କୋଦଳା
ଗଞ୍ଜାମ ଜିଲ୍ଲା କୋଦଳା ନାରାୟଣୀ ମନ୍ଦିର ଠାରେ ଶୁକ୍ରବାର ଗଞ୍ଜାମ ଜିଲ୍ଲା ବସ୍ ମାଲିକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ସରକାରଙ୍କ ପକ୍ଷରୁ ଗ୍ରାମାଞ୍ଚଳରେ ମୋ ବସ୍ ଚଲାଇବା ପାଇଁ ଯୋଜନା କରା ଯାଉଥିବା ବେଳେ ପ୍ରାଇଭେଟ ବସ୍ ମାଲିକଙ୍କ ସହ ଆଲୋଚନା ନ କରି ଏହି ଯୋଜନା କରା ଯାଉଥିବାରୁ ଏନେଇ ଉଦବେଗ ପ୍ରକାଶ କରିଛନ୍ତି ବସ୍ ମାଲିକ ମାନେ।ପ୍ରାଇଭେଟ ବସ୍ ମାଲିକ ମାନେ ବହୁ ଦୁର୍ଦ୍ଦଶାରେ ରହିଥିବା ବେଳେ ସରକାରଙ୍କ ନୀତିକୁ ନେଇ ବୈଠକ ହୋଇଛି। ଜିଲ୍ଲାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୂତନ ବସଷ୍ଟାଣ୍ଡ ଗୁଡିକ କରାଯାଇଛି କିନ୍ତୁ ସେ ସବୁ କାର୍ଯ୍ୟକାରୀ ନହୋଇ ପଡି ରହିଛି। ଆଗାମୀ ଦିନରେ କଣ କାର୍ଯ୍ୟପନ୍ଥା ରହିବ ସେ ନେଇ ଆଲୋଚନା କରାଯାଇଛି।ଏଥିରେ ବ୍ରହ୍ମପୁର ବସ୍ ମାଲିକ ସଂଘର ସଂପାଦକ ସନ୍ତୋଷ ପତି,
ଜିଲ୍ଲା ସମ୍ପାଦକ ରମେଶ ଜେନା, ଆସିକା ସଭାପତି ମୁନା ମହାନ୍ତି, ହିଞ୍ଜିଳି ସଭାପତି ଅରକ୍ଷିତ ଜେନା, ଜରଡା ସଭାପତି ରମାକାନ୍ତ ପାତ୍ର,ପୋଲସରା ର ସନ୍ତୋଷ ପାତ୍ର, ମୁନା ପଣ୍ଡା, ଚିକିଟି ରୁ ଶୁକଦେବ ଜେନା, ତାରିଣୀ ସେଠୀ, ପୁରୁଷୋତ୍ତମପୁର ସଭାପତି ସନ୍ତୋଷ ପତି, ସଂପାଦକ ସରୋଜ ଚନ୍ଦ୍ର ସାହୁ, ସିମାଞ୍ଚଳ ପୁଷ୍ଟି, ପଞ୍ଚାନନ ରାଉତ, ସୁଦର୍ଶନ ପ୍ରଧାନକଂ ସମେତ ପ୍ରାୟ ୧୫୦ ରୁ ଉର୍ଦ୍ଧ୍ବ ବସ୍ ମାଲିକ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
