You are currently viewing ସାନଖେମୁଣ୍ଡି ରେ ଫୋଟଗ୍ରାଫରଙ୍କ ବୈଠକସାନଖେମୁଣ୍ଡି
ସାନଖେମୁଣ୍ଡି ରେ ଫୋଟଗ୍ରାଫରଙ୍କ ବୈଠକସାନଖେମୁଣ୍ଡି

ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ସ୍ଥିତ ଶ୍ରୀଶ୍ରୀ ବାବା ବୁଦ୍ଧେଶ୍ବର ମନ୍ଧିର ପ୍ରାଙ୍ଗଣରେ ୨୬ଗୋଟି ପଞ୍ଚାୟତର ପ୍ରାୟ ୫୦ରୁ ଉର୍ଦ୍ଦ କେମେରା ମ୍ୟାନ୍ ଉକ୍ତ ବୈଠକରେ ଯୋଗ ଦେଇଥିଲେ । ସମସ୍ତଙ୍କ ସମର୍ଥନରେ ପି ତ୍ରିନାଥ ପାତ୍ର ଙ୍କୁ ସଭାର ସଭାପତି ଭାବେ ଦାୟିତ୍ୱ ଦିଆଯାଇଥିଲା । ସଭା ପ୍ରାରମ୍ଭରେ ସମସ୍ତ କେମେରା ଭାଇମାନଙ୍କୁ ଫୁଲଚନ୍ଦନ ଦେଇ ସ୍ୱାଗତ ସହ ନିଜ ନିଜ ପରିଚୟ ପ୍ରଦାନ କାର୍ଯ୍ୟକ୍ରମ କରାଯାଇଥିଲା । କେମେରା ମ୍ୟାନ ଆସୋଶିଏସନ ଅଫ୍ ସାନଖେମୁଣ୍ଡି କୁ ସି . ଏ . ଏସ୍ ନାମରେ ଲୋଗୋ କୁ ଉନ୍ମଚନ କରାଯାଇଥିଲା । ଆଗାମି ବୈଠକରେ ଏହାର ପଞ୍ଜିକରଣ କିଭଳି କରାଯିବ ସେ ନେଇ ପରିଚାଳନା କମିଟି ଙ୍କୁ ଦାୟିତ୍ୱ ଦିଆଯାଇଥିଲା । ପରିଶେଷରେ ଧନ୍ୟବାଦ ଅର୍ପଣ ସହ ସଭା ଶେଷ ରେ ପ୍ରସାଦ ସେବନ ର କାର୍ଯ୍ୟକ୍ରମ କରାଯାଇଥିଲା ।