ଖଲ୍ଲିକୋଟ : 3/2 ଶନିବାର ଦିନ ଭୁବନେଶ୍ୱର ଠାରେ ଆୟୋଜିତ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅବସର ରେ ଖଲ୍ଲିକୋଟ ମାର୍ଦରାଜ କଲ୍ୟାଣୀ ମଣ୍ଡପ ପରିସର ରେ ଶିକ୍ଷାବିତ ସାହିତ୍ୟିକ ଓ ସାହିତ୍ୟ ପ୍ରେମୀ ମାନେ ସିଧାପ୍ରସାରଣ କୁ ଉପଭୋଗ କରିଥିଲେ |ବ୍ଲକ ତରଫରୁ ଆୟୋଜିତ କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ, ବ୍ଲକ ଅଧକ୍ଷ ଦୈତାରୀ ବେହେରା ଗୋଷ୍ଟି ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଜିଲ୍ଲା ପରିଷଦ ସଭ୍ୟା ସୋନମ ପଳାଇ, ଚନ୍ଦନା ସେଠି, ବିନାୟକ ଜାଲ୍ଲୀ, ସି ଡ଼ି ପି ଓ ପଦ୍ମିନୀ ସାହୁ ଓ ଆର ସି ଏମ କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଡ଼ଃ ସନ୍ଧ୍ୟାରାଣୀ ତ୍ରିପାଠୀ, ମହିଳା ବିଜେଡ଼ି ସଭାନେତ୍ରୀ ମିତାଞ୍ଜଳି ମିଶ୍ର ପ୍ରମୁଖ ଯୋଗ ଦେଇ ଓଡ଼ିଆ ଭାଷା କୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ସେଥିପାଇଁ ଉଚ୍ଚ ପ୍ରଶଂସା କରିବା ସହ ପଠନ ଓ ଲିଖନ ଅଭ୍ୟାସ କରିଲେ ଓଡ଼ିଆ ଭାଷା ର ଉତ୍କର୍ଷ ବୃଦ୍ଧି ପାଇବ ବୋଲି ଆଲୋଚନା ରେ ମଂଚାସୀନ ଅତିଥି ମାନେ ମାତବ୍ୟକ୍ତ କରିଥିଲେ |
( ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ,)
