ପୁରୁଷୋତ୍ତମପୁର ସେବା ସମବାୟ ସମିତି ଲି ସୋସାଇଟି ଅନ୍ୟ ସୋସାଇଟିଠାରୁ ବହୁତ ଅଲଗା | ଏଠାରେ ଚାଷୀ ମାନେ ଶାନ୍ତି,ଶୃଙ୍ଖଳା ର ସହ ସରକାର ଙ୍କ ନିତି ନିୟମ ଧାର୍ଯ୍ୟ ଦର ଅନୁସାରେ ୟୁରିଆ ସାର ନେଉଛନ୍ତି |

ପୁରୁଷୋତ୍ତମପୁର ବ୍ଳକ ର ଅଧିକାଂଶ ସ୍ଥାନ ଓ ଏନଏସିର କିଛି ସ୍ଥାନ ରେ ସାର ଅଧିକ ମୂଲ୍ୟରେ ବିକାଯାଉଥିବା ଚାଷୀମାନେ ତହସିଲଦାର ଓ ବ୍ଳକ କୃଷି ଅଧିକାରୀ ଙ୍କୁ ଅଭିଯୋଗ କରୁଥିଲେ ମଧ୍ୟ ସହରରମଧ୍ୟ ଭାଗର ଜଗନ୍ନାଥ ମନ୍ଦିର ନିକଟରେ ଥିବା ଏହି ସୋସାଇଟି ରେ କୌଣସି ଅସୁବିଧା ହେଉନଥିବାର ଚାଷୀ ମନେ କହିଛନ୍ତି |

ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଙ୍କ ନିର୍ଦ୍ଦେଶ ରେ ଋଣ ନେଇଥିବା ଚାଷୀ ଓ ପଞ୍ଜିକୃତ ଚାଷୀଙ୍କୁ ଏହି ସମିତି ପକ୍ଷରୁ ସରକାର ଙ୍କ ଧାର୍ଯ୍ୟ ଦର ଅନୁସାରେ ୟୁରିଆ ସାରା ବିକ୍ରୟ କରା ଯାଉଛି | ସରକାର ଙ୍କ ସାରା ବଣ୍ଟନ ର ମୁଖ୍ୟ ତଥା ମାର୍କଫେଡ଼ ର ଏମଡି ଆସି ସାରା ବିକ୍ରୟ ର ସୁବନ୍ଦୋବସ୍ତ ଓଷ୍ଟାକ ଭେରିଫିକେସନ ରେ ସନ୍ତୋଷ ବ୍ୟକ୍ତ କରିଥିବା ସଭାପତି ବିଘ୍ନ ରାଜ ପାଢ଼ୀ କହିଛନ୍ତି | ଏହି ସମିତି କୁ ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ କିଛିଦିନ ତଳେ ଏହିପରିଦର୍ଶନ ରେ ଆସିଥିଲା ବେକେ ସଭାପତି ବିଘ୍ନରାଜ ପାଢ଼ୀ ଖାଲି ଚାଷୀଙ୍କ ଓ ଅଣ ଋଣୀ ଚାଷୀଙ୍କୁ ସାରା କିପରି ଦିଆଯିବ ତା ଉପରେ କଥା ବାର୍ତ୍ତା କରିଛନ୍ତି |

ଏହାସହ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ମଧ୍ୟ ପରିଦର୍ଶନ କରି ଯାଇଥିଲେ | ତେବେ ଜିଲ୍ଲା ପାଳ ଏହି ସୋସାଇଟି ରୁ ଗଲା ପରେ ଦୁଇଟ୍ରକ ସାର ସମବାୟକୁ ପଠାଇଥିବା ବେଳେ ସେମଧ୍ୟରୁ 900 ରୁ ଅଧିକ ସାର ବସ୍ଥା ଚାଷୀଙ୍କୁ ସରକାର ଙ୍କ ଧାର୍ଯ୍ୟ ଦର ରେ ବିକ୍ରି କରା଼ ଯାଇଥିବା ର ସଭାପତି କହି ଛନ୍ତି |ତେବେ ଚାଷୀଙ୍କ ନିମନ୍ତେ ଆଉ ଗୋଟିଏ ସାର ଟ୍ରକ ମାନନୀୟ ଜିଲ୍ଲା ପାଳ ପଠାଇଲେ ଖାଲି ଚାଷୀ ମାନେ ଅଣ ଋଣୀ ଚାଷୀ ମାନେ ବହୁତ ମାତ୍ରାରେ ଉପକୃତ ହୋଇ ପାରିବେ ବୋଲି ସଭା ପତି ବିଘ୍ନରାଜ ପାଢ଼ୀ ଓ ସୋସାଇଟି ସମ୍ପାଦକ ଲୋକନାଥ ଆଚାରୀ ଜିଲ୍ଲପାଳ ଙ୍କୁ ଅନୁରୋଧ କରିଛନ୍ତି | ରିପୋର୍ଟ ପ୍ରସନ୍ନ କୁମାର ଦାସ
