You are currently viewing ତନରଡା ଗୋରକ୍ଷାଶ୍ରମରେ ୫୧ କୁଣ୍ଡୀୟ ବୈଦିକ ମହାଯଜ୍ଞ
ତନରଡା ଗୋରକ୍ଷାଶ୍ରମରେ ୫୧ କୁଣ୍ଡୀୟ ବୈଦିକ ମହାଯଜ୍ଞ

ଭଞ୍ଜନଗର,୦୧/୧୦ : ବେଲଗୁଣ୍ଠା ବ୍ଳକ ଅନ୍ତର୍ଗତ ତନରଡା ଶ୍ରୀବତ୍ସ ଗୋରକ୍ଷାଶ୍ରମରେ ମଙ୍ଗଳବାର ୫୧ କୁଣ୍ଡୀୟ ସନାତନ ବୈଦିକ ମହାଯଜ୍ଞ ଏବଂ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୪ ତମ ଜୟନ୍ତୀ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ମହାନ୍ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ଦ୍ଵାରା ପ୍ରତିଷ୍ଠିତ “ଶ୍ରୀବତ୍ସ ଗୋରକ୍ଷାଶ୍ରମ ” ତନରଡା ୧୦୧ ତମ ବର୍ଷ ପୂରଣ କରିବା ସହ ସଂସ୍କାରକ ଶ୍ରୀବତ୍ସ ପଣ୍ଡାଙ୍କ ୧୫୪ ତମ ଜନ୍ମଜୟନ୍ତୀ ଅତ୍ୟନ୍ତ ଭବ୍ୟ ସହକାରେ ପାଳିତ ହୋଇଥିଲା। ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ସଂଖ୍ୟାଧିକ ସାଧୁସନ୍ଥ , ବିଦ୍ୱାନ, ଧର୍ମ ପ୍ରେମୀ ସଜ୍ଜନ ଏହି ଦ୍ଵିଦିବସୀୟ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ। ପ୍ରଥମ ଦିବସରେ ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇଥିବା ବେଳେ ମଙ୍ଗଳବାର ଅନୁଷ୍ଠିତ ମହାଯଜ୍ଞରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପଶୁସମ୍ପଦ ତଥା ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗ ଦେଇଥିଲେ। ସରକାରଙ୍କ ପକ୍ଷରୁ ଶ୍ରୀବତ୍ସ ଗୋରକ୍ଷାଶ୍ରମ ର ବୃହତ ଉନ୍ନତି ନିମନ୍ତେ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଏଥି ସହିତ ନିଜର ଏକ ମାସିକ ବେତନର ସମସ୍ତ ଅର୍ଥ ରାଶି ଚେକ୍ ମାଧ୍ୟମରେ ରେ ଆଶ୍ରମ କୁ ଦାନ କରିଥିଲେ। ଗୋରକ୍ଷାଶ୍ରମର ସଭାପତି ଆଚାର୍ଯ୍ୟ ଡଃ ସୁଦର୍ଶନ ଦେବଙ୍କ ତତ୍ୟବଧାନରେ ସମସ୍ତ କାଯ୍ୟ ପରିଚାଳନା ହୋଇଥିଲା। ( ରିପୋର୍ଟ ପପୁ ପ୍ରଧାନ)