ବ୍ରହ୍ମପୁର:: ୩୦/୧୦/୨୩ : ଏବର୍ଷ ସାରା ଦେଶରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୩୦ ଅକ୍ଟୋବର ରୁ ନେଇ ୫ ନଭେମ୍ବର ପର୍ଯ୍ୟନ୍ତ ପାଳିତ ହେବ । ଏହି ପରି ପ୍ରେଖିରେ ଆଜି ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟକ୍ରମ କୁ ପାଳନ କରାଯାଇଛି । ଦିନ ପ୍ରାୟେ ୧୧ ଘଟିକା ସମୟରେ ବିଶ୍ବବିଦ୍ୟାଳୟର ସିନେଟ୍ କକ୍ଷ ରେ ଏହା ପାଳିତ ହୋଇ ଯାଇ ଅଛି । ଏହି ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ ରେ ବିଶ୍ଵ ବିଦ୍ୟାଳୟ ର କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, କୁଳସଚିବ ସଚ୍ଚିଦାନନ୍ଦ ନାୟକ ଏବଂ ପିଜି କାଉନସିଲ୍ ର ମୁଖ୍ୟ ପ୍ରଫେସର୍ ସୁଶାନ୍ତ କୁମାର ବରାଳ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ରେ ପାଳିତ ହେଉଥିବା ଦୁର୍ନୀତି ନିବାରଣ ସପ୍ତାହ ର ଏବର୍ଷ ର ଦିମ୍ “ସେ ନୋ ଟୁ କରପ୍ସନ: କମିଟ୍ ଟୁ ଦ ନେଶନ୍” ଏହା ଉପରେ ବିଶେଷ ଚର୍ଚ୍ଚା ହୋଇଥିଲା । ପ୍ରତିଟି କ୍ଷେତ୍ର ରେ କିପରି ଦୁର୍ନୀତି କୁ ରୋକାଯାଇ ପାରିବ ଏବଂ ଏହାର କିପରି ମୂଳୋତ୍ପାଟନ ହେବ ସେ ବିଷୟରେ ଆଲୋଚନା କରାଯାଇଥିଲା । ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟକ୍ରମ ରେ ଶପଥ ଗ୍ରହଣ ଉତ୍ସବ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମ ର ଶପଥ ଗ୍ରହଣ ଉତ୍ସବ କୁ ବିଶ୍ଵ ବିଦ୍ୟାଳୟ ର କୁଳ ସଚିବ ସଚ୍ଚିଦାନନ୍ଦ ନାୟକ ଙ୍କ ତତ୍ତ୍ଵାବଧାନରେ ସମ୍ପାଦାନ କରାଯାଇଥିଲା । ଏହି ଶପଥ ଗ୍ରହଣ ଉତ୍ସବରେ କିପରି ଭକ ନାଗରିକ ହୋଇପରିବା ଓ ସାଧୂତାର ରାସ୍ତା କୁ ଆପଣାଇବା ସେ ଉପରେ ଶପଥ ପାଠ କରାଯାଇଥିଲା । ଏହି ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟ କ୍ରମ ର ପ୍ରଥମ ଦିବସରେ ବିଶ୍ୱ ବିଦ୍ୟାଳୟ ର ସମସ୍ତ ଶିକ୍ଷକ କର୍ମଚାରୀ ଓ ଅଣ ଶିକ୍ଷକ କର୍ମଚାରୀ ଯୋଗ ଦେଇ କାର୍ଯ୍ୟକ୍ରମ ଟି କୁ ସଫଳ ମଣ୍ଡିତ କରିଥିଲେ ।
