You are currently viewing ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଜିଲ୍ଲା ସ୍ତରୀୟ ଜନଜାତି ଖେଳକୁଦ ପ୍ରତିଯୋଗୀତା
ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଜିଲ୍ଲା ସ୍ତରୀୟ ଜନଜାତି ଖେଳକୁଦ ପ୍ରତିଯୋଗୀତା

ସାନଖେମୁଣ୍ଡି :୧୧/୧୧- ସାନଖେମୁଣ୍ଡି ବ୍ଲକ୍ ଟି ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମାଧବନଗର ଠାରେ ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଗଞ୍ଜାମ ଜିଲ୍ଲା ସ୍ତରୀୟ ଜନଜାତି ଖେଳକୁଦ ପ୍ରତିଯୋଗୀତା ଦୁଇଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି । ଏହି ଜନଜାତି ଖେଳକୁଦ ପ୍ରତିଯୋଗୀତାରେ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ଦିଗପହଣ୍ଡି ସୋରଡ଼ା ଧରାକୋଟ ଚିକିଟି ପାତ୍ରପୁର କୁକୁଡ଼ାଖଣ୍ଡି ପ୍ରଭୃତି ୭ ଟି ବ୍ଲକ୍ ରୁ ବରିଷ୍ଠ କନିଷ୍ଠ ବର୍ଗରେ ୧୨୦ ରୁ ଊର୍ଦ୍ଧ୍ବ ଜନଜାତି ବାଳକ ବାଳିକା ଅଂଶଗ୍ରହଣ କରିଥିଲେ। ଆଦିବାସୀଙ୍କ ପାରମ୍ପରିକ ଧନୁତୀର ଆର୍ଚେରୀ ଫୁଟବଲ୍ ପ୍ରତିଯୋଗୀତା ଦୁଇଦିନ ଧରି ଅନୁଷ୍ଠିତ ହୋଇଥିଲା।

ବନବାସୀ କଲ୍ୟାଣ ଆଶ୍ରମ ସ୍ଥାୟୀ ଜିଲ୍ଲା ସଭାପତି ଡମ୍ବରୁ ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣସମାବେଶରେ ଜିଲ୍ଲା ସମ୍ପାଦକ ସୁରିଆ ଗମାଙ୍ଗ ସଂଯୋଜନା କରିଥିଲେ।

ମୁଖ୍ୟ ଅତିଥି ପୂର୍ବ ଓଡ଼ିଶା ସମ୍ଭାଗ ପ୍ରମୁଖ କୁରା ରଇତ ମୁଖ୍ୟବକ୍ତା ଜନଜାତି ଉପସଭାପତି ଶ୍ୟାମ ଗମାଙ୍ଗ ସମ୍ମାନିତ ଅତିଥି କାର୍ଯ୍ୟକାରୀ ଉପ ସମ୍ପାଦକ ସୁଦାମ ମଳିକ ପୂର୍ବ ଓଡ଼ିଶା ଚାରିଟେବୁଲ ଟ୍ରଷ୍ଟ ପ୍ରମୁଖ ପ୍ରଶାନ୍ତ କୁମାର ଶତପଥି ଜିଲ୍ଲା ସଂଗଠନ ମନ୍ତ୍ରୀ ଏକେଶ୍ୱର ମଣ୍ଡଳ ପାଟପୁର ଖଣ୍ଡ ସମରସଜ୍ଜା ପ୍ରମୁଖ ହୃଷୀକେଶ ଦଳାଇ ଆରଏସଏସ ପୋଡାମାରି ପ୍ରମୁଖ ଶରତ ଦଳାଇ ପଦ୍ମଲୋଚନ ମହାଙ୍କୁଡ ଗଙ୍ଗାପୁର ପ୍ରମୁଖ ବିପ୍ରଚରଣ ମଣ୍ଡଳ ପ୍ରମୁଖ ଯୋଗଦେଇ ଆଦିବାସୀ ଜନଜାତିଙ୍କ ସଂସ୍କୃତି ପରମ୍ପରାର ସୁରକ୍ଷା ଓ ପାରମ୍ପରିକ ଖେଳକୁଦ ପ୍ରତିଯୋଗୀତାର ଗୁରୁତ୍ବ ସମ୍ପର୍କରେ ଆଲୋକପାତ କରିବା ସହ କୃତୀ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରିପୋର୍ଟ ବିନାୟକ ଦାସ