ସାନଖେମୁଣ୍ଡି : ୨୬/୦୮(ରଘୁନାଥ ନାୟକ ) ଗଞ୍ଜାମ ଜିଲ୍ଲା ସାନମୁଣ୍ଡି ବ୍ଲକ୍ ରେ ସରକାରଙ୍କ ବିଭିନ୍ନ ଜନ ହିତକର କାଯ୍ୟକୁ ସମ୍ପାଦନ କରୁଥିବା ଗ୍ରାହକ ସେବା କେନ୍ଦ୍ର ଗୁଡିକୁ ସରକାର ଙ୍କ ତରଫରୁ ଯୋଗାଇଦିୟାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ କାଟିଦିୟା ଯାଉଥିବା ଅଭିଯୋଗ ହେଉଛି ଏହାକୁ ନେଇ ଗ୍ରାହକ ସେବା କେନ୍ଦ୍ରରେ କାଯ୍ୟରତ କର୍ମଚାରିଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି ଓ ସେମାନେ ସାନଖେମୁଣ୍ଡି ଗୋଷ୍ଠୀଉନ୍ନନୀ ଅଧିକାରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ସେମାନେ ଅଭିଯୋଗ କରିଛନ୍ତି ଯେ ସାନଖେମୁଣ୍ଡି ବ୍ଲକ ଅଞ୍ଚଳ ରେ ପ୍ରାୟ ୧୫ ରୁ ଅଧିକ ଗ୍ରାହକ ସେବାକେନ୍ଦ୍ର ଖୁଲାଯାଇଛି ଏହି ଗ୍ରାହକ ସେବା କେନ୍ଦ୍ର ଗୁଡିକ ଜରିଆରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟ କରାଯାଉଛି ଏହି କେନ୍ଦ୍ରଗୁଡିକ ନିଜ ଖଚ୍ଚରେ ଘର ଭଡା ବିଦ୍ୟୁତ୍ ବିଲ୍ ଓ ଇଣ୍ଟରନେଟ ଓ ଅଫିସ୍ ଷ୍ଟେସନାରୀ ସାମଗ୍ରୀ ଆଣି ସେବା ଯୋଗାଇ ଦେଉଛନ୍ତି ଏହି ପରିସ୍ଥଳେ ସରକାର ସିଏସ୍ ପି ପ୍ଲସ ଯୋଜନା ଖୋଲିବାକୁ ଲକ୍ଷ ରଖିଛନ୍ତି ଏହାଦ୍ଵାର ସରକାର ଗ୍ରାହକ ସେବା କେନ୍ଦ୍ର ଗୁଡିକୁ ଉପେକ୍ଷା କରିବାକୁ ସେମାନେ ଅଭିଯୋଗ ହୋଇଛି ସରକାର ତୁରନ୍ତ ସିଏସ୍ ପି ପ୍ଲସ ମାଧ୍ୟ୍ୟମରେ ଗ୍ରାହକ ସେବାଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯିବାନିମନ୍ତେ ଗ୍ରାହକକେନ୍ଦ୍ର ର ଡ଼ି ସନ୍ତୋଷ ଦୋରା , ଜେ ନୀଳାଞ୍ଚଳ ଦୋରା ,ଅନ୍ତର୍ଯ୍ୟାମୀ ବିଷୋୟୀ ବି କ୍ରିଷ୍ଣା ବିଜୟ କୁମାର, ବେହେରା ସଂଗୀତା ବେହେରା, ସମରିନ୍ଦ୍ର ବରାଡ଼ ,ରାମଚନ୍ଦ୍ର ପାଢ଼ୀ, ରାମକ୍ରୀଷ୍ଣା ପ୍ରସାଦ ,ପଟା ଯୋଶୀ ରାଜତ କୁମାର ସାହୁ, ବଦ୍ରୀନାଥ ସାହୁ ,ମହେଶ୍ୱର ମହାରଣା ,ସାହେବ ପ୍ରଧାନ ଜିତେନ୍ଦ୍ର ,ପାଢ଼ୀ ପ୍ରୀତି ପାଢ଼ୀ, ବାଳକ୍ରୀଷ୍ଣା ପଣ୍ଡା ,ପ୍ରମୁଖ ସାନଖେମୁଣ୍ଡି ଗୋଷ୍ଠି ଉନ୍ନନୀୟ ଅଧିକାରୀ ଶ୍ରୀ ଗାୟତ୍ରୀଦତ୍ତ ନାୟକ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି

