You are currently viewing ସାନଖେମୁଣ୍ଡି ର ଉସ୍ତା ଠାରେ ଜୀବନ ବିନ୍ଦୁ ଶିବିର ୬୪ ୟୁନିଟ ରକ୍ତ ସଂଗ୍ରହ
ସାନଖେମୁଣ୍ଡି ର ଉସ୍ତା ଠାରେ ଜୀବନ ବିନ୍ଦୁ ଶିବିର ୬୪ ୟୁନିଟ ରକ୍ତ ସଂଗ୍ରହ

ସାନଖେମୁଣ୍ଡି- ୦୧/୦୩/ ବିଜେଡି ର ବରିଷ୍ଠ ନେତା ତଥା ଓସ୍କାଡ଼ ବ୍ୟାଙ୍କ ର ପୂର୍ବତନ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ଙ୍କ ନେତୃତ୍ୱ ରେ ରାଧାଦେଇପୁର ପଞ୍ଚାୟତ ଅନ୍ତର୍ଗତ ଉସ୍ତା ଜଗନ୍ନାଥ ପୁର ଠାରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଅନୁକୂଲ୍ୟ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ ଏବଂ ତାଙ୍କ ସହଧର୍ମିଣୀ ଜୟଶ୍ରୀ ସ୍ୱାଇଁ ଙ୍କ ବିବାହ ବାର୍ଷିକ ଉପଲକ୍ଷେ ଅନୁଷ୍ଠିତ ରକ୍ତଦାନ ଶିବିରରେ ଶ୍ରୀ ଜୟଶ୍ରୀ ସ୍ୱାଇଁ ପ୍ରଥମ ରକ୍ତ ଦାତା ଭାବେ ରକ୍ତଦାନ ର ସୁଭାରମ୍ଭ କରିବା ସଙ୍ଗେ ସଙ୍ଗେ ଶ୍ରୀ ଯୋଗେନ୍ଦ୍ର ସ୍ୱାଇଁ ରକ୍ତଦାନ ଶିବିର ର ଉଦଘାଟନ କରିଥିଲେ | ଆଜିର କାର୍ଯ୍ୟକ୍ରମ ରେ ୬୪ ଜଣ ରକ୍ତଦାନ କରି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ |

ଏହି କାର୍ଯ୍ୟକ୍ରମ ରେ ଛାତ୍ର ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ ସୁନୀଲ ଗୌଡ଼, ଜିଲ୍ଲା ସମ୍ପାଦକ ଧିରେନ କୁମାର ରଣା, ଛାତ୍ର ନେତା କାଳୁ ଚରଣ ନାହକ, ଗୌରୀ ଶଙ୍କର ତ୍ରିପାଠୀ,ଯୁବନେତା ମିଥୁନ ସେଠି, ମିଥୁନ ଦାସ, ସୁକୁମାର ପାତ୍ର, ସନ୍ତୋଷ ପ୍ରଧାନ, ବଳରାମ, ସିମାଞ୍ଚଳ ସେଠି, ଶିବ ପ୍ରଧାନ ପ୍ରମୁଖ ରକ୍ତଦାନ କରିବା ସଙ୍ଗେ ସଙ୍ଗେ ଶିବିର ର ସଂଯୋଜନା କରିଥିଲେ |

ଏଥିରେ ବ୍ରହ୍ମପୁର ବ୍ଲଡ଼ ବ୍ୟାଙ୍କ ର କର୍ମକର୍ତ୍ତା ଉପସ୍ଥିତ ରହି ରକ୍ତ ସଂଗ୍ରହ କରିବା ସଙ୍ଗେ ସଙ୍ଗେ ବରିଷ୍ଠ ବିଜେଡି ନେତା କୈଳାସ ପାତ୍ର, କେ.ଭେଙ୍କିଟି, ବ୍ଲକ ଉପାଧକ୍ଷ ପ୍ରତିନିଧି ସଞ୍ଜୟ ନାୟକ,ସରପଞ୍ଚ ଅଳୟ ଦାସ, ଶିବ ପ୍ରଧାନ, ସମିତିସଭ୍ୟ ନୀଳାଞ୍ଚଳ ପ୍ରଧାନ, ଦନାର୍ଦନ ପୋଲାଈ, ସଂଗ୍ରାମ ବିଶୋଇ ଙ୍କ ସମେତ ଅନ୍ୟାନ୍ୟ ଲୋକ ପ୍ରତିନିଧି ଉପସ୍ଥିତ ରହି ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ |

ରିପୋର୍ଟ ରଘୁନାଥ ନାୟକ