କୋଦଳା (୨୨.୦୩.୨୦୨୩)- ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ଓ ଉତ୍କଳ ସର୍ବୋଦୟ ମଣ୍ଡଳ ଆନୁକୂଲ୍ୟରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠସରସିଂ ପଂଚାୟତର ଶଲବଣ ସ୍ଥିତ ଶ୍ରୀ ସିଧେଶ୍ୱରଙ୍କ ମନ୍ଦିର ପ୍ରାଙ୍ଗଣରେ ରୟତ ଆନ୍ଦୋଳନର ସ୍ମୃତି ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପୁଣ୍ୟାତ୍ମା ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ ଙ୍କର ସୁଯୋଗ୍ୟ କନ୍ୟା ଡକ୍ଟର କୃଷ୍ଣା ମହାନ୍ତି ଏହି ସମାରୋହକୁ ଉଦଘାଟନ କରିଥିଲେ । ସମ୍ମିଳନୀର ସଭାପତି ତଥା ବିପ୍ଲବୀ କବି ପ୍ରଶାନ୍ତ ମିଶ୍ରଙ୍କ ସଭାପତିତ୍ୱ କରିଥିଲେ । ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଉତ୍କଳ ସର୍ବୋଦୟ ମଣ୍ଡଳ ରାଜ୍ୟ ସଭାପତି ମିହିର ପ୍ରତାପ ଦାଶ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ପରିବେଶବିତ ତଥା ଗ୍ରୀନ ନୋବେଲ ପୁରସ୍କାର ବିଜେତା ପ୍ରଫୁଲ୍ଲ ସାମନ୍ତରା, ବିଶିଷ୍ଟ ଶ୍ରମିକ ନେତା ତଥା ସ୍ତମ୍ଭକାର ମାୟାଧର ନାୟକ, ଉତ୍କଳ ସର୍ବୋଦୟ ମଣ୍ଡଳର ଆବାହକ ଡଃ ବିଶ୍ୱଜିତ ଯୋଗଦେଇ ଆମ ପୂର୍ବ ପୁରୁଷ ଯେଉଁମାନେ ରୟତ ଆନ୍ଦୋଳନର ମୁଖ୍ୟ ପୁରୋଧା ସାଜିଥିଲେ ସେମାନଙ୍କର ସ୍ମୃତି ଚାରଣ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ମଠ ସରସିଂ ପଂଚାୟତର ପୂର୍ବତନ ସରପଞ୍ଚ ରବୀନ୍ଦ୍ର ମହାନ୍ତି, , ନୀଳକଣ୍ଠ ଦାଶ, କାଶୀନାଥ ସେଠୀ, ପ୍ରାକ୍ତନ ସରପଞ୍ଚ ରାମହରି ପଣ୍ଡା,ରାଜଶ୍ରୀ ଦଳାଇ, ନାରାୟଣ ଲେଙ୍କା, ସୁକାନ୍ତି ସାହୁ, ଦଣ୍ଡପାଣି ପାତ୍ରଙ୍କ ସମେତ ବହୁ ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସିଧେଶ୍ୱର ମନ୍ଦିର ପରିଚାଳନା କମିଟି ର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
