You are currently viewing ଅନନ୍ତ ଆଇଟିଆଇର ନବାଗତଙ୍କୁ ସ୍ୱାଗତ l
ଅନନ୍ତ ଆଇଟିଆଇର ନବାଗତଙ୍କୁ ସ୍ୱାଗତ l

କଟକ : କଟକ ଜିଲ୍ଲା ସାଲେପୁର ବାଲିସାହି ସ୍ଥିତ ବୈଷୟିକ ଶିକ୍ଷା ଅନୁଷ୍ଠାନ ଅନନ୍ତ ଆଇଟିଆଇର ଚଳିତ ଶିକ୍ଷାବର୍ଷର ଧନ୍ଦା ମୂଳକ ଶିକ୍ଷା ପ୍ରଥମବର୍ଷରେ ନାମ ଲେଖାଇଥିବା ଛାତ୍ର ଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଅଛି lଉକ୍ତ ସ୍ୱାଗତ ସମ୍ବର୍ଦ୍ଧନା ସଭାରେ ପ୍ରଶିକ୍ଷକ ଅଧିକାରୀ ଶ୍ରୀଯୁକ୍ତ ଭାବଗ୍ରାହୀ ସାମଲ ସଭାପତିତ୍ବ କରିଥିବା ବେଳେ ଅନୁଷ୍ଠାନର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାଶ ଅଧ୍ୟକ୍ଷତା କରିଥିଲେ l ସମ୍ମାନିତ ଅତିଥି ଭାବରେ ମାହାଙ୍ଗା ଅଞ୍ଚଳର ଯୁବ ସମାଜ ସେବୀ ବିକ୍ରମ କେଶରୀ ନାଥ ଯୋଗଦେଇ ପିଲାମାନଙ୍କୁ ସୁନ୍ଦର ଭବିଷ୍ୟତ ଗଠନ ଦିଗରେ ବୈଷୟିକ ଶିକ୍ଷାର ଗୁରୁତ୍ୱ ବିଷୟରେ ପରାମର୍ଶ ପ୍ରଦାନ କରିଥିଲେ l ଅନୁଷ୍ଠାନ ର ପ୍ରଶିକ୍ଷକ ଶ୍ରୀଯୁକ୍ତ ହାପି ମହାନ୍ତି, ଶ୍ରୀଯୁକ୍ତ ଆଲୋକ ଚନ୍ଦ୍ର ନାୟକ , ପରିଚାଳକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ଷଡଙ୍ଗୀ ଅନୁଷ୍ଠାନ ସମ୍ପର୍କ ରେ ଛାତ୍ର ଙ୍କୁ ସୂଚନା ପ୍ରଦାନ କରିବା ସହ ସମସ୍ତ ଛାତ୍ର ଙ୍କୁ ପୁଷ୍ପଗୁଚ୍ଛ ସହ ସ୍ୱାଗତ କରିଥିଲେ l ପରିଶେଷରେ ପ୍ରଶିକ୍ଷକ ଆଲୋକ ଚନ୍ଦ୍ର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ l ସହଯୋଗୀ ଅଶୋକ କୁମାର ନାୟକ ଏବଂ ଦ୍ୱିତୀୟ ବର୍ଷର ଛାତ୍ର ସଭା ପରିଚାଳନା ରେ ସହଯୋଗ କରିଥିଲେ l