ପୁରୀ,୫/୮-ପୁରୀ ମହାନଗର ନିଗମ ଅନ୍ତର୍ଗତ ଅଣ ଉଦଘାଟିତ ମାଟିଆପଡା ଓଭରବ୍ରିଜରେ ଆହୁରି ଅନେକ କାମ ବାକି ଅଛି । ସୋଲାର ଲାଇଟ ଲଗାଯାଇଥିଲେ ମଧ୍ଯ ମଝିରେ ଆଲୋକ ନଥିବାରୁ ନିଶାଖୋର ମାନେ ବାଡକୁ ଆଉଜି ବସୁଥିବା ଦେଖିବାକୁ ମିଳୁଛି । ସିସିଟିଭି ନଥିବା ଦେଖି ଛିନତାଇ ବ୍ଯକ୍ତି ସୁଯୋଗ ଉଣ୍ଡି ରହୁଛନ୍ତି । ଦୁଇପଟେ ପୋଲିସ ଜଗୁ ନଥିବାରୁ ଷଣ୍ଢ ଗାଇ ଗୋରୁ ଓଭରବ୍ରିଜ ଦେଇ ଯିବାରେ ଦୁର୍ଘଟଣାର ସମ୍ଭାବନା ରହିଛି । ସୋଲାର ଲାଇଟ ଗୁଡିକ ମିଞ୍ଜି ମିଞ୍ଜି ହୋଇ ଜଳୁଛି । ବର୍ଷା ବେଳେ ପିଚୁ ପଡିଥିବାରୁ ଦୁଇ ତିନୋଟି ସ୍ଥାନରେ ଲଙ୍ଗଳ ଲୁହା ତାଡି ହୋଇଯିବା ପରି ଖାଲ ସୃଷ୍ଟି ହୋଇଛି । ଅଧିକ ଲାଇଟ ଓ ସିସିଟିଭି ଲଗାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।


