You are currently viewing ଦୁର୍ଘଟଣା ରେ ମୃତ ଟୁନା ଙ୍କ ଦୁଇଟି ଆଖି ପ୍ରଦାନ କଲେ ପରିବାର
ଦୁର୍ଘଟଣା ରେ ମୃତ ଟୁନା ଙ୍କ ଦୁଇଟି ଆଖି ପ୍ରଦାନ କଲେ ପରିବାର

ଖଲ୍ଲିକୋଟ :4/10 ଗତକାଲି କଂକ୍ରିଟ ମିକ୍ସଚର ଗାଡି ଚାପରେ ମୃତ୍ଯୁ ବରଣ କରିଥିବା ତୋଟା ଗାଁ ଯୋଗୀ ବାରିକ ଙ୍କ ସାନ ପୁଅ ଟୁନା ବାରିକ ( 28 ) ଙ୍କ ପରିବାର ର ସମ୍ମତି କ୍ରମେ ତାଙ୍କର ଦୁଇ ଗୋଟି ଆଖି କୁ ପ୍ରଦାନ କରି ମହାନତା ର ନିଦର୍ଶନ ସୃଷ୍ଟି କରିଛନ୍ତି |କରଣ ତାଙ୍କର ଦୁଇଟି ଆଖି ରେ ଜଣେ କିମ୍ବା ଦୁଇ ଜଣ ଚକ୍ଷୁ ହୀନ ବ୍ୟକ୍ତି ଦୁନିଆ ଦେଖିବାର ସୁଯୋଗ ପାଇବ |ପ୍ରକାଶ ଥାଉକି ଗତ କାଲି ସନ୍ଧ୍ୟା 7 ଘଟିକା ସମୟରେ ଖଲ୍ଲିକୋଟ ଏନ ଏ ସି ଅନ୍ତର୍ଗତ ତୋଟା ଗାଁ ନିବାସୀ ଟୁନା ବାରିକ ତାଙ୍କ ବୁଲେଟ ଯୋଗେ ଖଲ୍ଲିକୋଟ ଠାରୁ ତୋଟା ଗାଁ ଅଭିମୁଖେ ଯାଉଥିବା ବେଳେ ନୂଆ ଫାସୁଳା ଗ୍ରାମ ଠାରେ ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣ କାର୍ଯ୍ୟକ୍ରମ ରେ ନିୟୋଜିତ କଂକ୍ରିଟ ମିକ୍ସର ମେସିନ ଗାଡି ଚପାଇ ଦେଇଥିଲା |ଫଳରେ ଟୁନା ର ବାମ ଜଙ୍ଘ ଓ ଶରୀର କିଛି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନଷ୍ଟ ହୋଇ ଯାଇଥିଲା |ଆହତ ଟୁନା କୁ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା ପରେ ଏମ କେ ସି ଜି କୁ ସ୍ଥାନାନ୍ତର କର|ଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |ତେବେ ଏହାର ପ୍ରତିବାଦ ରେ ଉତ୍ୟକ୍ତ ଗ୍ରାମବାସୀ ମିକ୍ସର ମେସିନ ର କିଛି ଅଂଶ ଭାଙ୍ଗିବା ସହ ରାତି ସାରା ଘଟଣା ସ୍ଥଳ ରାସ୍ତା ଅବରୋଧ କରି କ୍ଷତି ପୂରଣ ଦାବି କରିଥିଲେ |, ଖଲ୍ଲିକୋଟ ତହସିଲଦାର ଡ଼ଃ. ଆର୍ଯ୍ୟ କୁମାର ଶର୍ମା ଓ ଖଲ୍ଲିକୋଟ ଆଇ ଆଇ ସି ନରେଶ କୁମାର ସାହୁ ଓ ଛତ୍ରପୁର ଏସ ଡି ପି ଓ ଘଟଣା ସ୍ଥଳ ରେ ପହଂଚି ଶୋକାକୁଳ ପରିବାର ଓ ଗ୍ରାମବାସୀ ଙ୍କୁ ବୁଝା ସୁଝା କରି ତହସିଲଦାର ରେଡ କ୍ରସ ରୁ 10 ହଜାର ଟଙ୍କା ପ୍ରଦାନ କରିବା ସହ ସମ୍ପୃକ୍ତ ଠିକାଦାର କ୍ଷତିପୂରଣ ଦେବା ପାଇଁ ରାଜି ହେବା ପରେ ଦୀର୍ଘ 13 ଘଣ୍ଟା ପରେ ରାସ୍ତା ଉପରୁ ଧାରଣା ପ୍ରତ୍ୟହୃତ ହୋଇଥିଲା |
(ରିପୋର୍ଟ – ମାଧବ ବେହେରା, ଖଲ୍ଲିକୋଟ )