You are currently viewing ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ଅଘଟଣ, ସ୍କୁଲ ଛାତ୍ରୀ ଚେତା ହରେଇଲେ।
ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ଅଘଟଣ, ସ୍କୁଲ ଛାତ୍ରୀ ଚେତା ହରେଇଲେ।

ଧରାକୋଟ,୭/୨ (ଶକ୍ତି ପ୍ରସାଦ କର) ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ର ନନ୍ଦିଗୋରରେ ଚାଲିଥିବା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରେ ଜଣେ ସ୍କୁଲ ଛାତ୍ରୀ ଚେତା ହରେଇ ଡାକ୍ତର ଖାନାକୁ ଯାଇଛନ୍ତି। ଗତ କିଛି ଦିନ ହେଲା ଗଞ୍ଜାମ ଜିଲ୍ଲାର ପ୍ରତି ବ୍ଲକ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପାଣି ଭଳି ଟଙ୍କା ଖର୍ଚ୍ଚ କରି ଜାକଜମକ ରେ ଚାଲିଛି। ଆଜି ଧରାକୋଟ ବ୍ଲକ ର ନନ୍ଦୀଗୋର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀ ଛାତ୍ରୀ ଶ୍ରଦ୍ଧାରାଣୀ ବେବର୍ତା ଙ୍କୁ ଶିକ୍ଷକ ମାନେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ କୁ ନେଇଥିଲେ । କାର୍ଯ୍ୟକ୍ରମ ଚାଲିଥିବା ବେଳେ ମୁଣ୍ଡ ବୁଲେଇ ତଳେ ପଡିଯିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା।
ଧରାକୋଟ ବ୍ଲକ ଅନ୍ତର୍ଗତ ଜଗମୋହନ ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର କାର୍ଯ୍ୟକ୍ରମ ଚାଲିଥିବା ସମୟରେ ପ୍ରଧାନ ଶିକ୍ଷକ ବିପ୍ର ଚରଣ ବେହେରା ଷଷ୍ଠ ଶ୍ରେଣୀର ମେଧାବୀ ଛାତ୍ରୀ ଶ୍ରଦ୍ଧାରାଣୀ ବେବର୍ତାଙ୍କୁ କାର୍ଯ୍ୟକ୍ରମକୁ ନେଇଥିଲେ। ତେବେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଛାତ୍ରୀ ଜଣକ ଗୁରୁତର ଅସୁସ୍ଥ ହୋଇଯାଇଥିଲେ। ହଠାତ ମୁଣ୍ଡ ବୁଲେଇ ଛାତ୍ରୀ ଜଣକ ପଡିଯାଇଥିଲେ। ଏହି ଖବର ପାଇବା ପରେ ଛାତ୍ରୀଙ୍କ ବାପା ଆସି ତାଙ୍କୁ ଧରାକୋଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ତେବେ ପରିବାରର ବିନା ଅନୁମତିରେ କାହିଁକି ପ୍ରଧାନ ଶିକ୍ଷକ ଜଣଙ୍କ ଛାତ୍ରୀ ଜଣଙ୍କୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲକରିବାକୁ ନେଇ ଥିଲେ ସେ ନେଇ ବାପା ପ୍ରଶ୍ନ କରିଛନ୍ତି। ପୂର୍ବରୁ ମଧ୍ୟ ବାହାରପୁର ଧରାକୋଟ ବ୍ଳକ ବାହାରପୁର ରେ ଗତ 3 ତାରିଖରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ରେ ଯୋଗଦେବାକୁ ଯାଇ ନବମ ଶ୍ରେଣୀର ଛାତ୍ରୀ ସ୍ମୃତି ପ୍ରଜ୍ଞା ସ୍ୱାଇଁ ସଂଜ୍ଞା ହିନ ହୋଇ ଯିବାରୁ ତାଙ୍କୁ ଧରାକୋଟ ପରେ ଆସିକା ମେଡ଼ିକାଲ କୁ ନିଆଯାଇଥିଲା। ହେଲେ ଏହି ପରି ବାରମ୍ବାର ଅଘଟଣ ଘଟିବା ପରେ ମଧ୍ୟ ସ୍କୁଲ କର୍ତ୍ତୃପକ୍ଷ କାହିଁକି ଏପରି ପିଲାଙ୍କୁ ନେଇ କାର୍ଯ୍ୟକ୍ରମ କୁ ଯାଉଛିନ୍ତି ତାହାକୁ ନେଇ ଅଭିଭାବକ ପ୍ରଶ୍ନ କରିଛନ୍ତି । ଏପଟେ ସ୍କୁଲ କତ୍ତୃପକ୍ଷ ଏହାକୁ ଏଡାଇ କହିଛନ୍ତି ପିଲାଙ୍କୁ ସମ୍ପୁର୍ଣ୍ଣ ଦାୟିତ୍ୱ ରେ ନିଆଯାଉଛି। ସେମାନଙ୍କୁ ସଂମାନିତ କରିବା ପାଇଁ ଏବଂ ତାଙ୍କ ମନରେ ଉତ୍ସାହ ବଢାଇବା ପାଇଁ ଏପରି କାର୍ଯ୍ୟକ୍ରମ ରେ ସାମିଲ କରିବା ପାଇଁ ନିଆଯାଉଛି। ଶେଷର ସ୍କୁଲ କଲେଜ ଛାତ୍ର ଛାତ୍ରୀ ଙ୍କୁ ମଧ୍ୟ ଶାସକ ଦଳର କିଛି ନେତା ମାନେ ନିଜର ସ୍ୱାର୍ଥ ହାସଲ ପାଇଁ ବ୍ୟବହାର କରି ବାଃ ବାଃ ନେଉଛନ୍ତି। ଯଦ୍ୱାରା ପିଲାଙ୍କ ପାଠ ପଢା ବ୍ୟଘାତ ଘଟୁଥିବା ନେଇ ଅଭିବାବକ ମାନେ ଅଭିଯୋଗ କରିଛନ୍ତି ।