ବ୍ରହ୍ମପୁର:ଗୋସାଣୀ ନୂଆଁ ଗାଁ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୪ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଗୁରୁବାର ଦିନ ପାଳିତ ହୋଇଯାଇଛି l ବିଦ୍ୟାଳୟର ସଭାପତି ପ୍ରଦୀପ କୁମାର ଦାଶ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୁପେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ଗୀତାଞ୍ଜଳି ଦାସ ସମ୍ମାନୀତ ଅତିଥି ରୁପେ ଯୋଗଦେଇଥିଲେ ।ନିମ୍ନ ମାଧ୍ୟମିକ ଶିକ୍ଷା ପରିଷଦର ନିର୍ଦ୍ଦେଶକ ଡ. ସୁଶାନ୍ତ କୁମାର ଦାଶ, ସମ୍ମାନୀତ ଅତିଥି ଭାବେ ରଙ୍ଗେଇଲୁଣ୍ଡା BEO ଦେବେନ୍ଦ୍ର ବେହେରା, ସମାଜସେବୀ ପୂର୍ଣ୍ଣ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ l ଶିଶୁମାନଙ୍କୁ ମହାସମୁଦ୍ର ଲଂଘନ କରିବାର ମହାଉପାୟ ଆସିଥିବା ଅତିଥି ମାନେ ନିଜ ଭାଷଣରେ

ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଶିକ୍ଷା ବିକାଶ ସମିତିର କୋଷାଧ୍ୟକ୍ଷ ସତ୍ୟ ନାରାୟଣ ପଟ୍ଟନାୟକ ଜୀବନରେ ଶିକ୍ଷାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ l

ବିଦ୍ୟାଳୟର ପ୍ରଧାନଚାର୍ଯ୍ୟ ନାରାୟଣ ପଣ୍ଡା,ପତିତ ପାବନ ଶତପଥୀ,ସଂପାଦକ ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ କୋଷାଧ୍ୟକ୍ଷ ଦଣ୍ଡ ପାଣି ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ପରିଚାଳନା କରିଥିଲେ l ପରିଶେଷରେ ବିଦ୍ୟାଳୟର ବିଦ୍ୟାର୍ଥି ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l


ବ୍ରହ୍ମପୁର ରୁ ଶ୍ରୀକାନ୍ତ କୁମାର ବେହେରାଙ୍କ ରିପୋର୍ଟ IJB
