ମୁନିଗୁଡ଼ା:ତା୧୨-୯ ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ ଅନ୍ତର୍ଗତ ମୁନିଖୋଲ ନିକଟସ୍ଥ ପଦ୍ମଶ୍ରୀ କମଳା ପୂଜାରୀ ଛାତ୍ରୀ ନିବାସ ସଭା କକ୍ଷରେ ଆଜି ମୁନିଗୁଡ଼ା କଲ୍ୟାଣ ଆଶ୍ରମର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ପ୍ରାନ୍ତ ସଂଗଠନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ଭାଟିଙ୍କ ସଭାପତିତ୍ବ ଏବଂ ସାମ୍ବାଦିକ ମନୋରଞ୍ଜନ ଦଳାଇ ଙ୍କ ସଂଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ପୂର୍ବକ୍ଷେତ୍ର ଛାତ୍ରାବାସ ପ୍ରମୁଖ ସୁରେଶ କୁମାର ମିଶ୍ର,ସମାଜସେବୀ ଆନନ୍ଦ ଚୌଧୁରୀ,ଜନନେତା ରାମଚନ୍ଦ୍ର ବେହେରା,ସୁବାସ ଗୌଡ଼ ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ରୂପେ ନୂତନ କାର୍ଯ୍ୟକାରିଣୀ ନାମ ଘୋଷଣା କରାଯାଇଥିଲା।ସମ୍ମାନିତ ଅତିଥି ଉପଦେଷ୍ଟା ଅକ୍ଷୟ କୁମାର ମଲ୍ଲିକ,

ରାମଚନ୍ଦ୍ର ବେହେରା,ଚନ୍ଦ୍ରକଳା ଦୂବେ,ସନ୍ଧ୍ୟା ରାଣୀ ମଲ୍ଲିକ,ଅମ୍ବିକା ନାୟକ ଓ ବୀରଭଦ୍ର ଆଚାରୀଙ୍କ ଉପସ୍ଥିତିରେ ନୂତନ କାର୍ଯ୍ୟକାରିଣୀ ଅଧିକାରୀ ମାନଙ୍କୁ ଅଙ୍ଗବସ୍ତ୍ର ଦେଇ ସ୍ବାଗତ କରାଯାଇଥିଲା।ଉପଦେଷ୍ଟା ମାନେ ନୂତନ କାର୍ଯ୍ୟକାରିଣୀକୁ ମାର୍ଗଦର୍ଶକ କରିଥିଲେ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ର ଓ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଶ୍ରୀଯୁକ୍ତ ଭାଟି ବନବାସୀ କଲ୍ୟାଣ ଆଶ୍ରମ ସମଗ୍ର ଭାରତ ବର୍ଷର ବନବାସୀ କ୍ଷେତ୍ରରେ କରୁଥିବା ଅନେକ ସେବା କାର୍ଯ୍ୟ ବିଷୟରେ କର୍ମକର୍ତ୍ତା ମାନଙ୍କୁ ଅବଗତ କରାଇବା ସହିତ ମୁନିଗୁଡାର ପଦ୍ମଶ୍ରୀ କମଳା ପୂଜାରୀ ଛାତ୍ରୀ ନିବାସ ଅନ୍ତେବାସୀ ଛାତ୍ରୀ ମାନଙ୍କ ଶିକ୍ଷା,ସ୍ଵାସ୍ଥ୍ୟ ଓ ସେମାନଙ୍କ ମାନସିକ,ଶାରୀରିକ ଓ ବୌଦ୍ଧିକ ବିକାଶରେ ସମର୍ପିତ ଭାବନା ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।ନୂତନ କାର୍ଯ୍ୟକାରିଣୀରେ ସଭାପତି ଭାବେ ପୁରନ୍ଦର ପୀଡ଼ିକାକା,କାର୍ଯ୍ୟକାରୀ ସଭାପତି ସୁବାସ ଗୌଡ଼,ଉପ ସଭାପତି ଜଗା ଶବର ଓ ସୁଦର୍ଶନ ସାହୁ,ସାଧାରଣ ସମ୍ପାଦକ ତ୍ରିପତୀ କୀଲାକା,ସହ ସମ୍ପାଦକ ଭୀମ ବେହେରା,ଅଶ୍ଵିନୀ ବାରିକ,ମୀନ ଗୌଡ଼,କୋଷାଧ୍ୟକ୍ଷ ସୁଶ୍ରୀ ରମାଦେବୀ ଜାନି,ଯୁଗ୍ମ କୋଷାଧ୍ୟକ୍ଷ ପଦ୍ମ ବେହେରା ଓ ଗଣେଶ ସେଠୀ ମନୋନୀତ ହୋଇଥିବା ଘୋଷଣା ପତ୍ର ପ୍ରକାଶ ପାଇଥିଲା।ସେହିପରି ବନବାସୀ ସାଂସ୍କୃତିକ ପରିଷଦରେ ସାଧାରଣ ସମ୍ପାଦକ ଭାବେ ଉତ୍ତମ କୁମାର ଦାସ,ସମ୍ପାଦକ ସୁଶୀଳା ସରାଫ,ଯୁଗ୍ମ ସମ୍ପାଦକ କୃଷ୍ଣଚନ୍ଦ୍ର ମଲ୍ଲିକ,ପ୍ରକାଶ ମୁଦୁଲିଙ୍କ ନାମ ପ୍ରକାଶ ପାଇଥିଲା।ଶେଷରେ କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା।ସମାଜର ପ୍ରତ୍ୟେକ କ୍ଷେତ୍ରରେ ବନବାସୀ ମାନଙ୍କ ଉନ୍ନତି ଉପରେ ଆଲୋଚନା ହୋଇଥିଲା।ଶେଷରେ ଶାନ୍ତି ପାଠ ପରେ ଜିଲ୍ଲା ସଂଗଠନ ମନ୍ତ୍ରୀ ଶ୍ରୀ ଅଭିମନ୍ୟୁ ମହନ୍ତ ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ଭୋଲାନାଥ ଦୁବେ,
ଋଦ୍ରଜିତ ନାୟକ,ହିରାମଣି ପ୍ୟାରାସିକା,
ଧନୁ କୁଶୁଲିଆ,କ୍ଷମାଶଗର ଦାସ,ରତ୍ନମଣି ଜେନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

