ଖଲ୍ଲିକୋଟ :5/9 ଖଲ୍ଲିକୋଟ ବ୍ଲକ ର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ମାନଙ୍କ ରେ ଗୁରଦିବସ ପାଳିତ ହୋଇଯାଇଛି | ଏ ଉପଲକ୍ଷେ ଖଲ୍ଲିକୋଟ ସହରରେ ଥିବା ମର୍ଦରାଜ ଶିକ୍ଷକ ଭବନ ପରିସର ରେ ଖଲ୍ଲିକୋଟ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗୁରୁ ଦିବସ ପାଳିତ ହୋଇଯାଇଛି |ଇଏ ଉପଲକ୍ଷେ ବିଜେପି ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମଇ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସଂଘ ର ସଭାପତି ନାଗେଶ୍ୱର ବାରିକ ଓ ସମ୍ପାଦଜ ବିଜୟ କୁମାର ତ୍ରିପାଠୀ, ମଧୁ ଚାରଣ ସେଠୀ, କ୍ଷିତୀଶ ଦାଶ,ପ୍ରଶାନ୍ତ ଦାଶ, ଶିବରାମ ଜେନା ପ୍ରମୁଖ ଶିକ୍ଷକ ଓ

ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ଉପସ୍ଥିତ ରେ ନିକଟରେ ଅବସର ନେଇଥିବା ଶିକ୍ଷକ ପ୍ରକାଶ ମିଶ୍ର, ସନ୍ୟାସୀ ଲେଙ୍କା ଓ ଶିକ୍ଷୟତ୍ରୀ ସୁକାନ୍ତି ମହାପାତ୍ର ଉପଢୌକନ ଓ ପୁଷ୍ପ ଗୁଛ ପ୍ରଦବ କରି ସମ୍ବର୍ଦ୍ଧିତ କରିଥିଲେ |ସେହିପରି ଖଲ୍ଲିକୋଟ ର ଦଶମ ଶ୍ରେଣୀ ରୁ A2 ଓ B2 ରେ ଉତୀର୍ଣ୍ଣ ହୋଇଥିବା 110 ଜଣ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ନଗଦ 3 ହଜାର ଟଙ୍କା ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି |
ରିପୋର୍ଟ :ମଧବ ବେହେରା, ଖଲ୍ଲିକୋଟ

