ଧରାକୋଟ ,10/2/24
5t ଉପକ୍ରମରେ ରାଜ୍ୟରେ ବିକାଶର ପ୍ରକ୍ରିୟା ଆରମ୍ଭ ହୋଇଛି। କୃଷି ଓ କୃଷକର ବିକାଶ ତଥା ସସସ୍ତି କରଣ ପାଇଁ ରାଜ୍ୟ ସରକାର ଜଳସେଚନ କୁ ବେଶ ଗୁରୁତ୍ଵ ଦେଉଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅନ୍ତର୍ଗତ ନିକଟସ୍ଥ ଜାନିବିଲି ଠାରେ ନିର୍ମାଣ ହେବାକୁ ଯାଉଥିବା 120 କୋଟି ଟଙ୍କା ବ୍ୟୟରେ ନୂତନ ବ୍ୟାରେଜ । ଜାନିବିଲି ଠାରେ 1891 ମସିହାରେ ବ୍ରିଟିଶ ମାନଙ୍କ ଦ୍ଵାରା ଏକ ଅନିକଟ ନିର୍ମାଣ କରାଯାଇଛି । ଯାହାକୁ ସଂପ୍ରତି 133 ବର୍ଷ ପୁରିଛି ଓ ଏହାର ଜୀବନ ସମୟସୀମା ଶେଷ ହୋଇଛି। ଋଷିକୁଲ୍ୟା ନଦୀ,ଏହା ଉପରେ ନିର୍ମିତ ହୋଇଥିବା ଆନିକଟ ଓ ଋଷିକୁଲ୍ୟା କେନାଲ ଗଞ୍ଜାମ ଜିଲ୍ଲାର ଲାଇଫ ଲାଇନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଜିଲ୍ଲାର 53 ହଜାର ହେକ୍ଟର ଜମିକୁ ଏହା ଜଳ ଯୋଗାଇ ଆସୁଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ହେଉନାହିଁ । ଆଗାମୀ ଦିନରେ ଜିଲ୍ଲାର ପିଇବା ପାଣି ଓ ଜଳସେଚନ ବ୍ୟବସ୍ଥାର ସ୍ଥାୟୀ ପ୍ରତିକାର ପାଇଁ ଦୂର ଦୃଷ୍ଟିର ସହ 5t ଉପକ୍ରମରେ ଏଠାରେ 120 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନୂତନ ବ୍ୟାରେଜ ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ସାରିଥିବା ବେଳେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷରିତ ମଧ୍ୟ ଠିକା ସଂସ୍ଥା ତରଫରୁ ହୋଇସାରିଛି ।

ଜଳ ସଂରକ୍ଷଣ, ଜଳ ସେଚନ ସହ କୃଷକ ଓ କୃଷିର ଉନ୍ନତି ପାଇଁ ରାଜ୍ୟ ସରକାର ଏହି ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା 14 ତାରିଖ ବୁଧବାର ଦିନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଏହି ବ୍ୟାରେଜ ର ଶିଳାନ୍ୟାସ କରିବେ। ପୁରୁଣା ଅନିକଟ ଠାରୁ 210 ମିଟର ନିମ୍ନ ପଟରେ ଏହି ନୂଆଁ ବ୍ୟାରେଜ ସରକାରଙ୍କ ଜଳସେଚନ ବିଭାଗ ତରଫରୁ ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧିନରେ ନିର୍ମାଣ କରାଯିବ। ସଂପ୍ରତି 5t ତରଫରୁ ଏକ ତିନି ଜଣିଆ ଟିମସହ ଭଞ୍ଜନଗର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ରବିନ୍ଦ୍ର ନାଥ ସେଠୀ,ସହକାରୀ ନିର୍ବାହୀ ଯନ୍ତ୍ରୀ ପଞ୍ଚୁ ବେହେରା ଓ ସହକାରୀ ଯନ୍ତ୍ରୀ ବିଜୟ କୁମାର ସାହୁ ପ୍ରମୁଖ ଆଜି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବ୍ୟାରେଜ ସ୍ଥାନ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଚାଷୀ ମାନଙ୍କ ସହ ଆଲୋଚନା ବେଳେ ଚାଷୀମାନେ ସରକାରଙ୍କ ଉପରେ ଖୁସି ଓ ଆସ୍ଥା ପ୍ରକଟ କରିବା ସହ ଆଗାମୀ ଦିନରେ ଚାଷୀମାନେ ଏହି ପାଣିର ସଠିକ ଉପଯୋଗ କରି ରବି ଓ ଖରିଫ ଫସଲ ସହ ପନି ପରିବା ଚାଷ ମଧ୍ୟ ବେଶ ସୁରୁଖୁରୁ ରେ କରିପାରିବେ ବୋଲି ପ୍ରକାଶ କରି ରାଜ୍ୟ ସରକାରଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହାଛଡା ସରକାର ବୃହତ ବ୍ରହ୍ମପୁର ର ଯେଉଁ ପିଇବା ପାଣି ପରିକଳ୍ପନା କରିଛନ୍ତି ସେଇଥି ପାଇଁ ଲୋକଙ୍କ ଆବଶ୍ୟକ ପାଣି ଏହି ବ୍ୟାରେଜ ରୁ ଯୋଗାଇ ଦିଆଯିବ । ବ୍ୟାରେଜ ର ଲମ୍ବା 198 ମିଟର ହୋଇଥିବା ବେଳେ ଏହାର ଜଳଧାରଣ କ୍ଷମତା ରହିବ । ବ୍ୟାରେଜ ର ଦେଖାଶୁଣା କରିବା ପାଇଁ ଏହା ଉପରେ ଏକ 15 ଫୁଟ ଚଉଡ଼ା ରାସ୍ତା ନିର୍ମାଣ ହେବ । ଗଞ୍ଜାମ ଜିଲ୍ଲାର ଧରାକୋଟ,ଆସିକା,ଶେରଗଡ଼, ସାନଖେମୁଣ୍ଡି,ହିଞ୍ଜିଳି, କୁକୁଡାଖଣ୍ଡି,ଦିଗପହଣ୍ଡି, ଛତ୍ରପୁର, ରଙ୍ଗେଇଲୁଣ୍ଡା ଓ ଗଞ୍ଜାମ ଭଳି ଦଶ ଗୋଟି ବ୍ଲକର ବିଭିନ୍ନ ଗ୍ରାମର ଜଳସେଚନ ଓ ପିଇବା ପାଣି ସମସ୍ୟା ର ସ୍ଥାୟୀ ସମାଧାନ ହେବାସହ ଜିଲ୍ଲାର ଓ ଲୋକଙ୍କର ଅର୍ଥନୀତି ଏହି ବ୍ୟାରେଜ ନିର୍ମାଣ ଦ୍ଵାରା ସୁଦୃଢ଼ ହେବ । ଏଣୁ ସମୀକ୍ଷା ବେଳେ ଚାଷୀମାନେ ସରକାରଙ୍କ ଉପରେ ଖୁସି ପ୍ରକଟ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5t ଅଧ୍ୟକ୍ଷ କାର୍ତ୍ତିକେୟ ପଣ୍ଡିଆନ ଙ୍କୁ ଏଥିପାଇଁ ସାଧୁବାଦ ଜଣାଇବା ସହ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବ୍ୟାରେଜ ନିର୍ମାଣ ଶେଷ କରିବା ପାଇଁ ଜଳସମ୍ପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ଙ୍କୁ ଅନୁରୋଧ କରିଥିଲେ।
