You are currently viewing ଖଲ୍ଲିକୋଟ ରେ ସଡ଼କ ସୁରକ୍ଷା ସପ୍ତାହ :ତ୍ରୁଟିପୂର୍ଣ୍ଣ ଘାଟି ରାସ୍ତା ପାଇଁ ଘଟୁଛି ସର୍ବାଧିକ ଦୁର୍ଘଟଣା |
ଖଲ୍ଲିକୋଟ ରେ ସଡ଼କ ସୁରକ୍ଷା ସପ୍ତାହ :ତ୍ରୁଟିପୂର୍ଣ୍ଣ ଘାଟି ରାସ୍ତା ପାଇଁ ଘଟୁଛି ସର୍ବାଧିକ ଦୁର୍ଘଟଣା |

ଖଲ୍ଲିକୋଟ : 2/1 ଜାତୀୟ ରାଜପଥ 16 ର ବଡ଼ ଘାଟି ର ତ୍ରୁଟିପୂର୍ଣ୍ଣ ରାସ୍ତା ନିର୍ମାଣ ସାଙ୍ଗକୁ ଦ୍ରୁତ ଗାଡି ଚଳାଣ, ମଦ ଓ ମୋବାଇଲ କାରଣରୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅଞ୍ଚଳ ରେ ସର୍ବାଧିକ ଦୁର୍ଘଟଣା ମାନ ଘଟି ବ୍ୟାପକ ଧନ ଜୀବନ ନଷ୍ଟ ହେଉଥିବା ସଡ଼କ ସୁରକ୍ଷା ପାଇଁ ଆୟୋଜିତ ସଚେତନତା ସଭା ରେ ମଂଚାସୀନ ଅତିଥି ମାନେ ମତ ବ୍ୟକ୍ତ କରିଥିବା ଜଣାପଡିଛି |ସ୍ଥାନୀୟ ମର୍ଦରାଜ କଲ୍ୟାଣ ମଣ୍ଡପ ଜିଲ୍ଲା ପରିବହନ ବିଭାଗ ଓ ଖଲ୍ଲିକୋଟ ରାହଣ ଦେବୀ ଟ୍ରକ ମ|ଲିକ ସଂଘ ଓ ଆର ସି ଏମ କଲେଜ ଏନ ଏସ ଏସ ର ମିଳିତ ସହଯୋଗ ରେ ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାଡି ଚାଳକ ମାନେ ରାସ୍ତା ର ନିୟମ ନ ମାନି ଦ୍ରୁତ ଗତି ରେ ଗାଡି ଚଲାଇବା ଦୁର୍ଘଟଣା ର ମୁଖ୍ୟ କାରଣ ତେଣୁ କଲେଜ ଛାତ୍ର ଛାତ୍ରୀ ମାନେ ଟ୍ରାଫିକ ଆଇନ ମାନିବା ସାଙ୍ଗକୁ ହେଲମେଟ ନିହାତି ବ୍ୟବହାର କରିବା ପାଇଁ ଧ୍ୟାନ ଦେବା ପରାମର୍ଶ ଦେଇଥିଲେ ଓ ରାସ୍ତା ପ୍ରଶସ୍ତିକରଣ ସାଙ୍ଗକୁ ଓ ଏନ ଏଚ ଆଇ ଙ୍କୁ ବାରମ୍ବାର ଲେଖା ଯାଉଥିବା ପ୍ରକାଶ କରିଥିଲେ |

ସଡ଼କ ସୁରକ୍ଷା ସଚେତନତା ସଭା ରେ ଅତିଥି ଭାବେ ଯୋଗ ଦେଇ ସ୍ଥାନୀୟ ଆଇ ଆଇ ସି ଜଗନ୍ନାଥ ମଲ୍ଲିକ ବଡ ଘାଟି ଜେ ର ତ୍ରୁଟିଯୁକ୍ତ ରାସ୍ତା ଯୋଗୁ ଜିଲ୍ଲା ର ସର୍ବାଧିକ ରାସ୍ତା ଦୁର୍ଘଟଣା ଘଟିବା ସହ ଗାଡି ଚଲାଇବା ସମୟ ରେ ମୋବାଇଲ ଦୁର୍ଘଟଣା କୁ ଡାକି ଆଣିବା ପ୍ରକାଶ କରିଥିଲେ | ଅନ୍ୟ ମାନଙ୍କ ମଧ୍ୟ ରେ ଏମ ଭି ଆଇ ରବୀନ୍ଦ୍ର ଜେନା, ଇଂ. ତୁଷାର କୁମାର ଆଚାର୍ଯ୍ୟ, ରାହଣ ଦେବୀ ଟ୍ରକ ମ|ଲିକ ସଂଘ ର ସଭାପତି ଚକ୍ରପାଣି ରାଉତ, ଆର ସି ଏମ କଲେଜ ଏନ ଏନ ଏସ ଅଧିକାରୀ କୃଷ୍ଣ ଚନ୍ଦ୍ର ସ୍ୱାଇଁ ଓ ‘ରକ୍ଷକ ‘ର ଏମ ତି ଓ ସୁବଳୟା କଲେଜ ରସାୟନ ବିଭାଗ ଅଧ୍ୟାପକ ଡ଼ଃ. ଜଗଦୀଶ ପାଲ, ଟ୍ରକ ମ|ଲିକ ସଂଘ ସମ୍ପାଦକ ପ୍ରକାଶ ମିଶ୍ର, ଉପ – ସଭାପତି ତପନ କୁମାର ଆଚାର୍ଯ୍ୟ ଖଲ୍ଲିକୋଟ ଏନ ଏ ସି ନିର୍ବାହୀ ଅଧିକାରୀ ରାଜେଶ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ଦୁର୍ଘଟଣା ନିୟନ୍ତ୍ରଣ ସମ୍ପର୍କିତ ପ୍ରସ୍ତାବ ମାନ ରଖିଥିଲେ |ଏ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ମଧ୍ୟ ରେ କୁଇଜ ପ୍ରତିଯୋଗିତା, ପଥ ପ୍ରାନ୍ତ ନାଟକ ସମେତ କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ରଥ ସହର ପରିକ୍ରମା କରିଥିଲା |

( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )