ପୋଲିସ ଉପସ୍ଥିତି ରେ ଯୌତୁକ ସାମଗ୍ରୀ ହେଲା ଫେରସ୍ତ
ବେଗୁନିଆପଡା:କୁହାଯାଏ ବାହାଘର ଏକ ପବିତ୍ର ବନ୍ଧନ | ହେଲେ କୌଣସି କାରଣ ବଶତଃ ଯଦି ବାହାଘର ର ସାତ ବର୍ଷ ପରେ ବିଛେଦ ଘଟି ସ୍ତ୍ରୀ ଅନ୍ୟତ୍ର ବାହା ହୁଏ ଏଵଂ ସ୍ୱାମୀ ମଧ୍ୟ ଅନ୍ୟତ୍ର ବାହା ହେବାକୁ ମନସ୍ତ କରେ ତେବେ ୟାକୁ ଆପଣ କଣ କହିବେ | ଆଜ୍ଞା ହଁ ଏମିତି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଅନ୍ତର୍ଗତ ସାଙ୍କୁଡ଼ା ଗ୍ରାମରେ | ଏହି ଗ୍ରାମର ମହେଶ୍ୱର ମଲିକ ଙ୍କ ଏକମାତ୍ର ପୁଅ ରାଜେନ୍ଦ୍ର ମଲିକ ଦୀର୍ଘ ସାତ ବର୍ଷ ପୂର୍ବେ ବୈଦିକ ରୀତିନୀତି ଅନୁସାରେ ସେହି ଗ୍ରାମର ବିଶ୍ୱନାଥ ମଲିକ ଙ୍କ ଝିଅ କୁ ବିବାହ କରିଥିଲେ | ବାହାଘର ପରେ କିଛି ବର୍ଷ ସବୁ ଠିକ ଠାକ ଚାଲିଥିବା ବେଳେ ହଠାତ ଦାମ୍ପତ୍ୟ ଜୀବନରେ ଦେଖାଗଲା ଟ୍ଵିଷ୍ଟ | ରାଜେନ୍ଦ୍ର ଙ୍କ ପତ୍ନୀ ଲକ୍ଷ୍ମୀ ଅନ୍ୟ ଜଣେ ଯୁବକଙ୍କୁ ଭଲ ପାଇ ବସିଲେ | ଯେହେତୁ ସ୍ୱାମୀ ରାଜେନ୍ଦ୍ର ରାଜ୍ୟ ବାହାରେ ରହି କାମ କରୁଥିଲେ ଏହାର ସୁଯୋଗ ନେଇ ସ୍ତ୍ରୀ ଲକ୍ଷ୍ମୀ ଅନ୍ୟ ଜଣେ ପୁଅ ସହିତ ମୋବାଇଲ ଯୋଗେ ପ୍ରେମ କରି ବସିଲେ | ପରବର୍ତୀ ମୁହୂର୍ତ୍ତରେ ଘରେ କାହାକୁ ନଜଣାଇ ଲକ୍ଷ୍ମୀ ସେହି ଯୁବକ ସହିତ ଫେରାର ହୋଇ ଯାଇଥିଲେ | ଏଵଂ ଘଟଣା ପ୍ରଘଟିତ ହେବା ପରେ ରାଜେନ୍ଦ୍ର ପୋଲିସ ର ସହାୟତା ଲୋଡ଼ିଥିଲେ | ଫଳ ସ୍ୱରୂପ ବୁଧବାର ବେଗୁନିଆପଡା ଥାନା ଆଇଆଇସି ମଞ୍ଜରୀ ନାୟକ ଏଵଂ ସ୍ଥାନୀୟ ଭଦ୍ର ବ୍ୟକ୍ତି ଙ୍କ ଉପସ୍ଥିତି ରେ ସ୍ତ୍ରୀ ଲକ୍ଷ୍ମୀ ବାହାଘର ସମୟର ସମସ୍ତ ଆସବାବ ପତ୍ର ନେଇ ବାପ ଘରକୁ ଚାଲିଯାଇଥିଲେ | ତେବେ ଏ ନେଇ କଣ କହୁଛନ୍ତି ରାଜେନ୍ଦ୍ର ଏଵଂ ସ୍ଥାନୀୟ ଭଦ୍ର ବ୍ୟକ୍ତି ଟିକେ ଶୁଣି ନିଅନ୍ତୁ……
ତେବେ ଏ ନେଇ ମହିଳା ଜଣଙ୍କ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଥିଲେ |
ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
