You are currently viewing ପିପଳପଙ୍କା ଜଳସେଚନ ବିଶ୍ରାମ ଗୃହ ଭିତ୍ତିପ୍ରସ୍ତର ସ୍ଥାପନ
ପିପଳପଙ୍କା ଜଳସେଚନ ବିଶ୍ରାମ ଗୃହ ଭିତ୍ତିପ୍ରସ୍ତର ସ୍ଥାପନ

-ଗଞ୍ଜାମ ସୋରଡ଼ା ର ବହୁ ପ୍ରତିକ୍ଷୀତ ପିପଳପଙ୍କା ଜଳସେଚନ ବିଭାଜନ ର ବିଶ୍ରାମ ଗୃହ ସୋରଡ଼ା ଠାରେ ମାନ୍ୟବର ସୋରଡ଼ା ବିଧାୟକ ଙ୍କ କରକମଳ ରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି | ଏହି ସମୟରେ ପିପଳପଙ୍କା ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ କୁମାର ପ୍ରଧାନ, କନିଷ୍ଠ ଯନ୍ତ୍ରୀ ଶୋବନି ସାହୁ, ଭଞ୍ଜନଗର ଜଳସେଚନ ଅନୁବିଭାଗ ଅଧିକ୍ଷଣ ଯନ୍ତ୍ରୀ ରାଜୀବ କୁମାର ସେଠି, ସହକାରି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ କେ ଦେବେନ୍ଦ୍ର ପ୍ରଧାନ,

ସହକାରୀ ଯନ୍ତ୍ରୀ ବିଜୟ ଚନ୍ଦ୍ର ପଟ୍ଟନାୟକ, ଠିକାଦାର ଭଗବାନ ପାଣିଗ୍ରାହୀ,ସୋରଡ଼ା ଏନଏସି ଆସ୍କା ସାଂସଦ ପ୍ରତିନିଧି ସିମାଞ୍ଚଳ ଅଧିକାରୀ ପ୍ରମୁଖ ସୋରଡ଼ା ଜଳସେଚନ ଅନୁବିଭାଗ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ | ଏହି ବିଶ୍ରାମଗାର ଟି ୮୬,୫୦, ୪୫୭/-ଟଙ୍କା ବ୍ୟୟ ରେ ନିର୍ମାଣ କରାଯିବା ର ସୂଚନା ରହିଛି |