ଗତ ୮ ତାରିଖରେ +୨ ଏବଂ +୩ ଛାତ୍ର ଛାତ୍ରୀ ମାନେ ସ୍ଲୋଗାନ ଓ ପ୍ଲା କାର୍ଡ ଧରି ନଗର ପରିକ୍ରମା କରିଥିବା ବେଳେ ୯/୧/୨୦୨୫ ତାରିଖରେ ସାଧାରଣଜ୍ଞାନ ଓ ପ୍ରବନ୍ଧ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ୧୦/୧/୨୦୨୫ ତାରିଖରେ ସଫଳ ପ୍ରତିଯୋଗୀ ମାନଂକୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଅଧ୍ୟାପକ ଡ଼.ରମେଶଚନ୍ଦ୍ର ସେନାପତି,ଅଧ୍ୟାପକ ଗୌରାଙ୍ଗ ଚରଣ ପଟନାୟକ ପ୍ରତିଯୋଗିତା ଓ ପୁରସ୍କାର ବିତରଣ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ,ଅଧ୍ୟାପକ ଡ଼.ପ୍ରବୀରକେଶରୀ ପ୍ରଧାନ ପ୍ରବାସୀ ଭାରତୀୟ ଦିବସ ପାଳନାର ପ୍ରାସଙ୍ଗିକା ସମ୍ପର୍କରେ ଛାତ୍ର ଛାତ୍ରୀ ମାନଂକୁ ଉଦବୋଧନ ଦେଇଥିଲେ । ଅଧ୍ୟାପକ ପ୍ରସାଦ କୁମାର ବେହେରା ସହଯୋଗ ପ୍ରଦାନ କରିଥିବା ବେଳେ ତିନିଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ କୁ ସୁନ୍ଦର ଭାବେ ପରିଚାଳନା କରିଥିଲେ ,ଜାତୀୟସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ସୁଶ୍ରୀ ମିନାକ୍ଷୀ ଦାସ । ଛାତ୍ର ଛାତ୍ରୀଙ୍କ ରାଲି ଉଦଘାଟନ କରିବା ସାଙ୍ଗକୁ,ପ୍ରବାସୀ ଭାରତୀୟ ଦିବସର ମର୍ମ ବୁଝାଇଥିଲେ ଅଧ୍ୟକ୍ଷ ଡ଼.ସୁରେନ୍ଦ୍ର ନାଥ ପଣ୍ଡା ।
