କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ଏନଏସି କାର୍ଯ୍ଯାଳୟ ସମ୍ମୁଖରେ ବୃକ୍ଷ ରୋପଣ କରାଯାଇ ପରିବେଶ ସୌନ୍ଦର୍ଯ୍ୟକରଣ କରାଯାଇଥିବା ବେଳେ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ତେବେ ଆଜି ଅପରାହ୍ନରେ ସ୍ଥାନୀୟ ଟାଟା ପାୱାର କର୍ମଚାରୀ ମାନେ ବିଦ୍ଯୁତ ତାରରେ ଗଛ ଡାଳ ଲାଗୁଥିବା ଦର୍ଶାଇ ଅନେକ ଗଛ କାଟି ଦେଇଥିବା ଦେଖିବାକୁ ମିଳିଛି। ଯାହାକୁ ନେଇ ଦେଖା ଦେଇଛି ବିବାଦ ।ଖବର ପାଇ କୋଦଳା ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ଏନେଇ ବିଭାଗୀୟ କର୍ମଚାରୀ ମାନଙ୍କୁ ପଚାରିବା ପରେ ଟାଟା ପାୱାର ବିଭାଗୀୟ ଯନ୍ତ୍ରୀଙ୍କୁ ଏ ସମ୍ପର୍କରେ ପଚାରିଥିବା ବେଳେ ଦେଖିବାକୁ ମିଳିଛି ବିବାଦ ।ଉକ୍ତ ସ୍ଥାନରେ କେବୁଲ ତାର ଯାଇଥିବା ବେଳେ କାହିଁକି ଗଛ ଗୁଡିକୁ କଟାଗଲା ଏବଂ କାହା ଅନୁମତିରେ ଗଛ ଗୁଡିକ କଟା ଯାଇଛି ସେ ନେଇ ତଦନ୍ତ ହେବ ବୋଲି କହିଛନ୍ତି ଏନଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
