଆଁଗଡ ମଣ୍ଡଳର ସଭାପତି ଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁଙ୍କ ସଭାପତିତ୍ୱ ରେ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠଙ୍କୁ ପରିଚାଳନା କରିଥିଲେ ମଣ୍ଡଳ ସମ୍ପାଦକ ଶ୍ରୀ ବସନ୍ତ କୁମାର ଭୂୟାଁ .. ମଣ୍ଡଳ ଅଧିନସ୍ଥ ୧୦ଖଣ୍ଡ ଗ୍ରାମ . ହଲନ୍ଦା ,ପତ୍ରପୁର ,କୁମାରିପାରୀ , କୁମ୍ଭାରଗାଁ,ଅଙ୍ଗାରଗାଁ, ନୂଆଁଗଡ଼,ହଂସତୁଳି, ଗୋପାଳପୁର,ତାଳସର ଶାଳବଣ ର ସଭାପତି ସମ୍ପାଦକ ଓ ସମସ୍ତ କମିଟି ବୃନ୍ଦ ଉପସ୍ଥିତ ଥିଲେ। ତତସହିତ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ସିଦ୍ଧେଶ୍ବର ଅଞ୍ଚଳ ପରିଷଦର ଉପଦେଷ୍ଟା ଶ୍ରୀ ଗୌରୀ ସୁମନ୍ତରାୟ.. ନିଖିଳ ଉତ୍କଳ ଓଡ୍ର ଖଣ୍ତାୟତ କାଲାଞ୍ଜି ସମାଜ ନୂଆଁଗଡ ମଣ୍ଡଳ କମିଟିର ଉପଦେଷ୍ଟା ବୁଲା ଜେନା ଙ୍କ ଉପସ୍ଥିତ ରେ ଆଲୋଚ୍ୟ ବିଷୟ ଥିଲା ସମାଜ ତଥା ଜାତିର ମମତା ଜାତିର ଉନ୍ନତି ସମାଜର ସଂଗଠନକୁ କିପରି ସୁଦୃଢ଼ କରିହେବା ଏହାକୁ ବିଗତ ଦିନରେ ହୋଇଥିବା ଓଡ୍ର ଖଣ୍ତାୟତ କାଳଞ୍ଜି ସମାଜ ମହାସଭାରେ ନୂତନ ଭାବେ ଗୃହିତ ହୋଇଥିବା ସରକାରଙ୍କ ତରଫରୁ ସ୍ୱୀକୃତିପ୍ରାପ୍ତ ସମାଜ ସଂସ୍କାର ପାଇଁ ନୂତନ ସମ୍ବିଧାନର ନୀତିନିୟମ ଉପରେ ଆଲୋଚନା ହୋଇଥିଲା। ଏଥି ସହ ଆଗରୁ ବାକିରହିଥିବା ଅଭିଯୋଗ ର ସୁ ବିଚାର କରି ନ୍ୟାୟ ପ୍ରଦାନ କରାଗଲା। ପରିଶେଷରେ ସଭାପତି ଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କାରାଗଲା।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।