You are currently viewing ମଧୁବନ ସେବା ସଦନ ଟ୍ରଷ୍ଟ ର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ
ମଧୁବନ ସେବା ସଦନ ଟ୍ରଷ୍ଟ ର ବାର୍ଷିକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ସୋରଡ଼ା (ଲିଟୁ କୁମାର ବିଷୋୟୀ )ଧରକୋଟ ବ୍ଲକ ହରିପୁର ଗ୍ରାମ ନିକଟସ୍ଥ ଝାଙ୍କିରୀ ପୀଠରେ ମଧୁବନ ସେବା ସଦନ ଟ୍ରଷ୍ଟର ବାର୍ଷିକ କାର୍ଯ୍ୟ କାରିଣୀ ବୈଠକରେ ମୁଖ୍ୟ ଅତିଥି ଭାବେ ଭାରତୀୟ ସ୍ଥଳ ସେନାର ଅବସରପ୍ରାପ୍ତ ବ୍ରିଗେଡିୟର ଅଭିମନ୍ୟୁ ରାଉତ, ମଧୁବନ ଆଶ୍ରମର ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ସୀମାଞ୍ଚଳ ତ୍ରିପାଠୀ,ଉପଦେଷ୍ଟା ତାଜମହଲ ଖାନ,ଶବର ସମାଜର ଅଧ୍ୟକ୍ଷ ଡମ୍ବରୁ ଶବର,ଶାନ୍ତି ଶବର ଏହି ଟ୍ରଷ୍ଟ ବୋର୍ଡ଼ ସଭାପତି କାଳୁ ଗୌଡ଼,ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀମତୀ ରୁକୁଣା ମଣ୍ଡଳ ପ୍ରମୁଖ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ।

ଟ୍ରଷ୍ଟ ବୋର୍ଡ଼ ସମ୍ପାଦକ ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ସଂଯୋଜନା କରି ଏହି ଶବର ସମାଜ ପ୍ରତିଷ୍ଠାତା ସ୍ବର୍ଗତ ପ୍ରଧାନୀ ଗମାଙ୍ଗଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ମଧୁବନ ସେବା ସଦନର ସରକାରୀ ପଞ୍ଜିକରଣ ଓ ପଞ୍ଚ ଶକ୍ତି ପୀଠ ସହିତ ଏହି ପୀଠର ମନ୍ଦିର ନିର୍ମାଣ ନେଇ ମତ ରଖିଥିଲେ। ଏବଂ ଏହି କମିଟିର ଆର୍ଥିକ କ୍ରିୟାଶୀଳ ପାଇଁ ଏକ ସାତ ଜଣିଆ କମିଟି ଚୟନ କରାଯାଇଛି। ଏବଂ ଆଜି ର ଏହି ବୈଠକରେ ଅନେକ ସଦସ୍ୟ ଉର୍ଣ୍ଣାୟନ ପାଇଁ ନଗଦ ଅର୍ଥ ରାଶି ପ୍ରଦାନ କରିଥିବା ବେଳେ ଲଷ୍ମୀପୁର ଗ୍ରାମବାସୀ ସମେତ ଆଖପାଖ ତିରିଶି ଖଣ୍ଡ ଗ୍ରାମର ଜନସାଧାରଣ ଯୋଗଦେଇଥିଲେ।ଏବଂ ଟ୍ରଷ୍ଟ ସମ୍ପାଦକ ପ୍ରଭାକର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।