You are currently viewing କର୍ମବୀର ବୃନ୍ଦାବନ ନାୟକଙ୍କ ୧୧୪ତମ ଜୟନ୍ତୀ
କର୍ମବୀର ବୃନ୍ଦାବନ ନାୟକଙ୍କ ୧୧୪ତମ ଜୟନ୍ତୀ

ବ୍ରହ୍ମପୁର ୪/୧୧ ସଂସ୍କୃତି ଭବନ ପରିସରରେ ଏସ୍ଏମ୍‌ଆଇଟି ସଭାପତି ଡକ୍ଟର ଭଗବାନ ଗନ୍ତାୟତଙ୍କ ଅଧ୍ୟକ୍ଷତାରେ କର୍ମବୀର ବୃନ୍ଦାବନ ନାୟକ ଙ୍କ ୧୧୪ତମ ଜୟନ୍ତୀ ପାଳିତ ହୋଇ ଯାଇଛି । ବୃନ୍ଦାବନ ନାୟକ ସ୍ମୃତି କମିଟି ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୂପେ ପୂର୍ବତନ ସାଂସଦ ଚନ୍ଦ୍ର ଶେଖର ସାହୁ, ସମ୍ମାନୀତ ଅତିଥିଭାବେ ଜିଲ୍ଲା ବିଜେଡ଼ି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟନାୟକ, ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା, ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ଓ ଚିକିଟି ବିଧାୟକ ମନୋର’ଜନ ଦ୍ୟାନ ସାମନ୍ତରାୟ ପ୍ରମୁଖ ଯୋଗଦେଇ କର୍ମବୀର ନାୟକଙ୍କ ନିତି ଓ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ ।

ସମ୍ପାଦକ ଜାମୁଲା ଶଙ୍କର ନାରାୟଣ, ଦୈନିକ ଆଶାର ସମ୍ପାଦକ ପ୍ରମୋଦ ପଣ୍ଡା, ସଭ୍ୟା ଜାମୁଲା ସୁଷମା ରାଣୀ, ଡକ୍ଟର ସୋନାଲୀ ଗନ୍ତାୟତ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କମିଟି କର୍ମକର୍ତା ଏହି ଅବସରରେ ଉପସ୍ଥିତ ଥିଲେ। ବରିଷ୍ଠ ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁଙ୍କ ତତ୍ବାବଧାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ମଧୁସ୍ମିତା ଦାସ ଏବଂ ଇତିଶ୍ରୀ ପାତ୍ର ସାଂ’ସ୍କୃତିକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଅନାଥ ଶିଶୁ ମାନଙ୍କୁ ପୋଷାକ ବଣ୍ଟନ କରାଯାଇଥିଲା । କଳାକାର ମାନଙ୍କୁ ପୁରସ୍କୃତ କରାଯାଇଥିଲା ।