You are currently viewing ଓଡିଶା ଅମଲା ସଂଘର ସପ୍ତଦଶ ରାଜ୍ୟ ସମ୍ମିଳନୀ ଉଦଯାପିତ
ଓଡିଶା ଅମଲା ସଂଘର ସପ୍ତଦଶ ରାଜ୍ୟ ସମ୍ମିଳନୀ ଉଦଯାପିତ

ପୁରୀ,୨୭ /୫ – ଓଡିଶା ଅମଲା ସଂଘର ସପ୍ତଦଶ ରାଜ୍ୟ ସମ୍ମିଳନୀ, ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ସମ୍ମିଳନୀ କକ୍ଷରେ ଦୁଇଦିନ ବ୍ୟାପି ଅନୁଷ୍ଠିତ ହୋଇଯାଇଅଛି। ଉଦଯାପନୀ ଦିବସରେ ମାନ୍ୟବର ଲୋକ ସଭା ସାଂସଦ ଡଃ ସମ୍ବିତ ପାତ୍ର, ସମ୍ମିଳନୀ କୁ ସମ୍ବୋଧନ କରି ଓଡିଶା ଅମଲା ସଂଘର ଦାବିଗୁଡିକ ଯଥାର୍ଥ ବୋଲି ପ୍ରତିପାଦିତ କରିଥିଲେ ଏବଂ ସରକାରଙ୍କ ସହିତ ଆଲୋଚନା କରି ସଂଘର ଦାବିକୁ ଯଥାଶୀଘ୍ର ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ l ଦ୍ଵିତୀୟ।ର୍ଦ୍ଧ ରେ ନିର୍ବାଚନ କମିଟି ଦ୍ଵାରା ଆସନ୍ତା ତିନି ବର୍ଷ ପାଇଁ ନିର୍ବାଚନ ପ୍ରକ୍ରିୟା କରାଯାଇଥିଲା l ଏଥିରେ ଅଶୋକ କୁମାର ପଣ୍ଡା, ଅଧ୍ୟକ୍ଷ, ରାଜ୍ୟ ସଭାପତି ଜ୍ଞାନ ରଞ୍ଜନ ଦାସ, କାର୍ଯ୍ୟକାରୀ ସଭାପତି କିରଣ କୁମାର ପାଢ଼ୀ, ସାଧାରଣ ସମ୍ପାଦକ ଚିତ୍ତରଞ୍ଜନ ତରାସିଆ, ସଂଗଠନ ସମ୍ପାଦକ ଅରୁଣ କୁମାର ବଳିଆର ସିଂହ, କୋଷାଧ୍ୟକ୍ଷ ମହେନ୍ଦ୍ର କୁମାର ମହାପାତ୍ର, ମେଡିଆ ସମ୍ପାଦକ ଗୁରୁ ଗୋବିନ୍ଦ ଦଳାଇ ଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ନିର୍ବାଚିତ ହୋଇଥିଲେ l ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ନବ ନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧିନା ଜ୍ଞାପନ କରିଥିଲେ l

ପ୍ରାକ୍ତନ ସମ୍ପାଦକ, ଅନ୍ତର୍ଯ୍ୟାମି ପ୍ରଧାନ, ରାଜ୍ୟ ଅଣ ଗେଜେଟେଡ ସଭାପତି ଜ୍ୟୋତି ରଞ୍ଜନ ପଟ୍ଟନାୟକ, ପୁରୀ ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ମିଶ୍ର, ଅଧ୍ୟକ୍ଷ ମହେନ୍ଦ୍ର କୁମାର ମହାପାତ୍ର, କାର୍ଯ୍ୟକାରୀ ସଭାପତି ଲଲାଟେନ୍ଦୁ ହୋତା, ବରିଷ୍ଠ ପରାମର୍ଶ ଦାତା ବନମାଳୀ ଗିରି ସହିତ ସମସ୍ତ ଜିଲ୍ଲାର ସମସ୍ତ ବିଭାଗରେ କାର୍ଯ୍ୟ କରୁଥିବା ଜିଲ୍ଲା ସ୍ତରୀୟ ଅମଲା ମାନେ ବୈଠକରେ ଯୋଗଦାନ କରିଥିଲେ l ଉକ୍ତ ବୈଠକରେ ଜିଲ୍ଲା ଅମଲା ମାନଙ୍କର ଦାବୀ ବିଷୟରେ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଥିଲେ l
ରାଜ୍ୟ ସରକାର ଙ୍କ ଅଧୀନରେ ସମସ୍ତ ବିଭାଗରେ କାର୍ଯ୍ୟ କରୁଥିବା ବିଭିନ୍ନ ବର୍ଗର କର୍ମଚାରୀ ମାନଙ୍କର ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଭିତ୍ତିରେ ଦରମା ଲେବଲ-୯,ଜିଲ୍ଲା ସ୍ତରୀୟ ସମସ୍ତ ବିଭାଗର ଅମଲା ମାନଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଭିତ୍ତିରେ ପଦବୀ ପରିବର୍ତ୍ତନ କରାଯାଇ ଦରମା ଲେବଲ-୯, ୨୦୧୭ ମସିହାରୁ ନୋସନାଲ୍ ବେନିଫିଟ୍ ପ୍ରଦାନ କରାଯାଉ l ପ୍ରତ୍ୟେକ ଚାରି ରେ ପ୍ରୋମୋସନ ପ୍ରଦାନ କରାଯାଉ l
ସଚିବାଳୟ ଏବଂ ସମସ୍ତ ବର୍ଗର କର୍ମଚାରୀ ମାନଙ୍କର ଗୋଟିଏ କ୍ୟାଡର ଥିବାବେଳେ, ଜିଲ୍ଲାରେ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କର ଗୋଟିଏ କ୍ୟାଡର କରାଯାଉ , ସଚିବାଳୟ ଓ ମୁଖ୍ୟ ଦପ୍ତର ଭଲି କରାଯାଉ ଯଦ୍ୱାରା ଅଧିକାଂଶ ଜିଲ୍ଲା ସ୍ତରୀୟ ଅମଲା ମାନେ ଅବସର ଗ୍ରହଣ କରିଚାଲିଛନ୍ତି, ପ୍ରୋମୋସନ ପାଉନାହାନ୍ତି l କ୍ଲାସ୍-୧,କ୍ଲାସ୍ -୨ ପୋଷ୍ଟ ଜିଲ୍ଲା ସ୍ତରୀୟ ଅମଲା ମାନଙ୍କ ପାଇଁ ୫0% ସଂରକ୍ଷିତ ରଖାଯାଉ l ପୁରୁଣା ଥଇଥାନ ନୀତି ଅନୁସାରେ ମୃତ୍ୟୁ ବରଣ କରୁଥିବା କର୍ମଚାରୀ ମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ l