ଚିକିଟୀ– ଏହି ବ୍ଲକ ମାଧବନ୍ଧ ଗ୍ରାମର ଦଳପତି କୁଠ ଘର ଠାରେ ଏକ ନିଆରା ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଅବସର ପ୍ରାପ୍ତ ପ୍ରାଣୀ ଧନ ଚିକିତ୍ସକ ଶ୍ରୀ ପ୍ରଶାନ୍ତ ପାଢ଼ୀ ମହୋଦୟ କୁ ଯିଏକି ତା ୨୫.୦୮.୨୦୦୩ ରିଖ ରେ ମାଧବନ୍ଧ ପ୍ରାଣୀ ଧନ ଚିକିତ୍ସା କେନ୍ଦ୍ରରେ ଯୋଗ ଦାନ କରି ତା ୩୧.୦୫.୨୦୨୬ ରିଖ ରେ ସରକାରଙ୍କ ଵିଧି ଅନୁଯାଇ ଅବସର ହୋଇଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ଦୀର୍ଘ ସମୟ ଧରି ଅଞ୍ଚଳର ସମସ୍ତ ଗ୍ରାମରେ ଚାଷୀ ମାନଙ୍କର ପ୍ରିୟ ଭାଜନ ହୋଇପାରିଥିଲେ। ଶ୍ରୀ ପାଢ଼ୀ ଙ୍କର ଏଭଳି ନିଷ୍ଠା ଓ କର୍ତ୍ତବ୍ୟ ରେ ଭାବ ବିଭୋର ହୋଇ ଆଜି ଅଞ୍ଚଳର ସମସ୍ତ ଗ୍ରାମବାସୀ ମାନେ ମିଶି ପୂର୍ବତନ ପ୍ରାଣୀଧନ ଚିକିତ୍ସକ ଙ୍କୁ ପାଛୋଟି ଆଣି ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ପୂର୍ବତନ ଚିକିତ୍ସକ ପ୍ରଶାନ୍ତ କୁମାର ପାଢ଼ୀ ଏବଂ ବର୍ତ୍ତମାନର ଅଧିକାରୀ ପଦ୍ମଲୋଚନ ବେହେରାଙ୍କୁ ସମ୍ମାନୀତ କରାଯାଇଥିଲା। ଏହି ସଭାରେ ଚାଷୀ ବିଜୟ କୁମାର ରାଉତ, ଡି .ଗଣେଶ, ଏ.ନାର୍ସିଙ୍ଗୁଲୁ, ଏ. ସୁରେଶ, ସିପୁନ ପାତ୍ର,ବି. ଡ଼ମ୍ବୁରୁ,ସୁରେନ୍ଦ୍ର ରାଉତ,ରାମକୃଷ୍ଣ ମହାନ୍ତି,ଭେଙ୍କଟେସ,ସୁରେନ୍ଦ୍ର ରାଉତ ଓ ବିଜୟ ପାତ୍ର ପ୍ରମୁଖ ଯୋଗ ଦାନ କରି ବିଦାୟ କାଳୀନ ସମ୍ବର୍ଦ୍ଧନା କରିଥିଲେ l
