You are currently viewing ବିଡ଼ିପୁର ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
ବିଡ଼ିପୁର ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜଗନ୍ନାଥ ପ୍ରସାଦ ::(ଚିତ୍ତରଞ୍ଜନ ଗନ୍ତାୟତ )
ଗ୍ରାମାଞ୍ଚଳର ଭିତିଭୂମିର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ପ୍ରୟାସ ଜାରି ରହିଛି l ଏନେଇ ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି l ଏହି ପରିପ୍ରେକ୍ଷୀରେ ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ବିଡ଼ିପୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀମତୀ ରଶ୍ମିତା ସାହୁ ଓ ସମିତି ସଭ୍ୟା ଶ୍ରୀମତୀ ଗୀତାରାଣୀ ବାରକଙ୍କ ମିଳିତ ଅଧକ୍ଷତାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଉପାଧ୍ୟାକ୍ଷ ରଞ୍ଜିତ କୁମାର ପାତ୍ର ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଶ୍ୱିନୀ କୁମାର ମହାପାତ୍ର ଯୋଗ ଦେଇଥିଲେ l ଅନ୍ୟପକ୍ଷରେ ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ,୨୩ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ସୁମିତ୍ରା ପ୍ରଧାନ,ସରପଞ୍ଚ ରଶ୍ମିତା ସାହୁ, ସମିତି ମେମ୍ବର ଗୀତାରାଣୀ ବାରିକ, ନାଏବ ସରପଞ୍ଚ ଲଷ୍ମୀପ୍ରିୟା ସ୍ୱାଇଁ, ଶିଶୁ ବିକାଶ ପ୍ରକଳ୍ପ ଅଧିକରୀ ଶ୍ରୀମତୀ ଦାର୍ଶନୀ ନାୟକ,କନିଷ୍ଠ ଯନ୍ତ୍ରୀ ଦୀପକ ସାହୁ,ପଞ୍ଚାୟତ ନିର୍ବାହ ଅଧିକାରୀ ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ମଞ୍ଚାସିନ ରହି କାର୍ଯ୍ୟକ୍ରମକୁ ଅନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବା ସହିତ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଇଥିଲେ l ଏହି ଅବସରରେ ବିଜୟ ଧନୁର୍ଜୟପୁର ପଞ୍ଚାୟତରେ ହୋଇଥିବା ବିଭିନ୍ନ ବିକାଶର ଏକ ପୁସ୍ତିକାକୁ ମଧ୍ୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉନ୍ମୋଚନ କରିଥିଲେ l ଯେଉଁଥିରେ ପଞ୍ଚାୟତରେ ହୋଇଥିବା ବିକାଶ ମୂଳକ କାର୍ଯ୍ୟ ତଥା ଆମ ଓଡିଶା ନବୀନ ଓଡିଶା ମାଧ୍ୟମରେ ୧୦ପ୍ରକଳ୍ପ ପାଇଁ ୫୦ଲକ୍ଷ ଟଙ୍କାର ଅନୁଦାନ, ୯୩୦ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୂକ୍ତ ଓ ସେଥିମଧ୍ୟରୁ ୧୦୦ ହିତାଧିକାରୀ ଉପକୃତ, ସ୍ୱତନ୍ତ୍ର ସହାୟତା ଯୋଜନା ୨ଟି ପ୍ରକଳ୍ପ ପାଇଁ ୮ଲକ୍ଷ ଟଙ୍କା,୬୫୭ପରିବାରକୁ କାଳିଆ ଯୋଜନାରେ ଅନ୍ତର୍ଭୂକ୍ତ,୬୦୪ହିତାଧିକାରୀଙ୍କୁ ଭର୍ତ୍ତା,୪୮ଟି ମିଶନ ଶକ୍ତି ଗୋଷ୍ଠୀଙ୍କୁ ବିନା ସୁଧରେ ୧କୋଟି ୬୮ଲକ୍ଷ ଋଣ ପ୍ରଦାନ,୯୩୦ ପରିବାରକୁ ରେସନ କାର୍ଡ,୩୩୨ ଗର୍ଭବତୀ ମହିଳାଙ୍କୁ ମମତା ସହାୟତା, ପଞ୍ଚାୟତରେ ଆମ ବ୍ୟାଙ୍କ ସେବା ଇତ୍ୟାଦି ଜନହିତକର ଯୋଜନାମାନ ପ୍ରଣୟନ କରାଯାଇଥିବା ଉପସ୍ଥିତ ରହି ବିକାଶ ମୂଳକ କାର୍ଯ୍ୟ ବିଷୟରେ ଜନସାଧାରଣ ମାନଙ୍କୁ ସୂଚନା ଦେଇଥିଲେ l କାର୍ଯ୍ୟକ୍ରମକୁ କନ୍ଧମାଳ ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ ସଭାପତିତ୍ୱ କରିଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବରୁଣ ବେହେରା,ଶିଶିରକାନ୍ତ ସାହୁ, ଚକ୍ରଧର ପାଣିଗ୍ରାହୀ, ପ୍ରଭାତ ବାରିକ, ମହେଶ୍ୱର ପୋଲେଇ, ପ୍ରଭାତ କୁମାର ବିଷୋୟୀ, ଅମୀର ସ୍ୱାଇଁ, କାଁହୁ ପରିଛା, କାଳୁଚରଣ ପଣ୍ଡା, କୈଳାଶ ଜେନା, ସୁରେଶ ଚନ୍ଦ୍ର ନାୟକ, ଖାଦାଳ ସ୍ୱାଇଁ, ଦିଲ୍ଲୀପ କୁମାର ସେଠୀ, ମନୁ ବିଶ୍ୱାଳ,ଜିତେନ୍ଦ୍ର ରଥ, ମଧୁସୂଦନ କର, ପ୍ରିୟ ରଞ୍ଜନ ରଥ, ଧ୍ରୁବଚରଣ ବେହେରା,ବିଜୟ କୁମାର ନାୟକ,ଭଗବାନ ଆଲଟିଆଙ୍କ ସମେତ ବିଭିର୍ଣ୍ଣ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଓଏଲଏମ, ଏମବିକେ, ସିଆରପି, ଅଙ୍ଗନବାଡି କର୍ମୀ,ବହୁ ଜନପ୍ରତିନିଧି, ମହିଳା ଓ ପଞ୍ଚାୟତର ଜନସାଧାରଣମାନେ ଉପସ୍ଥିତ ରହିଥିଲେ l