You are currently viewing ମହାନ ସଂଘର ୪୨ ପ୍ରତିଷ୍ଠା ଦିବସ ପାଳିତ- ସ°ଘର ମହାନ୍ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କଲେ
ମହାନ ସଂଘର ୪୨ ପ୍ରତିଷ୍ଠା ଦିବସ ପାଳିତ- ସ°ଘର ମହାନ୍ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କଲେ

ବ୍ରହ୍ମପୁର- ମହାନ ସଂଘର ୪୨ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ବ୍ରହ୍ମପୁର ସହର ଉପକଣ୍ଠ ରାମଚନ୍ଦ୍ରପୁର ବିଶ୍ୱ ନିକେତନ ଜରା ନିବାସ ପରିସରରେ ଆଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁରର ମେୟର ସଂଙ୍ଘମିତ୍ରା ଦଳେଇ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ , ପୂର୍ବତନ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାସ ମହାରଣା , ମିତଲ ଗ୍ରୁପ୍ ଓଡ଼ିଶାର ସଭାପତି ବିଶ୍ୱ ରଞ୍ଜନ ପାଢ଼ୀ, କର୍ପୋରେଟ ଆଇନଜୀବୀ ସ୍ୱାଧି ଯୋଗମାୟା ପ୍ରମୁଖ ଯୋଗଦାନ କରି ଦୀର୍ଘ ୪୨ ବର୍ଷ ଧରି ବ୍ରହ୍ମପୁର ସହର ସମେତ ସାରା ଜିଲ୍ଲା ତଥା ରାଜ୍ୟରେ ମହାନସଂଙ୍ଘର ନିଷ୍ଠାପରତା କାର୍ଯ୍ୟ ଓ ସମାଜସେବା କ୍ଷେତ୍ରରେ ପ୍ରମୁଖ ଭୂମିକା ସହିତ ଇତିମଧ୍ୟରେ ମହାନ ସ°ଘର ମହାନ୍ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ମହାନ ସଂଘର ସଭାପତି ସୁଶାନ୍ତ ସାବତଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସଂଙ୍ଘ ଗତ ୪୨ ବର୍ଷ ଧରି ସମସ୍ତଙ୍କର ଭଲ ପାଇବା ଏବଂ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିବା ବେଳେ ଆଗାମୀ ଦିନରେ ସଂଙ୍ଘ ପକ୍ଷରୁ ସମାଜର ଅନାଥ ଶିଶୁଙ୍କ ପାଇଁ ଅଟଳ ଶିଶୁ ଭବନ ନିର୍ମାଣ , ବରିଷ୍ଠ ନାଗରିକଙ୍କ ପାଇଁ ଉଚ୍ଚ କୋଟିର ଜରା ନିବାସ ପ୍ରତିଷ୍ଠା ସହିତ ବର୍ତ୍ତମାନର ଜରା ନିବାସର ଶର୍ଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ବୋଲି ଘୋଷଣା କରାଯାଇଥିଲା । ଏଥିସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସ୍କାର ଓ ସଂସ୍କୃତିକୁ ଭଲ ପାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସୂଚନା ଦେଇଥିଲେ ସଂଙ୍ଘର ସଭାପତି।
ଏପରିକି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଦେଶ ତଥା ରାଜ୍ୟର ପ୍ରମୁଖ ବ୍ୟକ୍ତିବିଶେଷଙ୍କର ଠାରୁ ଆରମ୍ଭ କରି ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ମାନେ ଇତି ମଧ୍ୟରେ ମହାନ ସଂଙ୍ଘ କିପରି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଠାରୁ ଆରମ୍ଭ କରି କୋଭିଡ ମହାମାରୀ ଏବଂ ସମାଜରେ ସଂସ୍କାର ଆଣିବା ପାଇଁ ଇତି ମଧ୍ୟରେ ଆୟୋଜନ କରାଯାଇଥିବା ବିଭିନ୍ନ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ସଂଙ୍ଘର ସାଧାରଣ ସଂପାଦକ ଇଂ.ପ୍ରଶାନ୍ତ କୁମାର ପାତ୍ର , ଏ.କେ.ମିଶ୍ର, ଉମାଶଙ୍କର ପାଣି , ପୁଷ୍ପାଞ୍ଜଳି ମହାପାତ୍ର , ସବିତା ସାହୁ , ଶ୍ରୀକାନ୍ତ ସାବତ , ସୀମାଞ୍ଚଳ ପାଣିଗ୍ରାହୀ, ଡଃ ସୂଚନା ପାଢ଼ୀ , ଡଃ. ଧନଲକ୍ଷ୍ମୀ ପଟ୍ଟନାୟକ, ଡଃ.ସନ୍ଧ୍ୟାରାଣୀ ପଟ୍ଟନାୟକ, ବିଭୂତି ସାବତ , ମନୋରଞ୍ଜନ ପାଢ଼ୀ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରେ ଜରା ନିବାସ ପରିସରରେ ୪୨ ଗୋଟି ବୃକ୍ଷରୋପଣ କରାଯାଇଥିବା ବେଳେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନକୁ ସମ୍ୱର୍ଦ୍ଧିତ କରାଯାଇଥିଲା ।