କୋଦଳା (୦୨/୦୩/୨୦୨୩) (ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)
ଆଜିଠାରୁ ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଆରମ୍ଭ ହୋଇଛି। ଗତକାଲି ବିଜ୍ଞାନର ଥିଓରୀ ପରୀକ୍ଷା ଆରମ୍ଭ ହୋଇଥିଲା । ଗଞ୍ଜାମ କୋଦଳା ଲଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆଜିଠୁ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଏଥର ଉକ୍ତ କଲେଜରେ ୧୭୪ ଜଣ କଳା ଛାତ୍ରଛାତ୍ରୀ ଓ ୨୬ ଜଣ ବାଣିଜ୍ୟ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ ସକାଳ ୯ଟାରେ କେନ୍ଦ୍ରକୁ ପ୍ରବେଶ କରିଥିଲେ । ତେବେ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀ ମାନେ ବୋର୍ଡ ପରୀକ୍ଷା ସାମ୍ନା କରି ବେଶ୍ ଖୁସି ଥିବା କହିଛନ୍ତି ।କାରଣ ଏହି ଛାତ୍ର ଛାତ୍ରୀ ମାନେ ଗତ ମାଟ୍ରିକ ପରୀକ୍ଷା କୋରୋନା ଯୋଗୁଁ ଦେଇ ପାରି ନଥିଲେ।
ପ୍ରଥମ ଦିନ କଳା ଓ ବାଣିଜ୍ୟ ଛାତ୍ରଛାତ୍ରୀ ମାନେ ଏମ୍ଆଇଏଲ୍(ଓଡ଼ିଆ) ପରୀକ୍ଷା ଦେଇଛନ୍ତି ।ଧାର୍ଯ୍ୟ ସମୟର ୩୦ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରକୁ ପ୍ରବେଶ କରିଥିଲେ । ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀ ମାନଙ୍କୁ ନିଜ ସିଟ୍ରେ ବସିବାକୁ ନିର୍ଦ୍ଦେଶ ରହିଥିଲା । ପରୀକ୍ଷାର ୧୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ଉତ୍ତରଖାତା ଏବଂ ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ବଣ୍ଟନ କରାଯାଇଥିଲା । ଠିକ୍ ୧୦ଟା ବେଳେ ପରୀକ୍ଷାର୍ଥୀଙ୍କୁ ଉତ୍ତର ଖାତାରେ ଲେଖିବାକୁ ଅନୁମତି ମିଳିଥିବା ବେଳେ କୋଭିଡ ଆଚରଣ ମାନି ପରୀକ୍ଷା ଦେଇଥିଲେ ଛାତ୍ରଛାତ୍ରୀ । କପି ରୋକିବା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପଦକ୍ଷେପ କରାଯାଇଛି । ସିସିଟିଭି ସର୍ଭେଲାନ୍ସ ମାଧ୍ୟମରେ ପରୀକ୍ଷା ପରିଚାଳନା କରାଯାଉଥିବା କହିଛନ୍ତି ଅଧ୍ଯକ୍ଷ ତଥା ପରୀକ୍ଷା ପରିଚାଳକ।
