ରାୟଗଡ଼: ଶିରୀଗୁଡା ଛକ ଠାରେ ଶ୍ରମିକ ସଂଘଠନ ଓ କୃଷକ ସଂଯୁକ୍ତ ମଞ୍ଚ ପକ୍ଷରୁ 12 ଦଫା ଦାବିକୁ ନେଇ ସର୍ବଭାରତୀୟ ସ୍ତରରେ ଭାରତ ବନ୍ଦ ଆନ୍ଦୋଳନ ଆୟୋଜିତ ହୋଇଥିଲା। All India Trade Union Congress (AITUC) ସହ ଦଶଟି କେନ୍ଦ୍ରୀୟ ଟ୍ରେଡ୍ୟୁନିଅନ ଏହି ଆନ୍ଦୋଳନକୁ ସମର୍ଥନ କରିଥିଲେ।
ଆନ୍ଦୋଳନ ସମୟରେ ନବରଙ୍ଗପୁର ମୁଖାମୁଖି ଯାଉଥିବା ଏକ ପୋଲିସ ବସରେ ପ୍ରାୟ 38 ଜଣ ଯବାନ ଓ ଦୁଇଜଣ ଅଫିସର କେଡର କର୍ମଚାରୀ ଥିବା ସୂଚନା ମିଳିଛି। ସୂତ୍ର ଅନୁଯାୟୀ, ସେହି ପୋଲିସ ବସର ଇନ୍ସୁରାନ୍ସ 23 ସେପ୍ଟେମ୍ବର 2025ରେ ସମାପ୍ତ ହୋଇଯାଇଥିବା ବେଳେ ପୋଲୁସନ ସର୍ଟିଫିକେଟ୍ 01 ସେପ୍ଟେମ୍ବର 2020 ରୁ ନବୀକରଣ ହୋଇନାହିଁ। ସରକାରୀ ଆପ୍ ମାଧ୍ୟମରେ ଏହି ତଥ୍ୟ ପ୍ରକାଶ ପାଇଥିବା କୁହାଯାଉଛି।

ଏହି ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠୁଛି ଯେ, ଏତେ ସଂଖ୍ୟକ ସରକାରୀ କର୍ମଚାରୀଙ୍କୁ ନେଇ ଚଳାଚଳ କରୁଥିବା ଗାଡ଼ିରେ ଯଦି ମୌଳିକ ସୁରକ୍ଷା ବ୍ୟବସ୍ଥା ନଥାଏ, ତେବେ ଲୋକଙ୍କ ସୁରକ୍ଷା କେତେ ସୁନିଶ୍ଚିତ?
ଭାରତ ବନ୍ଦର ମୁଖ୍ୟ କାରଣ ହେଉଛି ନୂତନ ଶ୍ରମ ନୀତି (New Labour Codes) ପ୍ରତି ବିରୋଧ। ଟ୍ରେଡ୍ୟୁନିଅନ ନେତାମାନଙ୍କ ମତାନୁସାରେ, ଚାରିଟି ନୂତନ ଶ୍ରମ କୋଡ୍ ଲାଗୁ ହେଲେ ପୂର୍ବତନ 29ଟି ଶ୍ରମ ନିୟମାବଳୀ ରଦ୍ଦ ହେବ ଓ ଏହା ଶ୍ରମିକଙ୍କ ନିଯୁକ୍ତି ସୁରକ୍ଷା କମାଇଦେବ। ଏଥିରେ କମ୍ପାନୀମାନଙ୍କ ପକ୍ଷରେ ସହଜରେ କର୍ମଚାରୀଙ୍କୁ ବର୍ଖାସ୍ତ କରିବା ସୁବିଧା ହେବ ବୋଲି ସେମାନେ ଦାବି କରୁଛନ୍ତି।
ଏହା ସହିତ ଭାରତ–ଯୁକ୍ତରାଷ୍ଟ୍ର ବ୍ୟାପାର ଚୁକ୍ତି, ବେସରକାରିକରଣ ନୀତି, ଓ କୃଷି ସମ୍ବନ୍ଧୀୟ କିଛି ପ୍ରସ୍ତାବିତ ଆଇନକୁ ମଧ୍ୟ ବିରୋଧ କରାଯାଉଛି। INTUC, AITUC, HMS, CITU, AIUTUC, TUCC, SEWA, AICCTU, LPF ଓ UTUC ସହ ବିଭିନ୍ନ ଶ୍ରମିକ ସଂଘଠନ ଏହି ବନ୍ଦକୁ ସମର୍ଥନ କରିଛନ୍ତି।

