You are currently viewing ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଂଶତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ବିଂଶତମ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶନିବାର ଦିନ ବିଦ୍ୟାମନ୍ଦିର ପ୍ରଧାନାଚାର୍ଯ୍ଯ ଷଷ୍ଠୀ ପ୍ରସାଦ ବିଷୋୟୀ ଓ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବିଂଶ ତମ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀ ଆୟୋଜିତ ମେଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମ ଉଦଘାଟନ କରିବା ସହ ବିଜ୍ଞାନର ଆବଶ୍ୟକତା ସମ୍ପର୍କରେ ଉପସ୍ଥିତ ଶିଶୁମାନଙ୍କୁ ସମ୍ବୋଧିତ କରିଥିଲେ । ଏଥିସହ ବିଦ୍ୟାମନ୍ଦିର ପରିଚାଳନା କମିଟି ସଭାପତି ରାମଚନ୍ଦ୍ର ସାହୁ , ସଂପାଦକ ପ୍ରକାଶ ଚନ୍ଦ୍ର ପ୍ରଧାନ , ଏନ୍ ଏସି କ୍ଳଷ୍ଟର ସିଆରସିସି ଅନିଲ କୁମାର ଦାସ ପ୍ରମୁଖ ମଞ୍ଚାସୀନ ରହିଥିଲେ । ଶିକ୍ଷା ବିକାଶ ସମିତି ଯୋଜନା ଅନୁସାରେ ବିଦ୍ୟାମନ୍ଦିରର ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ ରତ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଗଣିତ , ବିଜ୍ଞାନ ଓ ସଂସ୍କୃତି ଜ୍ଞାନ ବିଭାଗର ପ୍ରୟୋଗ , ପ୍ରକଳ୍ପ , ପ୍ରଶ୍ନମଞ୍ଚ , ପତ୍ରବାଚନ , ଲୋକନୃତ୍ୟ ଓ ମୂର୍ତ୍ତି କଳା ପ୍ରତିଯୋଗିତା ହୋଇଥିଲା । ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ମେଳାରେ ଶିଶୁ ବର୍ଗ , ବାଲ ବର୍ଗ ଓ କିଶୋର ବର୍ଗରୁ ପ୍ରାୟ ୪୭୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ବିଭିନ୍ନ ବିଷୟବସ୍ତୁକୁ ଆଧାର କରି ନିଜର ଶ୍ରେଷ୍ଠ ପ୍ରକଳ୍ପ ପ୍ରଦର୍ଶିତ କରିଥିଲେ । ଏଥିରେ ବହୁ ଶିକ୍ଷକ ବିଚାରକ ଭାବେ ଯୋଗଦେଇ ସମସ୍ତ ପ୍ରଦର୍ଶିତ ପ୍ରକଳ୍ପ ବୁଲି ଦେଖିଥିଲେ । ଶେଷରେ ଉଦଯାପନୀ ସମାରୋହରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ତରଫରୁ ପୁରସ୍କୃତ ପ୍ରଦାନ କରାଯାଇଥିଲା । ଆଚାର୍ଯ୍ୟ ସନ୍ତୋଷ କୁମାର ପାତ୍ର , ସୁଶାନ୍ତ ବେହେରା , ବାବୁଲା ପଣ୍ଡା , ଦିଲେଶ୍ବର ପଣ୍ଡା , ଶ୍ରୀଧର ରଥ , ପ୍ରଗତି ପଣ୍ଡା , ସୁରେଶ ନାୟକ , ସରୋଜ ରଥ , ସମେତ ସମସ୍ତ ଆଚାର୍ଯ୍ୟ/ ଆଚାର୍ଯ୍ଯା ସହଯୋଗ ପ୍ରଦାନ କରିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା