ଖଲ୍ଲିକୋଟ 3/2 ଶନିବାର ଦିନ ଖଲ୍ଲିକୋଟ ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ସ୍ଥାନୀୟ କନକ ମଞ୍ଜରୀ କଲ୍ୟାଣ ମଣ୍ଡପ ଠାରେ ପ୍ରଥମ ଥର ପାଇଁ ପ୍ରିୟ ମୁଖ୍ୟମନ୍ତ୍ରୀ ଙ୍କ ନେତୃତ୍ୱ ରେ ଭୁବନେଶ୍ୱର ର ଜନତା ମୈଦାନ ଠାରେ ଉଦଘାଟିତ ହୋଇଥିବା ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ କୁ ପରଦା ମାଧ୍ୟମରେ ସିଧାପ୍ରସାରଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ରାଜେଶ କୁମାର ମହାପାତ୍ର ଙ୍କ ସହିତ ପରିଷଦ ର ସମସ୍ତ କାର୍ଯ୍ୟରତ କର୍ମଚାରୀ ଓ ଓଡ଼ିଆ ଭାଷା ଓ ସାହିତ୍ୟ କୁ ଭଲ ପାଉଥିବା ଖଲ୍ଲିକୋଟ ସହରର କିଛି

ମାନ୍ୟଗଣ୍ୟ ବ୍ୟକ୍ତି ତଥା ବୁଦ୍ଧିଜୀବୀ ଉପସ୍ଥିତି ରହି ଓଡ଼ିଆ ଭାଷା କୁ ସଂମାନ ଦେବା ସହିତ ପରଦାରେ ହେଉଥିବା ସିଧାପ୍ରସାରଣ କୁ ମନଭରି ଉପଭୋଗ କରିଥିଲେ |
( ରିପୋର୍ଟ :ମାଧବ ବେହେରା, ଗଞ୍ଜାମ )
