You are currently viewing ପୁରୁଷୋତ୍ତମ ପୁର ବ୍ଳକ ରେ “କଳା ଉତ୍ସବ ଓ ଆର୍ନ୍ତଜାତୀୟ ବାଳିକା ଶିଶୁ ମହୋତ୍ସବ” ଅନୁଷ୍ଠିତ
ପୁରୁଷୋତ୍ତମ ପୁର ବ୍ଳକ ରେ “କଳା ଉତ୍ସବ ଓ ଆର୍ନ୍ତଜାତୀୟ ବାଳିକା ଶିଶୁ ମହୋତ୍ସବ” ଅନୁଷ୍ଠିତ

ସରକାରଙ୍କ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଚଳିତ ବର୍ଷର ବ୍ଳକ ସ୍ତରୀୟ “କଳା ଉତ୍ସବ ଓ ଆର୍ନ୍ତଜାତୀୟ ବାଳିକା ଶିଶୁ ଦିବସ” ସ୍ଥାନୀୟ ନରସିଂହ ଦାଶ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଅଛି ।
ଏଥରେ ବ୍ଳକର ବିଭିନ୍ନ ବିଦ୍ୟାଳୟରୁ ୯ମ ଠାରୁ ୧୨ଶ ଶ୍ରେଣୀର ପ୍ରାୟ ୫୦ ଜଣ ଛାତ୍ରଛାତ୍ରୀ ଏକକ ନୃତ୍ୟ , ଦଳଗତ ନୃତ୍ୟ, ଆଞ୍ଚଳିକ ଗୀତ, ପାରମ୍ପରିକ ବାଦ୍ୟ ଯନ୍ତ୍ର ଓ ସଙ୍ଗୀତ ତଥା ଚିତ୍ରାଙ୍କନ (2D)ଏବଂ ଚିତ୍ରକଳା (3D) ଆଦି ପ୍ରତିଯୋଗୀତାରେ ଭାଗ ନେଇଥିଲେ। ଏଥି ସହିତ ଆର୍ନ୍ତଜାତୀୟ ବାଳିକା ଶିଶୁ ଦବସ ଉପଲକ୍ଷେ ୭ ଗୋଟି ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ୪୨ ଜଣ ଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ ।
ବ୍ଳକ ର ବରିଷ୍ଠ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଏସ.ଗିରିଧର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵlବଧାନରେ ସମସ୍ତ କାର୍ଯ୍ୟ ସୂଚାରୁରୂପେ ସମ୍ପାଦନ ହୋଇଥିଲା


ଉକ୍ତ କାର୍ଯ୍ୟକ୍ରମରେ ବିଚାରକ ରୂପେ କୁକୁଡାଖଣ୍ଡି ବ୍ଳକ ବୋରିଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପ୍ତିମୟୀ ପାଳ ଯୋଗଦାନ କରିଥିଲେ |
ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସୁଶ୍ରୀ ପୂର୍ଣ୍ଣିମା ସର୍ଦ୍ଧାର ପୁରସ୍କୃତ କରିଥିଲେ
ବ୍ଳକର ପୁରାତନ ଓ ନୂତନ ସିଆରସିସି ଯଥା ଶ୍ରୀ ସରୋଜ କୁମାର ଦାସ, ଭଗବାନ ସାହୁ, ନିତ୍ଯାନନ୍ଦ ବେହେରା,ବନମାଳି ବେହେରା,ଭାରତି ଭୂଷଣ ଦାଶ, ନିରଞ୍ଜନ ତ୍ରିପାଠି,ପୂର୍ଣ୍ଣ ଚନ୍ଦ୍ର ନାୟକ,ଲକ୍ଷ୍ମୀନାରାୟଣ ପାତ୍ର,ମନୋଜ କୁମାର ପଣ୍ଡା,ପ୍ରତାପ ଚନ୍ଦ୍ର ପଣ୍ଡା,ନକୁଳ ସେଠି,ଗଣେଶ ପାତ୍ର,ଅଶୋକ ପାଳ,ସୁଶାନ୍ତ ପୋଲେଇ,ବିନାୟକ ସାହୁ,ଦେବେନ୍ଦ୍ର ସେଠି, ନିଳାଞ୍ଚଳ ସାହୁ,
ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରାଜକିଶୋର ସାହୁ ଏବଂ ଫଟୋଗ୍ରାଫର ଅଶୋକ କୁମାର ଆଚାର୍ଯ୍ଯ, ଭଗବାନ ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବି ଆର ସି ସି ଶ୍ରୀ ସିମାଞ୍ଚଳ ରଥ ଙ୍କ ବଳିଷ୍ଠ ନେତୃତ୍ବ ରେ ସମସ୍ତ କାର୍ଯ୍ୟ ସୂଚାରୁରୂପେ ସମ୍ପାଦିତ ହୋଇଥିଲା |
ଶେଷରେ ବ୍ଳକ ଶିକ୍ଷାଧିକାରୀ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ |