ବ୍ରହ୍ମପୁର ୯/୬:ଗଞ୍ଜାମ ଜିଲ୍ଲା ତଥା ଓଡିଶାର ଦାଦନ ଶ୍ରମିକଙ୍କ ଦୁର୍ଦ୍ଧଶା ସାଙ୍ଗକୁ ମହାମାରୀ ଏଡସ୍ କବଳରେ ପଡି ଭୋଗୁଥିବା ସାମାଜିକ ବାସନ୍ଦ ଓ ଘୃଣା କାରଣକୁଦୈନିକ ମରି ମରି ବଞ୍ଚୁଥିବା ପ୍ରବାସୀ ଶ୍ରମିକର ଜୀବନ ଯନ୍ତ୍ରଣାକୁ ନେଇ ରଚିତ “ଦାଦନ ଜହ୍ନ” ପୁସ୍ତକ ଆଜି ଉନ୍ମୋଚିତ ହୋଇ ଯାଇଛି Iଅନୁଭବୀ ସାମାଜିକ କର୍ମୀ ତଥା କବି ଓ ଲେଖକ ବୃନ୍ଦାବନ ପଣ୍ଡାଙ୍କ ଦ୍ୱାରା ଲିଖିତ ପୁସ୍ତକ ଦାଦନ ଜହ୍ନକୁ ବ୍ରହ୍ମପୁର ଷ୍ଟେସନ ରୋଡ ସ୍ଥିତ ସର୍କିଟ ହାଉସ ସଭାଗୃହ ଠାରେ ଉନ୍ମୋଚିତ ହୋଇଯାଇଛି I

ବରିଷ୍ଠ ଆଇନଜୀବୀ ତଥା ସାମାଜ ବିଜ୍ଞାନୀ ଭଗବାନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ତଥା ବରିଷ୍ଠ ନାଟ୍ୟକାର ମେଜର ରମାରମଣ ପାଢି ଅବସରପ୍ରାପ୍ତ ପ୍ରଫେସର ସାହିତ୍ୟକ ଡସୁରେନ୍ଦ୍ରନାଥ ପାଣିଗ୍ରାହୀ ଶିକ୍ଷାବିତ୍ ଲିଙ୍ଗରାଜ ସ୍ଵାଇଁ ଅରୁଣା ଅନୁଷ୍ଠାନର ସମ୍ପାଦକ ଲୋକନାଥ ମିଶ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଥିଲେ ।

ସମଦୃଷ୍ଟିର କାର୍ଯ୍ୟନିର୍ବାହୀ ସମ୍ପାଦକ ଓ ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ ସଂଯୋଜନା ଓ ପୁସ୍ତକର ସମୀକ୍ଷା କରିଥିଲେ । ଦାଦନ ଜହ୍ନ ପୁସ୍ତକର ହୃଦୟସ୍ପର୍ଶୀ କଥା ବସ୍ତୁକୁ ନେଇ ବିଶିଷ୍ଟ ନାଟ୍ୟକାର ଓ ସାହିତ୍ୟକ ପ୍ରଶାନ୍ତ କୁମାର ନନ୍ଦ “ମରୁଛି ନିତି ମୁଁ ବଞ୍ଚିବା ପାଇଁ ” ଶୀର୍ଷକ ଏକ ନାଟକ ରଚନା କରିଥିବାରୁ ତାଙ୍କୁ ସମ୍ଵର୍ଦ୍ଧିତ କରା ଯାଇଥିଲା ।ପୁସ୍ତକର ଲେଖକ ବୃନ୍ଦାବନ ପଣ୍ଡା ଏହି ଦାଦନ ଜହ୍ନ ପୁସ୍ତକ ରଚନା ପଛର କାରଣ ଓ ଉଦ୍ଦେଶ୍ୟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ I

ଏହି ଉତ୍ସବରେ ଶିକ୍ଷାବିତ ଶରତ କୁମାର ପଟ୍ଟନାୟକ ସତ୍ୟନାରାୟଣ ଧର ଡଃ ସନ୍ତୋଷ କୁମାର ଦାସ ଡଃ ଶ୍ୟାମା ପ୍ରସାଦ ମିଶ୍ର ଡଃ ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍) ଅଧ୍ୟାପକ ଦୁର୍ଯ୍ଯୋଧନ ଜେନା କବି ଆଶୁତୋଷ ପାତ୍ର ବନ୍ଦନା ମିଶ୍ର ସୌଦାମିନୀ ମିଶ୍ର ପ୍ରମୋଦ କୁମାର ପଣ୍ଡା ସମ୍ଭବ କୁମାର ତ୍ରିପାଠୀ ରାଜ୍ଯ କାଜୁ ନିଗମର ପ୍ରାକ୍ତନ ଅଧ୍ୟକ୍ଷ ତଥା ପରିବେଶବିତ ଶ୍ରୀ ସୁବାସ ମହାରଣା ପରିବେଶବିତ୍ ଓ ବରଗଛ ସୁରକ୍ଷା ସମିତିର ଅଧ୍ୟକ୍ଷ ଶ୍ରୀ ଲୋକନାଥ ପରିଡା ସାମାଜିକ ସଂଗଠନ କର୍ମକର୍ତ୍ତା ଶ୍ରୀ ବିଭୁପ୍ରସାଦ ସାହୁ ରବିନ୍ଦ୍ରନାଥ ପାତ୍ର ଗୋକୁଳ ଚନ୍ଦ୍ର ଦାସ ଅଳକା ସାହ ସୁଶାନ୍ତ ସାବତ ସୁରେଶ ଚନ୍ଦ୍ର ସାହୁ ଅରୁଣ କୁମାର ପାତ୍ର ରବିନ୍ଦ୍ର ପଣ୍ଡା କାଲୁଚରଣ ଗୌଡ ପ୍ରଫୁଲ୍ଲ କୁମାର ମହାନ୍ତି ପ୍ରଶାନ୍ତ କୁମାର ପାଠି ଉଜ୍ୱଳ ପଣ୍ଡା ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ବୁଦ୍ଧିଜୀବୀ ମାନେ ଯୋଗ ଦେଇଥିଲେ , (ରିପୋର୍ଟ ବିନାୟକ ଦାସ)
