You are currently viewing କୁହୁଡ଼ି ବଘେଇସାହି ମଠ ଦ୍ୱାର ସହ ଲାଗି ବେଆଇନ ରୋଷେଇ ଘର ନିର୍ମାଣ, ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ – ନିର୍ମାଣ ସ୍ଥାନାନ୍ତର ଦାବି.
କୁହୁଡ଼ି ବଘେଇସାହି ମଠ ଦ୍ୱାର ସହ ଲାଗି ବେଆଇନ ରୋଷେଇ ଘର ନିର୍ମାଣ, ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ – ନିର୍ମାଣ ସ୍ଥାନାନ୍ତର ଦାବି.

ଟାଙ୍ଗୀ – ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ କୁହୁଡ଼ି ପଞ୍ଚାୟତର ବଘେଇସାହି ସ୍ଥିତ ଶତାଧିକ ବର୍ଷର ପୁରାତନ ରାଧାମୋହନ ମଠର ମୁଖ୍ୟ ପ୍ରବେଶ ଦ୍ୱାର ସହିତ ଲାଗି ପାଖ ଗେଟ ଜବରଦସ୍ତ ଗୋଟିଏ ସରକାରୀ ରୋଷେଇ ଘର ନିର୍ମାଣ କରାଯାଉଛି. ଏହି ନିର୍ମାଣ ଟାଙ୍ଗୀ ବ୍ଲକ୍ ପାଣ୍ଠିରୁ କରାଯାଉଥିବା ଜଣାପଡିଛି. ଏହାକୁ ନେଇ ସ୍ଥାନୀୟ ଗ୍ରାମବାସୀ ଓ ଭକ୍ତମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଓ ଉତ୍ତେଜନା ଦେଖାଦେଇଛି. ସୂଚନା ଅନୁଯାୟୀ, ମଠର ସମ୍ମୁଖ ଭାଗରେ ଯେଉଁ ଖାଲି ସ୍ଥାନ ରହିଛି, ସେହି ସ୍ଥାନକୁ ମଠର ସୌନ୍ଦର୍ଯ୍ୟକରଣ ଓ ଭକ୍ତଙ୍କ ଯାତାୟତ ପାଇଁ ଛଡାଯାଇଥିଲା. ମାତ୍ର ଏବେ ସେହି ପବିତ୍ର ସ୍ଥାନରେ ଓ ମଠ ଗେଟ୍ ସହ ଲାଗି ରୋଷେଇ ଘରର ଫାଉଣ୍ଡେସନ ପକାଯାଇଛି. ମଠ ଗେଟ୍ ସହିତ ଅନାବନା ଭାବେ ଲାଗି ଘର ନିର୍ମାଣ ହେଲେ ମଠର ପରମ୍ପରା ଓ ପବିତ୍ରତା ନଷ୍ଟ ହେବ.ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ମଠ ଆମ ଗ୍ରାମର ଆସ୍ଥାର ପ୍ରତୀକ.ପ୍ରତିଦିନ ଶହ ଶହ ଭକ୍ତ ଏଠାକୁ ଆସନ୍ତି.ଗେଟ୍ ଆଗରେ ରୋଷେଇ ଘର ହେଲେ ଭକ୍ତଙ୍କ ଯିବା ଆସିବା ବନ୍ଦ ହୋଇଯିବ, ବିଭିନ୍ନ ଧାର୍ମିକ କାର୍ଯ୍ୟରେ ଅସୁବିଧା ହେବ.ଗାଁ ଭିତରେ ଅନ୍ୟ ଅନେକ ସରକାରୀ ଖାଲି ଜାଗା ଥାଇ ମଧ୍ୟ ଜାଣିଶୁଣି ମଠ ଆଗରେ ନିର୍ମାଣ କରାଯାଉଛି.ଏ ନେଇ ଆମେ ଓଡ଼ିଆର ମାନ୍ୟବର ଆଇନ୍ ମନ୍ତ୍ରୀ ଏବଂ ମାନ୍ୟବର ଖୋର୍ଦ୍ଧା ବିଧାୟକ, ବ୍ଲକ ଅଧ୍ୟକ୍ଷା ,ବିଡିଓ ଟାଙ୍ଗୀ ବ୍ଲକ, ଏଇ/ଯେଇ ଟାଙ୍ଗୀ ବ୍ଲକ ଏବଂ ସରପଞ୍ଚ କୁହୁଡ଼ି,ଜିଲ୍ଲା ପରିଷଦ ଓ ସମିତି ସଭ୍ୟା କୁହୁଡ଼ି ଙ୍କୁ ଆମେ ଅବଗତ କରାଇଛୁ,ହେଲେ ଗ୍ରାମବାସୀଙ୍କ ଦାବି ହେଉଛି ମଠ ଗେଟ୍ ସମ୍ମୁଖରେ ଚାଲିଥିବା ଏହି ବେଆଇନ ରୋଷେଇ ଘର ନିର୍ମାଣକୁ ତୁରନ୍ତ ବନ୍ଦ କରାଯାଉ. ଏହି ନିର୍ମାଣକୁ ମଠ ଠାରୁ ଅନ୍ୟ ଏକ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରାଯାଉ, ଆମ ମଠର ସୁରକ୍ଷା ପାଇଁ ପ୍ରଶାସନ ଦୃଢ଼ ପଦକ୍ଷେପ ନିଅନ୍ତୁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି.ଗ୍ରାମବାସୀଙ୍କ ଆଶା ଯେ ବିଡିଓ ମହାଶୟା ତୁରନ୍ତ ଏ ନେଇ ଉଚିତ୍ ପଦକ୍ଷେପ ଗ୍ରହଣ କରିବେ. ରିପୋର୍ଟ ସଂଗ୍ରାମ ରଣା