ମୁନିଗୁଡ଼l:୧୩-୯ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ପାତ୍ରଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ତୃତୀୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଜମାରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ପଣ୍ଡା ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁବାଷ ସିଂ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ସିଆରସିସି ଅଶ୍ୱିନୀ ବାରିକ ଯୋଗଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ପାତ୍ରଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ବିଭିନ୍ନ ବିଦ୍ୟାଳୟକୁ ନୂତନ ପ୍ରଧାନ ଶିକ୍ଷକ ଭାବେ ଯୋଗ ଦେଇଥିବା ପ୍ରଧାନ ଶିକ୍ଷକ ମାନଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରାଯାଇଥିଲା l ସେହିପରି ପାତ୍ରଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରରୁ ଅନ୍ୟ ସ୍ଥାନକୁ ପଦୋନ୍ନତି ପାଇ ଯାଇଥିବା ପ୍ରଧାନ ଶିକ୍ଷକ ମାନଙ୍କୁ ପୁଷ୍ପଗୁଛ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା l ନୂତନ ଭାବେ ପ୍ରଧାନ ଶିକ୍ଷକ ଭାବେ ଆର ସୁରେଶ ପଟନାୟକ ପାତ୍ରଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଏମ କେଶବ ରାଓ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୋରଡ଼ାବନ୍ଧ,ସୁମିତ୍ରା ମଲ୍ଲିକ ଛେଲିଆନାଲ ପ୍ରାଥମିକ ବିଦ୍ୟାଳୟ, କାଳନ୍ଦୀ ଚରଣ ନାୟକ ଜମାରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସୁଶାନ୍ତ କୁମାର ସେଠି ସରବାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଯୋଗ ଦେଇଥିବା ବେଳେ ପ୍ରଦୀପ ରତ୍ନାଲୁ,ବେନିଆ

ପାଲକିଆ,କଲ୍ୟାଣୀ ଲିଙ୍ଗମଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।ସିଆରସିସି ଶ୍ରୀଯୁକ୍ତ ବାରିକ ପାତ୍ରଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ପ୍ରଗତି କ୍ଷେତରେ ବିଦ୍ୟାଳୟ ଗୁଡିକର ଯୋଗଦାନ,ତଥା ସମସ୍ତଙ୍କ ସହଯୋଗର କାମନା କରିଥିଲେ l ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସିଂ ପାତ୍ରଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ଭୁରି ଭୁରି ପ୍ରଶଂସା କରିବାସହିତ ଏହିପରି ଏକତାର ସହିତ ସାଙ୍ଗଠନିକ ଭାବେ କାମକରିବାକୁ ପରାମର୍ଶ ଦେଇଥିଲେ l ସଭାପତି ଶ୍ରୀଯୁକ୍ତ ପଣ୍ଡା ପାତ୍ରଗୁଡ଼ା ଆଞ୍ଚଳିକ ସାଧନ କେନ୍ଦ୍ରର ପ୍ରଗତିକୁ ଆହୁରି ଆଗକୁ ନେବାକୁ ହେଲେ ସମସ୍ତ ପ୍ରଧାନ ଶିକ୍ଷକ ସହିତ ସମସ୍ତ ଶିକ୍ଷକଙ୍କ ଗୁରୁଦାୟିୟିତ୍ୱ ରହିଥିବା କଥାକୁ ଦୋହରାଇଥିଲେ l ପରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କରକୋମଳ ରେ ପ୍ରୋଜେକଟର ମାଧ୍ୟମରେ ପ୍ରଶିକ୍ଷଣ କରିବାର ଶୁଭହାରମ୍ଭ କରାଯାଇଥିଲା l ସି ଆରଜି ଶ୍ରୀଯୁକ୍ତ ରାମଚନ୍ଦ୍ର ବିହାରୀ ପ୍ରଶିକ୍ଷଣରେ ସାରସିସିଙ୍କୁ ସହଯୋଗ କରିଥିଲେ l ଶେଷରେ ଭୁରସିଖମାର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁରେନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଏଫ ଏଲ ଏନ ଶିକ୍ଷକ ଶିକ୍ଷୟିତ୍ରୀ ଓ ଜମାରାଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକଶିକ୍ଷୟିତ୍ରୀ ସହଯୋଗ କରିଥିଲେ l

