କୋଦଳା (୦୨/୦୭/୨୦୨୩)
ମାତ୍ର ଅଧଘଣ୍ଟାଏ ବର୍ଷାରେ ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି। ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଦିଗାପଡା ପଞ୍ଚାୟତର ଜେ ଛଚିନାରେ ରବିବାର ଅପରାହ୍ନରେ ସାମାନ୍ୟ ବର୍ଷା ପରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉପଯୁକ୍ତ ବ୍ୟବସ୍ଥା, ଡ୍ରେନେଜ ସିଷ୍ଟମ ନଥିବାରୁ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଜେ ଛଚିନା ଗାଁ ଦାଣ୍ଡ ଜଳ ବନ୍ଦୀ ହୋଇ ଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସୂଚନା ଅନୁସାରେ ଜେ ଛଚିନା ଗ୍ରାମର ମୁଖ୍ୟ ଦାଣ୍ଡର ଦୀର୍ଘ ୧୫୦ ମିଟରରୁ ଅଧିକ ରାସ୍ତା ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ରହୁଛି। ଗାଁରେ ରାସ୍ତା ଘର ଗୁଡିକ ଉଚ୍ଚତାରେ ରହିଛି। ସେପଟେ ପାଣି ନିଷ୍କାସନ ପାଇଁ କୌଣସି ବ୍ଯବସ୍ଥା କରାଯାଇନାହଁ। ଗୋଟିଏ ପଟେ ଗାଁ ରାସ୍ତା ତିଆରି ହେଉନଥିବା ବେଳେ ଏବେ ସାମାନ୍ୟ ବର୍ଷାରେ ପାଣି ଜମି ରହି ଗାଁ ରେ କୃତିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବର୍ଷାଦିନ ନିକଟ ହୋଇ ଯାଇଥିବା ବେଳେ ଏବେ ଏଭଳି ପରିସ୍ଥିତିକୁ ନେଇ ଚିନ୍ତାରେ ଗ୍ରାମବାସୀ। ପୂର୍ବରୁ ଏନେଇ ସ୍ଥାନୀୟ ସରପଞ୍ଚ ଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଉ ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ତୁରନ୍ତ ଏଥିପ୍ରତି ପଦକ୍ଷେପ ନେବାକୁ ଏବେ ଦାବି କରିଛନ୍ତି ଜେ ଛଚିନା ଗ୍ରାମବାସୀ ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିଉଜ୍ ।
