ଲାଠିକଟା, ୧୦/୭:
ସୁନ୍ଦରଗଡ଼ ଜିଲ୍ଲାରେ ସ୍ବଳ୍ପବୃଷ୍ଟି ଚାଷୀକୁ ଦୁଶ୍ଚିନ୍ତା ମଧ୍ୟକୁ ଠେଲି ଦେଇଛି | ଜୁନ୍ ଯାଇ ଜୁଲାଇର ୧୦ ଦିନ ବିତିଲାଣି, ହେଲେ ବର୍ଷାର ନାଁ ଗନ୍ଧ ନାହିଁ । ୨୦୨୨ ଜୁଲାଇ ପ୍ରଥମ ୧୦ ଦିନର ବର୍ଷା ତୁଳନାରେ ଏ ବର୍ଷ ବହୁତ କମ୍। ୨୦୨୨ ଜୁଲାଇ ୧ରୁ ୧୦ ତାରିଖ ଭିତରେ ଜିଲ୍ଲାରେ ମୋଟ ୧୮୨୧.୦୨ ମିଲିମିଟର ବର୍ଷା ହୋଇଥିଲା । ଅର୍ଥାତ୍ ସେହି ସମୟରେ ବ୍ଳକରି ହାରାହାରି ୧୦୭.୧୨ ମିଲିମିଟର ବର୍ଷା ହୋଇଥିଲା। ୨୦୨୩ ଜୁଲାଇ ପ୍ରଥମ ଦଶ ଦିନରେ କିନ୍ତୁ ବର୍ଷା ପରିମାଣ ବହୁମାତ୍ରାରେ ହ୍ରାସ ପାଇଛି । ଚଳିତ ବର୍ଷ ଏହି ଅବଧିରେ ମୋଟ୍ ୧୫୯୪.୧୨ ମିଲିମିଟର ବର୍ଷା ହୋଇଥିବାବେଳେ ବର୍ଷା ହାର ୯୩.୭୭ ମିଲିମିଟର ରହିଛି ଅର୍ଥାତ୍ ଗତ ବର୍ଷ ତୁଳନାରେ ଏଥର ୧୦ ତାରିଖ ସୁଦ୍ଧା ୨୨୬.୯ ମିଲିମିଟର କମ ବର୍ଷା ହୋଇଛି । ଫଳରେ ଜିଲ୍ଲାରେ ଚାପ ଢେର ପଛେଇ ଯାଇଛି ।
IJB NEWS RASMITA MUNI
