You are currently viewing 5t ଅଧ୍ୟକ୍ଷ ଙ୍କ ତ୍ୱରିତ ପଦକ୍ଷେପ, ସାତ ଦିନ ନୁହଁ ସାତ ଘଣ୍ଟାରେ ଦୁଇ ଦିବ୍ୟାଙ୍ଗ ବାଳକ ପାଇଲେ ଆର୍ଥିକ ସହାୟତା
5t ଅଧ୍ୟକ୍ଷ ଙ୍କ ତ୍ୱରିତ ପଦକ୍ଷେପ, ସାତ ଦିନ ନୁହଁ ସାତ ଘଣ୍ଟାରେ ଦୁଇ ଦିବ୍ୟାଙ୍ଗ ବାଳକ ପାଇଲେ ଆର୍ଥିକ ସହାୟତା

ଧରାକୋଟ ,23/2/24
ଗତ ଗୁରୁବାର ଦିନ 5t ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଧରାକୋଟ ଗସ୍ତରେ ଆସି ମିନି ଷ୍ଟାଡିୟମରେ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ଜନସାଧାରଣ ଙ୍କୁ ଉଦବୋଧନ ଦେଇ ରାଜ୍ୟ ସରକାରଙ୍କ ଜନ ହିତକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇ ଥିଲେ । ଏହି ଅବସରରେ ପ୍ରାୟ ପାଞ୍ଚ ଶହରୁ ଅଧିକ ଲିଖିତ ଅଭିଯୋଗ ଲୋକେ ପ୍ରଦାନ କରିଥିଲେ । ଆମ ଓଡିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆସନ୍ତା ସାତ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଖୁସି ଖବର ଦେବେ ବୋଲି ଘୋଷଣା କରିଥିଲେ। ଅପରାହ୍ନ ସାଢେ଼ ଗୋଟାଏ ବେଳେ ଆମ ଓଡିଶା ଅଧ୍ୟକ୍ଷ ଧରାକୋଟ ଛାଡିଥିଲେ । ଏହାର ଠିକ ସାତ ଘଣ୍ଟା ପରେ ଚଳ ଚଞ୍ଚଳ ହୋଇ ଉଠିଥିଲା ବ୍ଲକ ପ୍ରଶାସନ। ହସ୍ତଗତ ହୋଇଥିବା ଅଭିଯୋଗ ମଧ୍ୟରୁ ଦୁଇ ଜଣ ଦିବ୍ୟାଙ୍ଗ ବାଳକ କରିଥିବା ଲିଖିତ ଅଭିଯୋଗ ର ତ୍ୱରିତ ପଦକ୍ଷେପ ସ୍ୱରୂପ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ 30000 , ତିରିଶି ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାପାଇଁ ବ୍ଲକ ପ୍ରଶାସନ କୁ ନିର୍ଦ୍ଦେଶ ଆସିଥିଲା । ଏହା ପରେ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ, ବି ଡି ଓ ଡେନିସ ବେହେରା,ବରିଷ୍ଠ ସହାୟକ ପ୍ରଶାନ୍ତ ଦାସ,ସମିତି ସଭ୍ୟ ପ୍ରତିନିଧି ମାନସ ରଞ୍ଜନ ଜେନା ଓ ନାଏବ ସରପଞ୍ଚ ସଚ୍ଚିଦାନନ୍ଦ ତ୍ରିପାଠୀ ପ୍ରମୁଖ ରାତ୍ରି 7.30 ମିନିଟ ସମୟରେ ବାହାର ପୁର ପଞ୍ଚାୟତ ଅଧିନସ୍ଥ ଜଗନ୍ନାଥପୁର ଶାସନ ଗ୍ରାମରେ ପହଞ୍ଚି ଶିବରାମ ପ୍ରଧାନ ଓ ଲକ୍ଷ୍ମୀ ପ୍ରଧାନ ଙ୍କ 9 ବର୍ଷର ଦିବ୍ୟାଙ୍ଗ ବାଳକ ସାଇରାମ ର ଅଧିକ ଚିକିତ୍ସା ପାଇଁ ତିରିଶି ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ। ଏହି ଅବସରରେ ଶିବରାମ ପ୍ରଧାନ ଙ୍କ ସହ ଯୋଗା ଯୋଗ ବେଳେ ନିଜର ପୁଅର ଚିକିତ୍ସା ପାଇଁ ଆଜି ଅଭିଯୋଗ ପତ୍ର ପାଣ୍ଡିଆନ ସାରଙ୍କୁ ଜଣାଇଥିଲି , ହେଲେ ମାତ୍ର ସାତ ଘଣ୍ଟା ମଧ୍ୟରେ ମୋ ପ୍ରତି ଏମିତି ସୁବିଚାର ହେବ ବୋଲି ମୁଁ ଜାଣି ନଥିଲି । ଏଣୁ ମୁଁ ପାଣ୍ଡିଆନ ସାର, ବ୍ଲକ ଅଧ୍ୟକ୍ଷା, ବି ଡି ଓ ଏବଂ ପଞ୍ଚାୟତ ପ୍ରତିନିଧି ଙ୍କୁ କୃତଜ୍ଞତା ଜ୍ଞାପନ କରୁଛି ବୋଲି ପ୍ରକାଶ କରିଥିଲେ। ସେହିପରି ବ୍ଲକ କାର୍ଯ୍ୟଳୟ ପରିସରରେ ସିଙ୍ଗିପୁର ଗ୍ରାମର ରବି ନାରାୟଣ ଦାସ ଓ ରିତୁ ଦାସ ଙ୍କ ସିଙ୍ଗିପୁର ପ୍ରାଥମିକ ବିଦ୍ୟାଳୟ ରେ ପଞ୍ଚମ ଶ୍ରେଣୀରେ ପଢୁଥିବା ଦିବ୍ୟାଙ୍ଗ ପୁତ୍ର ଚନ୍ଦନ ର ଅଧିକ ଚିକିତ୍ସା ପାଇଁ ବ୍ଲକ ଅଧ୍ୟକ୍ଷା ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଓ ବି ଡି ଓ ଡିନିସ ବେହେରାଙ୍କ ଉପସ୍ଥିତିରେ ବାପା ରବି ନାରାୟଣ ଦାସ ଙ୍କୁ ତିରିଶି ହଜାର ଟଙ୍କାର ଚେକ ପ୍ରଦାନ କରାଯାଇଥିଲା।

ଏହା ପରେ ରବି ନାରାୟଣ ଙ୍କ ସହ ଯୋଗାଯୋଗ ବେଳେ ସେ 5t ଅଧ୍ୟକ୍ଷ ପାଣ୍ଡିଆନ ସାରଙ୍କୁ ମୁଁ କୃତଜ୍ଞତା ଜଣାଉଛି ଏବଂ ଅଧିକ ଚିକିତ୍ସା ପାଇଁ ପୁଣି ତାଙ୍କୁ ମିଶିବି ଓ ମୋ ପୁଅ ପାଇଁ ନ୍ୟାୟ ଭିକ୍ଷା କରିବି ବୋଲି ପ୍ରକାଶ କରିଛନ୍ତି। ସଂପ୍ରତି ମାତ୍ର ସାତ ଘଣ୍ଟା ମଧ୍ୟରେ ଲିଖିତ ଅଭିଯୋଗ ର ସମାଧାନ ପାଇଁ 5t ତରଫରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଇଥିବା ରୁ ଜନ ସାଧାରଣ ଙ୍କ ମଧ୍ୟରେ ଖୁସି ସଂଚାର ହେବାସହ ମୁଖ୍ୟମନ୍ତ୍ରୀ ଙ୍କୁ ଅଞ୍ଚଳ ବାସୀ ସାଧୁବାଦ ଜଣାଇଛନ୍ତି।