ପବିତ୍ର ମକର ସଂକ୍ରାନ୍ତି ଓ ହିନ୍ଦୁ ଧର୍ମର ବଡ ଦିନ ଉପଲକ୍ଷେ କଟକ ସଦର ବ୍ଲକ ଅଧୀନ ଯଶପଡା ଗ୍ରାପପଂଚାୟତ ସ୍ଥିତ ଓଡାପଡା ଗ୍ରାମ ସାନ୍ତାଳ ସାହିରେ ରେ ଥିବା ଅନୁସୂଚିତ ଜନଜାତି ବୃଦ୍ଧ ଓ ବୁଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନକରିବା ଅବସରରେ କିଶୋରନଗର ଚିନ୍ତା ମଣି ବିଦ୍ୟାପିଠ ୨୦୦୨ମାଟ୍ରିକ ବ୍ୟାଚ୍ ର ଶିକ୍ଷାର୍ଥି ବନ୍ଧୁ ମାନେ ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଏକତ୍ର ହୋଇ କିଛି ବୃଦ୍ଧା ଓ ବୃଦ୍ଧମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ, ଏହି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି, ଉକ୍ତ କାର୍ଯ୍ୟକ୍ରମରେ ଚିନ୍ତାମଣି ବିଦ୍ୟାପୀଠ 2002 ବ୍ୟାଚର ରାକେଶ ଭୂୟାଁ, ସାବିର ମହମ୍ମଦ, ଦୀପକ ମଣ୍ଡଲ , ସପନ ନନ୍ଦୀ, ଜଗନ୍ନାଥ ବାରିକ,ବିକାଶ ବେହେରା, ଶିଶିର ସାହୁ, ସରୋଜ ସାହୁ ପ୍ରମୁଖ ମିଳିତ ଏହି କାର୍ଯ୍ୟ କୁ ସୂଚାରୁ ରୂପେ ସମ୍ପାଦନା କରିଥିଲେ

