ପ୍ରାକ ସ୍ୱାଧୀନତା କାଳରେ ଓଡିଶା ରାଜ୍ୟରେ ଥିବା ଗଡଜାତ ରାଜା ମହାରାଜା ମାନେ ତତ୍କାଳୀନ ସମୟରେ ପ୍ରଜ|ମାନଙ୍କ ଙ ବିଭିନ୍ନ ମୌଳିକ ସମସ୍ୟା ସମାଧାନ କରି ସେମାନଙ୍କ ସୁଖ ସ୍ଵାଚ୍ଛନ୍ଦ୍ୟ ରେ ଭାଗିଦାର ହୋଇ ନିରଙ୍କୁଶ କ୍ଷମତା ହାସଲ କରି ପୁତ୍ର ପଉତରାଦିକ୍ରମେ ଭୋଗ କରି ଆସୁଥିଲେ |ସେହି କ୍ରମ ରେ ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଗଡଜାତ ମଧ୍ୟରୁ ଖଲ୍ଲିକୋଟ ଏକ ଗଡଜାତ ଅଞ୍ଚଳ | ମନ୍ଦିର ମାଳିନୀ ସବୁଜ ବନାନୀ ଓ ସୌନ୍ଦର୍ଯ୍ୟ ଶାଳିନୀ ଐତିହାସିକ ଖଲ୍ଲିକୋଟ ଗଡ଼ ଅବସ୍ଥିତ | ଉକ୍ତ ଗଡ଼ ଜାତ ଟି ଗଞ୍ଜାମ ର ପ୍ରବେଶ ପଥ ରେ ରହିଛି | ଖଲ୍ଲିକୋଟ ମର୍ଦରାଜ ବଂଶ ର ଅନେକ ରାଜା ମହାରାଜା ଜନ୍ମ ନେଇଥିବା ବେଳେ ସ୍ବର୍ଗତ ରାମଚନ୍ଦ୍ର ମର୍ଦରାଜ ଦେଓ ଏକ କାଳଜୟୀ ପ୍ରତିଭା ଓ ପ୍ରଜାନୁରଞ୍ଜନ ତଥା ମର୍ଯ୍ୟାଦା ପୁରୁଷୋତ୍ତମ ଭାବେ ଅଗ୍ରଗଣ୍ୟ ଓ ଓଡ଼ିଆ ଜାତି ର ଅଗ୍ରଣୀ ସୈନିକ ଭାବେ ଏଵେ ବି ନମସ୍ୟ | ସ୍ବର୍ଗତ ରାଜା ରାମଚନ୍ଦ୍ର 1900 ମସିହା ଜାନୁଆରୀ 13 ତାରିଖ ରେ ସ୍ବର୍ଗତ ରାଜା ହରିହର ମର୍ଦରାଜ ଓ ରାଣୀ କନକ ମଞ୍ଜରୀ ଦେଓ କୋଳରେ ଏକ ମହାର୍ଘ୍ୟ ମୁହୂର୍ତ୍ତ ରେ ଜନ୍ମ ଲାଭ କରିଥିଲେ |ଖଲ୍ଲିକୋଟ ଜମିଦାର କୁ ମର୍ଦରାଜ ବଂଶ ର ପୂର୍ବ ସୁରି ଗେଣ୍ଡୁ ରାଣା ଦୀର୍ଘ 32 ପୁରୁଷ ଧରି ଶାସନ କଲାପରେ ମର୍ଦରାଜ ବଂଶ ର ରାଜା ମାନେ ଖଲ୍ଲିକୋଟ ଆଠଗଡ଼, ବିରୁଳି ପର୍ଯ୍ୟନ୍ତ ଇଷ୍ଟେଟ ଦଖଲ କରି ଜମିଦାରୀ ପ୍ରଥା ଉଛେଦ ପର୍ଯ୍ୟନ୍ତ ଶାସନ କରିଥିଲେ | ଖଲ୍ଲିକୋଟ ରାଜା ହରିହର ମର୍ଦରାଜ ଙ୍କ ମୃତ୍ଯୁ ବେଳକୁ ରାଜା ରାମଚନ୍ଦ୍ର ଙ୍କୁ ମାତ୍ର 14 ବର୍ଷ ବୟସ ହୋଇଥିଲା | ମାଡ୍ରାସ ଠାରେ ରାମଚନ୍ଦ୍ର ଙ୍କ ଉଚ୍ଚ ଶିକ୍ଷା ଶେଷ ପରେ ତାଙ୍କ ମାତା କନକ ମଞ୍ଜରୀ ଦେଓ dodseworth ନାମକ ଜଣେ ଦେୱାନ ଙ୍କୁ ନିଯୁକ୍ତି ଦେଇ ଖଲ୍ଲିକୋଟ ଗଡ଼ ର ଦୈନଦିନ ଶାସନ ଭାର ନେଇଥିଲେ |1909 ମସିହା ରେ କୋର୍ଟ ଅଫ ୱାର୍ଡସ ଗ୍ରହଣ କରିଥିଲେ |1918 ମସିହା ରେ ଷଢ଼େଇ କଳା ରାଜଜେମା ଚନ୍ଦ୍ର ପ୍ରିୟା ଦେବୀ ଙ୍କ ସହ ବିବାହ ସମ୍ପନ୍ନ ହୋଇଥିଲା |1921 ମସିହା ରେ ବ୍ରିଟିଶ ସରକାର ଙ୍କ ଠାରୁ ଇଷ୍ଟେଟ କୁ ପୁନଃ ଗ୍ରହଣ କରିଥିଲେ | 1922 ମସିହା ରେ ଗଞ୍ଜାମ ଜିଲ୍ଲା ବୋର୍ଡ ର ସଭାପତି ହୋଇ ସମଗ୍ର ଗଞ୍ଜାମ ଜିଲ୍ଲା ତଥା ଦକ୍ଷିଣ ଓଡିଶା ରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ଜଳସେଚନ, ଜଳାଶ୍ରୟ ଖନନ,ବୃକ୍ଷରୋପଣ, ପାଣି ଚିକିତ୍ସା କେନ୍ଦ୍ର ଭଳି ବହୁ ବିକାଶ କାର୍ଯ୍ୟକ୍ରମ ହାତକୁ ନେଇଥିଲେ | 1923 ମସିହା ରେ ମାଡ୍ରାସ ଲେଜିସଲେଟିଭ କାଉନସିଲ କୁ ସଭ୍ୟ ଭାବେ ମନୋନୀତ ହୋଇ ଦକ୍ଷିଣ ଓଡି଼ଶା ର ବହୁବିଧ ସ୍ୱାର୍ଥ କୁ ଉପସ୍ଥାପନ କରିଥିଲେ | ସର୍ବୋପରି 1928 ମସିହା ରେ ଜାତିର ପିତା ମହାତ୍ମା ଗାନ୍ଧୀ ରମ୍ଭା ରାଜପ୍ରସାଦ ରେ ଆତିଥ୍ୟ ଗ୍ରହଣ କରିଥିବା ବେଳେ ସ୍ୱାଧୀନତା ସଂଗ୍ରାମ ର ବାର୍ତା ପ୍ରଚାର କରିଥିଲେ | ଗତ 1930 ମସିହା ରେ ବର୍ତମାନ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ରୁ 10 ଥର ବିଧ|ୟିକା ଭାବେ ରାଜ୍ୟ ବିଧାନସଭା କୁ ନିର୍ବାଚିତ ହୋଇଥିବା ରାଣୀ ଭି. ସୁଜ୍ଞାନୀ କୁମାରୀ ଦେଓ ଙ୍କ ସ୍ବର୍ଗତ ସ୍ୱାମୀ ପୂର୍ଣଚନ୍ଦ୍ର ମର୍ଦରାଜ ଭୂମିଷ୍ଠ ହୋଇଥିଲେ |1932 ମସିହା ରେ ଲଣ୍ଡନ ରେ ଅନୁଷ୍ଠିତ ହୋଇଥିବା ଗୋଲ ଟେବୁଲ ବୈଠକ ରେ ଯୋଗ ଦେଇ ଓଡିଶା କୁ ସ୍ୱତନ୍ତ୍ର ପ୍ରଦେଶ ଗଠନ ପାଇଁ ସ୍ୱର ଉତ୍ତୋଳନ କରିଥିଲେ |1933 ମସିହା ରେ ଲଣ୍ଡନ ସ୍ଥିତ ଯୁଗ୍ମ ପାର୍ଲିଆମେଣ୍ଟ କମିଟି ଆଗରେ ସମସ୍ତ ତଥ୍ୟ ଉପସ୍ଥାପନ କରି ଅପୂର୍ବ ସାହାସିକତା ର ପ୍ରମାଣ କରିଥିଲେ | 1939 ମସିହାରେ ଓଡିଶା ଉପଦେଷ୍ଟା ପରିଷଦ ଓ ଓଡିଶା ବିଧାନସଭା ସଭ୍ୟ ଭାବେ ଭାବେ ମନୋନୀତ ହୋଇଥିଲେ |1945 ମସିହା ରେ ଭାରତୀୟ କେନ୍ଦ୍ରୀୟ ବିଧାନସଭା କୁ ସଭ୍ୟ ଭାବେ ମନୋନୀତ ହୋଇଥିବା ବେଳେ ଭାରତୀୟ ନିରାପତ୍ତା ପରିଷଦ କୁ ଓଡିଶା ତରଫରୁ ପ୍ରତିନିଧିତ୍ୱ କରିଥିଲେ | 1952 ମସିହା ରେ ଓଡିଶା ବିଧାନସଭା କୁ ନିର୍ବାଚିତ ହୋଇଥିଲେ |1957 ମସିହା ରେ ନଦୀ ଉପତ୍ୟକା, ଦୁର୍ନୀତି ନିବାରଣ ପ୍ରଶାସନିକ ଟ୍ରିବୁନାଲ ମନ୍ତ୍ରୀ ଓ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଭାବେ ମନୋନୀତ ହୋଇଥିଲେ | 1961 ମସିହା ରେ ଓଡିଶା ବିଧାନସଭା କୁ ବିଧାୟକ ଭାବେ ପୁନଃ ନିର୍ବାଚିତ ହୋଇଥିଲେ |ସ୍ବର୍ଗତ ରାଜା ରାମଚନ୍ଦ୍ର ଓଡିଶା ସମେତ ଗଞ୍ଜାମ ଜିଲ୍ଲା ରେ ଜଳସେଚନ ଓ ଶିକ୍ଷା ର Urban କରି ବହୁ ଉଚ୍ଚ ବିଦ୍ୟାଳୟ ପ୍ରତିଷ୍ଠା କରଥିଲେ |ଦକ୍ଷିଣ ଓଡିଶା ର ପ୍ରାଣ କେନ୍ଦ୍ର ବ୍ରହ୍ମପୁର ଠାରେ ଖଲ୍ଲିକୋଟ ମହାବିଦ୍ୟାଳୟ ପ୍ରତିଷ୍ଠା କରି ସମଗ୍ର ଓଡିଶା ରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି | ଭରତ ର ତତ୍କାଳୀନ ରାଷ୍ଟ୍ରପତି, ପୁଣ୍ୟାଶ୍ଳୋକ ଗୋପବନ୍ଧୁ, ଉତ୍କଳ ଗୌରବ ମଧୁସୂଦନ ଙ୍କୁ ଆତିଥ୍ୟ ପ୍ରଦାନ କରି ଓଡିଶା ଏକତ୍ରିକରଣ କରିବା ରେ ତାଙ୍କର ବଳିଷ୍ଠ ଭୂମିକା ଥିଲା, ଗଞ୍ଜାମ ସମ୍ମିଳନୀ କଟକ ଇଦଗା ପଡିଆ ରେ ଅନୁଷ୍ଠିତ ବିଶାଳ ସମ୍ମିଳନୀ ରେ ଯୋଗ ଦେଇ ଉତ୍କଳ ଜନନୀ କୁ ମହିମା ମଣ୍ଡିତ କରିଥିଲେ |1963 ମସିହା ରେ ଖଲ୍ଲିକୋଟ ରାଜବାହାଦୁର ଙ୍କ ସ୍ଵର୍ଗାରୋହଣ ପରେ ଏକ ଉପ ନିର୍ବାଚନ ରେ ମର୍ଦରାଜ ବଂଶ ର କୁଳବଧୂ ଭି. ସୁଜ୍ଞାନୀ କୁମାରୀ ଦେଓ ଜାତୀୟ କଂଗ୍ରେସ ଦଳ ତରଫରୁ ବିଧାୟିକା ଭାବେ ରାଜ୍ୟ ବିଧାନସଭା କୁ ନିର୍ବାଚିତ ହୋଇଥିଲେ |ଗତ 2000ମସିହା ଠାରୁ ମର୍ଦରାଜ ସାଂସ୍କୃତିକ ପରିଷଦ ତରଫରୁ ଜନ୍ମ ଜୟନ୍ତୀ କୁ ମର୍ଦରାଜ ମହୋତ୍ସଵ ପାଳିତ ହୋଇ ରାଜା ରାମଚନ୍ଦ୍ର ଙ୍କ ମହାର୍ଘ୍ୟ ସ୍ମୃତି କୁ ରୋମନ୍ଥନ କରାଯାଉଛି |
(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ )
