You are currently viewing ପୁରୁଷୋତ୍ତମପୁର ଏନଏସିର ଷଷ୍ଠତମ ବୈଠକ ଅନୁଷ୍ଠିତ ହୋଇଯାଇଛି
ପୁରୁଷୋତ୍ତମପୁର ଏନଏସିର ଷଷ୍ଠତମ ବୈଠକ ଅନୁଷ୍ଠିତ ହୋଇଯାଇଛି

ପୁରୁଷୋତ୍ତମପୁର ତା-୧୭ /୧0/ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାଉନସିଲ ବୈଠକ ମଙ୍ଗଳବାର ଦିନ ଏନଏସି କାର୍ଯ୍ୟାଳୟ ନୂତନ ସଭାଗୃହ ଠାରେ ଷଷ୍ଠ ତମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଅଛି l ଏନଏସି ଅଧ୍ୟକ୍ଷା ପ୍ରିୟଙ୍କା ଗୌଡ଼ଙ୍କ ପୌରୋହିତ୍ୟରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନ କାର୍ଯ୍ୟକୁ ଯଥା ଶୀଘ୍ର ଅକ୍ସନ କରି ନିର୍ମାଣ କାର୍ଯ୍ୟ ତ୍ୱlରାନ୍ୱିତ କରିବା ପାଇଁ ସଭ୍ୟ ଓ ସଭ୍ୟା ମାନେ ଅଧକ୍ଷା, ଓ କାର୍ଯ୍ୟନିର୍ବାହୀଙ୍କୁ ଅନୁରୋଧ କରିଥିଲେ l

ଏହି କାଉସିଲ ବୈଠକକୁ ଆସ୍କା ସାସଂଦ ପ୍ରମିଳା ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଉଥିବା ବେଳେ ସଂମ୍ମାନିତ ଅତିଥିଭାବେ ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଯୋଗ ଦେଇଥିଲେ l ଏହି ବୈଠକକୁ କାର୍ଯ୍ୟନିର୍ବାହୀ ଅଧିକାରୀ ସୌମ୍ୟ ରଞ୍ଜନ ମିଶ୍ରଙ୍କ ଦ୍ୱାରା ସଭା କାର୍ଯ୍ୟ ପରିଚାଳନା ହୋଇଯାଇଛି l ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇ ଗୃହୀତ କରିବାକୁ ସମସ୍ତ ସଭ୍ୟ “ସଭ୍ୟା ସହମତି ପ୍ରକାଶ କରିଥିଲେ l କାଉନସିଲ ବୈଠରେ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା, ଓ ଆସ୍କା ସାସଂଦଙ୍କ ପ୍ରତିନିଧି ପ୍ରେମାନନ୍ଦ ସାହୁଙ୍କ ସହ ସମସ୍ତ ୱାର୍ଡ ସଭ୍ୟ ଅରୁଣ କୁମାର ମହାଙ୍କୁଡ, ଅଶୋକ କୁମାର ମହାଙ୍କୁଡ, ଭାସ୍କର ବେହେରା, ଭବାନୀ ଶଙ୍କର ନାହାକ, ଲିଙ୍ଗରାଜ ବେହେରା,କେ ପ୍ରମୋଦ ଅଚାରୀ, ସଭ୍ୟା ଯମୁନା ବେହେରା, ସୁଜତା ବେହେରା,ସୁଦଷ୍ଣା ବେହେରା, ଗିରିଜା ବେହେରା, ପ୍ରମିତା କୁମାର ପଣ୍ଡା, ଅର୍ଚ୍ଚନା ପଣ୍ଡା,ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ୱାର୍ଡର ଉନ୍ନତି କରିବା ପାଇଁ ଆଲୋଚନା କରିଥିଲେ l।

ଏଥିରେ ଏନଏସି ର ବରିଷ୍ଠ ସହାୟକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସହକାରୀ ଯନ୍ତ୍ରୀ ରାମ ଚନ୍ଦ୍ର ପିଙ୍ଗୁଆ, ରଶ୍ମିରାଣୀ ନାୟକ, ହିସାବ ନିରକ୍ଷଣ ଅଶିତ କୁମାର ଷଡ଼ଙ୍ଗୀ,ରଞ୍ଜିତା କୁମାରୀ ପଣ୍ଡା ସଂଗ୍ରାମ କେଶରୀ ନାୟକ, ବିକ୍ରମ ବେହେରା,ବରୁଣ କୁମାର ବେହେରା, ଇଲେକ୍ଟ୍ରିକାଲ ଠିକାଦାର ପ୍ରମୁଖ କର୍ମଚାରୀ ଉପସ୍ଥିତ ଥିଲେ l ଶେଷରେ ଉପାଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ପଣ୍ଡା ଅଧନ୍ୟବାଦ ଅର୍ପଣ କରିଥିଲେ l

ରିପୋର୍ଟ ପ୍ରସନ୍ନ କୁମାର ଦାସ