You are currently viewing ଆଞ୍ଚଳିକ ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ବୋଇତ ବନ୍ଦାଣ ମହୋତ୍ସବ ଅନୁଷ୍ଠିତ ।।
ଆଞ୍ଚଳିକ ପେଶାଦାର ସାମ୍ବାଦିକ ସଂଘ ପକ୍ଷରୁ ବୋଇତ ବନ୍ଦାଣ ମହୋତ୍ସବ ଅନୁଷ୍ଠିତ ।।

ଉତ୍କଳୀୟ ଗୌରବମୟ ସଂସ୍କୃତି ଓ ପରମ୍ପରା, ଐତିହ୍ୟ ଏବଂ ଭାଇଚାରା ର ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ବାର ବ୍ଲକ ର ଆଞ୍ଚଳିକ ପେଶାଦାର ସାମ୍ବାଦିକ ସଂଘ ଆନୁକୂଲ୍ୟରେ ଚୌଦ୍ବାର ର ବିରୂପା ନଦୀ କୂଳରେ ଉତ୍କଳୀୟ ନୌବାଣିଜ୍ୟର ସାଂସ୍କୃତିକ ସ୍ମାରକୀ ତଥା ପ୍ରତିଟି ଓଡିଆ ଅସ୍ମିତା ଓ ଗୌରବର ” ବୋଇତ ବନ୍ଦାଣ ମହୋତ୍ସବ -୨୦୨୨ ” ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ମଙ୍ଗଳବାର ସକାଳ ଛଅ ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି ।।

ସାମ୍ବାଦିକ ସଂଘ ର ସଭାପତି ଶ୍ରୀଯୁକ୍ତ ଦୀପକ କୁମାର ମଙ୍ଗରାଜ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଚୌଦ୍ବାର-କଟକ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଡଃ. ପ୍ରଭାତ ରଞ୍ଜନ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜ୍ଵୋଳନ କରି ଉଦଘାଟନ କରିଥିଲେ। ମୁଖ୍ୟବକ୍ତା ଭାବେ ଶ୍ରୀଯୁକ୍ତ ଦାମୋଦର ସାହୁ , ରାଷ୍ଟ୍ରୀୟ ଅଧ୍ୟକ୍ଷ ହିନ୍ଦ୍ ସେବକ ସମାଜ , ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ବିଷ୍ଣୁଚରଣ ପରିଡା , ଚୌଦ୍ବାର ନଗର ବିଜେଡି ସଭାପତି ପ୍ରମୁଖ ଅତିଥି ଭାବେ ଯୋଗଦାନକରି ଉତ୍କଳୀୟ ଗୌରବମୟ ସଂସ୍କୃତି ଓ ପରମ୍ପରା ,ଐତିହ୍ୟ , ଭାଇଚାରା ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ।।କୁନିକୁନି କଳାକାରଙ୍କ ଦ୍ଵାରା ସଂଗୀତ ଭିତ୍ତିକ ନୃତ୍ୟ ପରିବେଷଣ କରାଯାଇଥିଲା। ବୋଇତ ବନ୍ଦାଣ ମହୋତ୍ସବ ରେ ଟାଙ୍ଗୀ-ଚୌଦ୍ବାର ଅଞ୍ଚଳ ର ଅନେକ ନର ନାରୀ ମାନେ ଯୋଗ ଦେଇ ମହୋତ୍ସବ କୁ ଆନନ୍ଦ ଓ ଉଲ୍ଲାସ ସହିତ ପାଳନ କରିଥିଲେ। ।।

ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ମାନେ ବିଭିନ୍ନ କ୍ଷେତ୍ରରେ ଝଞଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ମାନଙ୍କୁ ପୁଷ୍ପଗୁଛ, ଉତ୍ତୋରୀୟ,ମାନପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନୀତ ଓ ସମ୍ବୋର୍ଦ୍ଧିତ କରିଥିଲେ ।।ଉତ୍କଳୀୟ ନୌବାଣିଜ୍ୟ ର ସ୍ମାରକୀ ନିମନ୍ତେ ପୁଣ୍ୟତ୍ବୋୟା ବିରୂପା ନଦୀ କୂଳରେ ବୋଇତ ବନ୍ଦାଣ ମହୋତ୍ସବ ରେ ସାତ ସାଧବ ଭାଇମାନେ ବୋଇତ ରେ ବାଣିଜ୍ୟ ,ବ୍ୟବସାୟ କରି ଯିବାର ସମୟ ରେ ଅପୂର୍ବ ଆଧ୍ୟାତ୍ମିକ , ଐତିହାସିକ ଦୃଶ୍ୟ ଓ ଓଡିଆଣୀ ସାଧବବାଣୀ ମାନେ ବୋଇତ ବନ୍ଦାଣ ର ମନୋରମ ଦୃଶ୍ୟ ଦେଖିବାକୁ ବିରୂପା ନଦୀ କୂଳରେ ବହୁଜନସମାଗମ ହୋଇଥିଲା ।।

ଉକ୍ତ ବୋଇତ ବନ୍ଦାଣ ମହୋତ୍ସବ ରେ ଆଞ୍ଚଳିକ ପେଶାଦାର ସାମ୍ବାଦିକ ସଂଘ ର ବରିଷ୍ଠ ସାମ୍ବାଦିକ ସୁଧାକର ମହାପାତ୍ର, ପଦ୍ମନାଭ ବରାଳ, ସାମ୍ବାଦିକ ସଂଘ ର ସାଧାରଣ ସମ୍ପାଦକ ସେକ୍ ଜାଭେଦ, ସ୍ବାଧୀନ ଦାସ, ଅକ୍ଷୟ ଫଗୁଣ, ହେମନ୍ତ ରାଉତ , ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।।