You are currently viewing ଖଲ୍ଲିକୋଟ : ମର୍ଦରାଜ ମହୋତ୍ସବ ନିରାଡମ୍ବର ରେ ପାଳିତ ହେବ
ଖଲ୍ଲିକୋଟ : ମର୍ଦରାଜ ମହୋତ୍ସବ ନିରାଡମ୍ବର ରେ ପାଳିତ ହେବ

ଖଲ୍ଲିକୋଟ ; 27/12 ଓଡିଶା ଏକତ୍ରି କରଣ ର ମହାନ ସାରଥୀ ସ୍ବର୍ଗତ ରାମ ଚନ୍ଦ୍ର ମର୍ଦରାଜ ଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ମର୍ଦରାଜ ମହୋସ୍ତାବ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ ତାଙ୍କର ପୁତ୍ରବଧୂ ତଥା ଖଲ୍ଲିକୋଟ ବିଧାୟିକା ସ୍ବର୍ଗତ ଭି. ସୁଜ୍ଞାନୀ କୁମାରୀ ଦେଓ ଙ୍କ ଦେହାନ୍ତ କାରଣରୁ ଚଳିତ ବର୍ଷ ମର୍ଦରାଜ ମହୋତ୍ସବ କୁ ନିରାଡ଼ମ୍ବାର ସହକାରେ ପାଳିତ କରାଯିବ ବୋଲି ଖଲ୍ଲିକୋଟ ମର୍ଦରାଜ ସାଂସ୍କୃତିକ ପରିଷଦ ର ସମ୍ପାଦକ ବରିଷ୍ଟ ଆଇନଜୀବୀ ସୁଧାଂଶୁ ଶେଖର ସାହୁ ଏ ଉପଲକ୍ଷେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି |ଜୟନ୍ତୀ ରେ କେବଳ ଏକ ସଭା ଆୟୋଜନ କରାଯାଇ ସ୍ବର୍ଗତ ମର୍ଦରାଜ ଙ୍କ ସ୍ମୃତି ଚାରଣ କରାଯିବ | କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ବୋଲି ପରିଷଦ ର କର୍ମକର୍ତା ମାନେ ପ୍ରକାଶ କରିଥିଲେ |

ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ. ନିରଞ୍ଜନ ବେହେରା, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅରୁଣ କୁମାର ପଣ୍ଡା, ସମାଜସେବୀ ସୁଶ୍ରୀ ଆରତୀ ଦେବୀ, ଡକ୍ଟର ହର ପ୍ରସାଦ ମହାପାତ୍ର, ପୂର୍ବତନ ବ୍ଲକ ଅଧକ୍ଷ ଦୈତାରୀ ବେହେରା, ପ୍ରାକ୍ତନ ନଗରପାଳ ରାମ ମୋହନ ପଣ୍ଡା, ପୂର୍ବତନ ସରପଞ୍ଚ ବ୍ରଜ କିଶୋର ସ୍ୱାଇଁ, ଅଧ୍ୟାପକ ଡ଼ଃ ଅଶୋକ କୁମାର ପାଲ, କୃଷ୍ଣ ଚନ୍ଦ୍ର ପଣ୍ଡା, ସୁଲୋଚନା ପଣ୍ଡା ପ୍ରମୁଖ ବିଦ୍ଧିଜୀବୀ ମାନେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |

ରିପୋର୍ଟ ମାଧବ ବେହେରା, ଖଲ୍ଲିକୋଟ