ପୁରୁଷୋତ୍ତମପୁର କନକା ଘରୋଇ ବସ ମାଲିକ ସଙ୍ଘ ପୂର୍ବର ଲକ୍ଷ୍ମୀ ବସ ଓ ଏବର ମୁଖ୍ୟମନ୍ତ୍ରୀ ବସ ସେବା ର କଣ୍ଡେ କ୍ଟର, ଡ୍ରାଇଭର ଓ ସୁପର ଭାଇଜର ମାନେ ବହୁତ 0ମାନି କରୁଛନ୍ତି ବୋଲି ଏକ ଦାବିପତ୍ର ଆଜି ପୁରୁଷୋତ୍ତମପୁର ବ୍ଲକ ବିଡ଼ିଓ ମନୋଜ କୁମାର ନାୟକ ଙ୍କୁ ପ୍ରଦାନ କରିଛନ୍ତି | ଏହାସହ ବସ କୌଣସି ରୁଟ ଚାର୍ଟ ଅନୁଯାଇ ଯିବା ଆସିବା କରୁ ନାହିଁ ବରଂ ମନଇଚ୍ଛା ଯିବା ଆସିବା କରୁଛନ୍ତି, ଏବଂ 5ଟଙ୍କା ରେ ଲୋକମାନେ ତାଙ୍କ ଗାଡ଼ିରେ ଯାଉଥିବାରୁ ଆମେ ମାନେ ବହୁତ କ୍ଷତି ସହୁଚୁ ବୋଲି କହିଛନ୍ତି |

ଯେଉଁ ଗ୍ରାମାଞ୍ଚଳ ବା ପଞ୍ଚାୟତ କୁ ଗାଡି ଚଳା ଚଳ କରୁନାହିଁ ସେହି ସ୍ଥାନକୁ ନଯାଇ ଘରୋଇ ବସ ମାଲିକ ଙ୍କ ପିଛା କରୁଛନ୍ତି ବୋଲି ସେମାନେ ବିଡ଼ିଓ ଙ୍କୁ ଜଣାଇ ଛନ୍ତି | ନିୟମ ଥିଲା ଗ୍ରାମାଞ୍ଚଳ ରୁ ବ୍ଲକ କୁ ବସ ଚଳା ଚଳ କରିବାକୁ କିନ୍ତୁ ସେମାନେ ବ୍ଲକ ରୁ ଗ୍ରାମାଞ୍ଚଳ କୁ ଯାଉଥିବାରୁ ଏହା ଉପରେଗଞ୍ଜାମ ଜିଲ୍ଲା ପାଳଙ୍କ ସହ କଥା ହୋଇଛି ବୋଲି ବିଡ଼ିଓ ବସ ମାଲିକ କର୍ମକର୍ତ୍ତା ଙ୍କୁ ଜଣାଇ ଛନ୍ତି | ବିଡ଼ିଓ ଙ୍କ କହିବା କଥା ବର୍ତମାନ ରାଜ୍ୟ ସରକାର ଲୋକଙ୍କ ହିତରେ ବସ ସମ ର୍ପଣ କରିଥିବାରୁ ଏବେ ବହୁତ କ୍ଷତି ହୋଇଛି, ଏହି କଥାକୁ ବସ ମାଲିକ ମାନେ ମଧ୍ୟ ଜାଣିବା ଦରକାର ବୋଲି ବସ ମାଲିକ ମାନଙ୍କୁ କହିଛନ୍ତି | ତଥାପି ତୁମ ମାନଙ୍କ ଦାବି କୁ ବିଚାର କରି ଜିଲ୍ଲା ପରିବହନ ଅଧିକାରୀ ଓ ଜିଲ୍ଲା ପାଳ ଙ୍କ ସହ କଥା ହେବି ବୋଲି କହିଛନ୍ତି | ଏହା ସହ ପୁରୁଷୋତ୍ତମପୁର ମୁଖ୍ୟମନ୍ତ୍ରୀ ବସ ସେବାର କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ତାରା ତାରିଣୀ ଛକ ଠାରେ କିଛି ଘରୋଉ ବସ ର କର୍ମ କର୍ତ୍ତା ମାନେ ଆଜି ମାଡ଼ ମାରିଥିବାର ନେଇ ପୁରୁଷୋତ୍ତମପୁର ଥାନାରେ ସୁପର ଭାଇଜର ମାନେ ଲିଖିତ ଦରଖାସ୍ତ ଦେବା ସହ ଆମକୁ ଆକ୍ରୋଶ ମୂଳକ ଭାବେ ବିନା କାରଣ ରେ ହଇରାଣ, ହରକତ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବସ ସେବାର କର୍ମଚାରୀ ମାନେ କହିଛନ୍ତି |।

ତେବେ ଉଭୟ ପକ୍ଷ କୁ ବସାଇ ଜିଲ୍ଲା ପାଳ ଓ ପରିବହନ ଅଧିକାରୀ ଦୃଷ୍ଟି ନଦେଲେ ଆଗାମୀ ଦିନରେ ଘରୋଇ ବସ ମାଲିକ ଓ ମୁଖ୍ୟମନ୍ତ୍ରୀ ବସ କର୍ମଚାରୀ ଙ୍କ ମଧ୍ୟରେ ଯେଉଁ ଝଡ଼ସୃଷ୍ଟି ହେବ ତାହା ଦ୍ୱାରା ଏକ ଭୟଙ୍କର ପରିସ୍ଥିତି ହେବ ବୋଲି ଜନ ସାଧାରଣ ଆଶଙ୍କା କରୁଛନ୍ତି | ତେଣୁ ଏହାର ସମାଧାନ ଏକାନ୍ତ ଜରୁରୀ ଅଟେ | ରିପୋର୍ଟ ପ୍ରସନ୍ନ କୁମାର ଦାସ
