You are currently viewing ଆସ୍କା ରେଞ୍ଜ୍ ତରଫରୁ ଶେରଗଡ଼ କଲେଜରେ ବିଶ୍ଵ ପରିବେଶ ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଆସ୍କା ରେଞ୍ଜ୍ ତରଫରୁ ଶେରଗଡ଼ କଲେଜରେ ବିଶ୍ଵ ପରିବେଶ ଦିବସ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଭଞ୍ଜନଗର,ଆସ୍କା,ଶେରଗଡ଼, ୫/୬(ଶକ୍ତି ପ୍ରସାଦ କର)
ଘୁମୁସର ଦକ୍ଷିଣ ବନ ବିଭାଗ ଅନ୍ତର୍ଗତ ଆସିକା ବନାଞ୍ଚଲ ସହଯୋଗରେ ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ମହାବିଦ୍ୟାଳୟ ଆନୁକୁଲ୍ୟରେ ବିଶ୍ଵ ପରିବେଶ ଦିବସ ସାଙ୍ଗକୁ ଚାରା ରୋପଣ କରାଯାଇଛି ।ଭଞ୍ଜନଗର ଘୁମୁସର ଦକ୍ଷିଣ ବନଖଣ୍ଡ କାର୍ଯ୍ୟାଳୟ ଡି . ଏଫ୍. ଓ ଙ୍କ ପ୍ରତିନିଧି ତଥା ସହ ବନ ସଂରକ୍ଷକ ଶ୍ରୀ ପ୍ରଦୀପ ବେହେରା,(ଓ.ଏଫ୍. ଏସ୍),ସଭାପତି ରୂପେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦ୍ଘାଟନ କରିଥିଲେ । ମୁଖ୍ୟ ଅତିଥି ରୂପେ ଶେରଗଡ଼ କଲେଜ ଅଧ୍ୟକ୍ଷ ଶ୍ରୀ ଉପେନ୍ଦ୍ର କୁମାର ବାଡତ୍ୟା,ମୁଖ୍ୟ ବକ୍ତା ଭାବେ ଭଞ୍ଜନଗରରୁ ଯୋଗଦେଇଥିବା ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ୱାବଧାରକ ଶ୍ରୀ ଶୂଳ ପାଣି ଶତପଥୀ ,ସମ୍ମାନିତ ବକ୍ତା ଭାବେ ବନସାଥି ଶ୍ରୀ ଅଶୋକ ସାହୁ,(ସେକ୍ସନ୍ ଅଧିକାରୀ) ଯୋଗଦେଇ ବନ ଓ ପରିବେଶ ସମ୍ପର୍କିତ ସଚେତନତା ସୃଷ୍ଟି କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ପାକିଡି ମୟୂର ସୁରକ୍ଷା ସମିତି ଅଧ୍ୟକ୍ଷ ଶ୍ରୀ ସମୀର ପ୍ରଧାନ,ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଲୋକନାଥ ପରିଡ଼ା,ଟ୍ରି ଫାଉଣ୍ଡେସନ ସମ୍ପାଦକ ଶ୍ରୀ ନିରାକାର ବିଷୋୟୀ,ଯୁବ ରେଡକ୍ରସ୍ ସଂଯୋଜକ ବି ଶିବାଜୀ ପାତ୍ର ପ୍ରମୁଖ ଯୋଗ ଦେଇ ନିଜ ନିଜର ବକ୍ତବ୍ୟ ରେ ବିଶ୍ଵ ପରିବେଶ ଦିବସର ଉଦ୍ଦେଶ୍ୟ ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ।

କାର୍ଯ୍ୟକ୍ରମର ଆବାହକ ତଥା ଆୟୋଜକ ଆସିକା ବନାଞ୍ଚଳ ଅଧିକାରୀ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଧନ୍ୟବାଦ ଦେଇଥିଲେ । ଶେରଗଡ଼ ସେକ୍ସନର ବନପାଳ ଶ୍ରୀ ଶରତ ଚନ୍ଦ୍ର ବେହେରା ଓ ଅନ୍ୟାନ୍ୟ ବନରକ୍ଷୀ ମାନେ ଏଥିରେ ସକ୍ରିୟ ସହଯୋଗ କରିଥିଲେ ।କଲେଜର ଛାତ୍ର ଛାତ୍ରୀ ମାନେ ଓ ମହିଳା ସ୍ବେଚ୍ଛ।ସେବୀ ଏଥିରେ ଯୋଗ ଦେଇ ଚାରା ରୋପଣ କରିଥିଲେ ।