You are currently viewing ବାତ୍ୟା ବିପନ୍ନ ଗ୍ରାମ ବଡ଼ରାମପଲ୍ଲୀ ; କାଦ ରେ ଭର୍ତ୍ତି ଶ୍ରେଣୀକାକ୍ଷ ରୁ ଉଦ୍ଧାର ହେଲା ବିରାଟ ବିଷଧର ସାପ, ବର୍ଷା ଜଳ ରେ ଭିଜିଥିବା ରେକର୍ଡ କୁ ସାଉଣ୍ଟୁଛନ୍ତି ଶିକ୍ଷକ, ସ୍ୱାଭାବିକ ହୋଇ ପାରୁନି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ,
ବାତ୍ୟା ବିପନ୍ନ ଗ୍ରାମ ବଡ଼ରାମପଲ୍ଲୀ ; କାଦ ରେ ଭର୍ତ୍ତି ଶ୍ରେଣୀକାକ୍ଷ ରୁ ଉଦ୍ଧାର ହେଲା ବିରାଟ ବିଷଧର ସାପ, ବର୍ଷା ଜଳ ରେ ଭିଜିଥିବା ରେକର୍ଡ କୁ ସାଉଣ୍ଟୁଛନ୍ତି ଶିକ୍ଷକ, ସ୍ୱାଭାବିକ ହୋଇ ପାରୁନି ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ,

ଖଲ୍ଲିକୋଟ : 4/11 ଖଲ୍ଲିକୋଟ ବ୍ଲକ ର ବନ୍ୟା ବିପନ୍ନ ଗ୍ରାମ ବଡ଼ରାମପଲ୍ଲୀ ର ବନ୍ୟା ପୀଡିତ ମାନେ ଗତ ପାଞ୍ଚ ଦିନ ଧାରୀ ନିଜ ଭିଟାମାଟି ଫେରି ନଥିବା ବେଳେ ରନ୍ଧା ଖାଦ୍ୟ ନେଇ ଚାଲୁଥିବା ବେଳେ ଏଯାବତ ଅଣ୍ଟା ସଳଖି ପାରିନାହାନ୍ତି | ଇତ୍ୟ ଅବସର ରେ ମଝିରେ ମଝିରେ ହାଲୁକା ବର୍ଷା ବନ୍ୟା ଅବସ୍ଥା କୁ ସଂଗୀନ କରୁଛି |

ଗ୍ରାମ ରେ ଡାକ୍ତରୀ ଦଳ ଘର ଘର ବୁଲି ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିବା ବେଲ କୁମାରୀ କନ୍ୟା ମାନଙ୍କୁନାପକିନ ବଣ୍ଟନ କରିଥିଲେ |, ତେବେ ଗତ ବନ୍ୟା ରେ ବଡ଼ରାମପଲ୍ଲୀ ଗ୍ରାମ ସମ୍ପୂଣ ଋଷିକୁଲ୍ୟା ଓ ଖରଖରୀ ନଦୀ ଜଳ ପଶି ଜଳାର୍ଣ୍ଣବ ହୋଇଥିବା ବେଳେ ପିଲା ମାନଙ୍କ ସମସ୍ଥ ପାଠ୍ୟ ପୁସ୍ତକ ସମେତ ରେକର୍ଡ ପତ୍ର ମଧ୍ୟ ବନ୍ୟା ପାଣି ବୁଡ଼ି ନଷ୍ଟ ହୋଇଯାଇଥିଲା |

ତେବେ ବନ୍ୟା ଜଳ ରେ ବଡ଼ ରାମପଲ୍ଲୀ ଗ୍ରାମ ରେ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ମଧ୍ୟ ବନ୍ୟା ପାଣି ସମ୍ପୂର୍ଣ୍ଣ ଯାକମଗ୍ନ ହୋଇ ଖେଳ ପଡିଆ, ଶୌଚାଳୟ, ଶ୍ରେଣୀକକ୍ଷ ଓ କାର୍ଯ୍ୟାଳୟ ଗୃହ ଭିତରେ ବନ୍ୟା ଜଳ ଲହଡ଼ି ମାରିବା ଫଳରେ ଆଣ୍ଠୁଏ ଆଣ୍ଠୁଏ କାଦ ଭର୍ତି ହୋଇ ରହିଛି |ଶିକ୍ଷକ ମାନେ ଶ୍ରେଣୀ କକ୍ଷ ରୁ କାଦ ବାହାର କରିବା ସହ ବନ୍ୟା ପାଣି ରେ ବୁଡ଼ି ଯାଇଥିବା ସ୍କୁଲ ଆଲମିରା ଭିତରେ ପାଣି ପଶି ସମସ୍ଥ ରେକର୍ଡ ପତ୍ର ଉଦ୍ଧାର କରି ଖରା ରେ ଶୁଖାଉଥିବା ସମୟ ରେ ଏକ ବିରାଟକାୟ ବିଷଧର ସାପ କୁ ଉଦ୍ଧାର କରାଯାଇଛି | ଈତି ମଧ୍ୟ ରେ ବୁଧବାର ଦିନ ପୁଣି ବର୍ଷା ଆରମ୍ଭ ହୋଇଛି |

ତେବେ ବିଦ୍ୟାଳୟ ରେ ଶିକ୍ଷାଦାନ ବ୍ୟବସ୍ଥା ସ୍ୱାଭାବିକ ହୋଇ ପାରୁନି | ଉକ୍ତ ବିଦ୍ୟାଳୟ ରେ ପ୍ରଥମ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ 240 ଛାତ୍ର ଛାତ୍ରୀ ଅଧୟନ କରୁଥିବା ବେଳେ ସମସ୍ଥ ଙ୍କ ପାଠ୍ୟ ପୁସ୍ତକ ବନ୍ୟା ଜଳ ରେ ନଷ୍ଟ ହୋଇ ଯାଇଛି |ତେଣୁ ସେମାନଙ୍କୁ ନୂତନ ପାଠ୍ୟ ପୁସ୍ତକ ଯୋଗାଇ ଦେବା ପାଇଁ ଅଭିଭାବକ ମାନେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରୁଛନ୍ତି | ତଥାପି ବିଭିନ୍ନ ବେସରକାରୀ ଓ ସରକାରୀ ଆନୁଷ୍ଠାନ ତରଫରୁ ରିଲିଫ କାର୍ଯ୍ୟକ୍ରମ ଚାଲିଥିବା ବେଳେ ସରକାର ଙ୍କ ଘୋଷଣା ଅନୁଯାଇ ପ୍ରତି ପରିବାର ଙ୍କୁ 50 କେଜି ଚାଉଳ ଓ ନଗଦ ପଇସା ଖୁବ ଶୀଘ୍ର ବଣ୍ଟନ କରାଯିବ ବୋଲି ଖଲ୍ଲିକୋଟ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସମଲ ପ୍ରକାଶ କରିଛନ୍ତି | ଖଲ୍ଲିକୋଟ ରୁ ମାଧବ ବେହେରା ଙ୍କ ରିପୋର୍ଟ..